ଓକିଲଙ୍କ ନିଆରା ବିବାହ କାର୍ଡ, ଏଥିରେ ଲେଖାଅଛି ସମ୍ବିଧାନର ନିୟମାବଳୀ

ଗୁଆହାଟି,୨୬ା୧୧: ପ୍ରାୟ ସମସ୍ତେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାନ୍ତି। ବିଶେଷକରି ବିବାହ କାର୍ଡକୁ ସୁନ୍ଦର କରିବା ପାଇଁ କେହି କେହି ଚାହିଁଥାନ୍ତି। କିଛି ଲୋକ କାର୍ଡରେ ସମାଜ ପାଇଁ ବାର୍ତ୍ତା ଲେଖୁଥିବା ବେଳେ ଆଉ କିଛି ଲୋକ ଏହାର ସୌନ୍ଦର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଫଳରେ ଏହା ଅନ୍ୟ କାର୍ଡଠାରୁ ସ୍ବତନ୍ତ୍ର ଧରଣର ହୋଇଥାଏ।

ଏବେ ସୋସିଆଲ ମିଡିଆରେ ଏକ ନିମନ୍ତ୍ରଣ ପତ୍ର ଭାଇରାଲ ହେଉଛି। ଯେଉଁଟା କି ଆସାମ ଗୌହାଟିର ଜଣେ ଓକିଲଙ୍କ ବିବାହ କାର୍ଡ । ଏହି କାର୍ଡଟି ହେଉଛି ଓକିଲ ଅଜୟ ସରମା। ଯେ କି ହରିଦ୍ୱାରରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ପୂଜା ସରମାଙ୍କୁ ବିବାହ କରୁଛନ୍ତି। ଅଜୟ ସେମାନଙ୍କ ସ୍ବତନ୍ତ୍ର ଦିନ ପାଇଁ ଏକ ସମ୍ବିଧାନ-ଥିମ୍‌ ବିବାହ କାର୍ଡ ପାଇଲେ।

ସମାନତାକୁ ପ୍ରତିପାଦିତ କରିବା ପାଇଁ କାର୍ଡରେ ନ୍ୟାୟ ନିକିତିର ଉଭୟ ପାର୍ଶ୍ୱରେ ବର ଏବଂ କନ୍ୟାଙ୍କ ନାମ ଲେଖାଯାଇଛି। ଖାଲି ଏତିକି ନୁହେଁ, ଏଥିରେ ଭାରତୀୟ ସମ୍ବିଧାନର ଆଇନ ଏବଂ ଅଧିକାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

କାର୍ଡରେ ଲେଖାଅଛି, ‘ବିବାହ କରିବାର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ, ରାଇଟ ଟୁ ଲାଇଫର ଏକ ଉପାଦାନ। ତେଣୁ ମୋର ୨୮ ନଭେମ୍ବର ୨୦୨୧ ରବିବାର ଏହି ମୌଳିକ ଅଧିକାରକୁ ବ୍ୟବହାର କରିବାର ସମୟ ଆସିଛି।’

‘ଯେତେବେଳେ ଓକିଲମାନେ ବିବାହ କରନ୍ତି, ସେମାନେ ’ହଁ’ କୁହନ୍ତି ନାହିଁ, ସେମାନେ କହନ୍ତି – ‘ଆମେ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଗ୍ରହଣ କରୁ।’

କାର୍ଡଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ୟୁଜର କହିଛନ୍ତି, ନିମନ୍ତ୍ରଣ ପତ୍ର ନା କୋର୍ଟକୁ ଡକାଇବାର ବ୍ୟବସ୍ଥା। ସେହିପରି ଅନ୍ୟ ଜେଣ ୟୁଜର ଲେଖିଛନ୍ତି, ପଣ୍ଡିତ ନ ବସି ଓକିଲ ବସନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, ବିବାହ ମଣ୍ଡପ ବୋଧେ କୋର୍ଟ ପରି ହେବ। ଏମିତି ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri