ଆଇନଜୀବୀ ପୀତବାସ ହତ୍ୟା ମାମଲା: ୫୦ ଜଣଙ୍କୁ ଜେରା, ଖୁବ୍‌ଶୀଘ୍ର ହଟିବ ପରଦା

ବ୍ରହ୍ମପୁର,୧୦ା୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରାଯାଉଛି। ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍‌ ୫୦ ଜଣଙ୍କୁ ଜେରା କରାଗଲାଣି। ଗୁଳିକୁ ବାଲିଷ୍ଟିକ୍‌ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଖୁବ୍‌ଶୀଘ୍ର ଆସିଲେ ଅଧିକ ତଥ୍ୟ ଜଣାପଡ଼ିବ।

ସିସିଟିଭି ଦ୍ୱାରା ବହୁତ ସୁରାକ ମଧ୍ୟ ଆମକୁ ମିଳିଛି। ଘଟଣା ଦିନ ପୀତବାସଙ୍କ ଗତିବିଧି ସିସିଟିଭିରୁ ଜାଣିପାରିଛୁ। ଅଫିସରୁ କେଉଁ ସମୟରେ ବାହାରିଲେ, କେଉଁ ରାସ୍ତାରେ ଗଲେ ଜାଣିପାରିଛୁ। ସେହି ସମୟରେ ରାସ୍ତାରେ ଥିବା କିଛି ଲୋକଙ୍କୁ ଆମେ ସନ୍ଦେହ କରିଛୁ। କାହିଁକି ସେମାନେ ସେଠି ଥିଲେ, କ’ଣ କରୁଥିଲେ ବୋଲି ପଚରାଉଚରା କରୁଛୁ। ଦାମୀ ଗାଡ଼ିକୁ ନେଇ ସନ୍ଦେହ ହେବାରୁ ଡାକି ପଚରାଉଚରା କରୁଛୁ। ହତ୍ୟା ରହସ୍ୟ ଖୁବ୍‌ଶୀଘ୍ର ଉନ୍ମୋଚିତ ହେବ ବୋଲି ଆଶା କରୁଥିବା ଏସ୍‌ପି କହିଛନ୍ତି।

 

Dharitri –The Largest & Most Trusted Odia Daily

Share