ଲୋଇସିଂହା,୮ା୧୦(ସୁଶାନ୍ତ ବାରିକ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ନିର୍ମମ ହତ୍ୟାର ତୀବ୍ର ପ୍ରତିବାଦ କରି ଓଡ଼ିଶା ଆଇନଜୀବୀ ପରିଷଦର ଡାକରା କ୍ରମେ ବୁଧବାର ଲୋଇସିଂହା ଓକିଲ ସଂଘ ପକ୍ଷରୁ ଦିନିକିଆ କଲମ ଛାଡ଼ ଆନ୍ଦୋଳନ କରାଯାଇଛି।
ସଂଘର ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ସମ୍ପାଦକ ଜ୍ୟୋତି ରଞ୍ଜନ ପଟେଲ, ଉପସଭାପତି ସଞ୍ଜୟ କୁମାର ଷଡ଼ଙ୍ଗୀ, ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ନାୟକ, ଅଶୋକ କୁମାର ସାହୁ, ବିଜୟ କୁମାର ବାବୁ, ରମାକାନ୍ତ ନାୟକ, ରାଜେଶ କୁମାର ବାବୁ, ପ୍ରବୀଣ ତ୍ରିପାଠୀ, ଯୁଗ୍ମ ସମ୍ପାଦକ କ୍ଷେତ୍ରପାଳ ସାହୁ, କୋଷାଧ୍ୟକ୍ଷ ଗୌରୀଶଙ୍କର ସାହୁ, ଶୁଭେନ୍ଦୁ ସାହୁ, ଶଶାଙ୍କ ଶେଖର ଭୋଇ, ନୋଟାରୀ ଇନ୍ଦ୍ରମଣି ପାତ୍ର ପ୍ରମୁଖ ସାମିଲ ଅଛନ୍ତି।