ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ବରିଷ୍ଠ ଆଇନଜୀବୀ ନିର୍ବାଚନ କେଶରୀ ଭୋଇ ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ପୁଷ୍ପଶ୍ରୀ ରାଉତରାୟ, ସମ୍ପାଦକ ଭାବେ ଅଜିତ ଦିଗାଲ, ସହସମ୍ପାଦକ ଭାବେ ବୁଲୁ ସାହେବ ସେଠି, କୋଷାଧ୍ୟକ୍ଷ ଭାବେ ବ୍ରଜମୋହନ ପାତ୍ର ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାରିଣୀ ସଭ୍ୟ ଭା ବେ ଅଶ୍ୱିନୀ ଦିଗାଲ ଏବଂ ପୁଷ୍ପମିତ୍ରା ଦେବୀ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ସମସ୍ତ ନବନିର୍ବାଚିତ ପଦାଧିକାରୀଙ୍କୁ ଓକିଲ ସଂଘର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣେଇଥିଲେ।
Dharitri – Odisha’s No.1 Odia Daily

