ବାସ୍ତୁଶାସ୍ତ୍ରରେ ଭୋଜନକୁ ନେଇ ନିୟମ

ଭୋଜନ କରିବାକୁ ନେଇ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି। ଯଥା: ପୂର୍ବ ଦିଗକୁ ମୁହଁ କରି ଖାଇଲେ ମାନସିକ ଚାପ ଦୂର ହୁଏ, ମସ୍ତିଷ୍କ ଫୂର୍ତ୍ତି ରହେ ଏବଂ ଖାଦ୍ୟ ଭଲଭାବେ ହଜମ ହୁଏ। ଯେଉଁମାନେ ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାକୁ ଚାହାନ୍ତି ସେମାନେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉତ୍ତମ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। କ୍ୟାରିୟର ସଚେତନ ଯୁବପିଢ଼ି ଓ ବିଦ୍ୟାର୍ଥୀ ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପଶ୍ଚିମ ଦିଗକୁ ଲାଭର ଦିଗଭାବେ ବିବେଚନା କରାଯାଏ। ବ୍ୟବସାୟ, ଚାକିରି କରିଥିବା ବ୍ୟକ୍ତି ଏହି ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ। ଯେଉଁମାନଙ୍କର ମାତାପିତା ଜୀବିତ ଅଛନ୍ତି ସେମାନେ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ।

କୁହାଯାଏ, ଏହି ଦିଗକୁ ମୁହଁ କରି ଖାଇଲେ ମାତାପିତାଙ୍କ ଶରୀର ଉପରେ କୁ-ପ୍ରଭାବ ପଡିଥାଏ। ତେବେ ବାସ୍ତୁଶାସ୍ତ୍ରରେ ଆଉ ଏକ କଥା ମଧ୍ୟ କୁହାଯାଇଛି, ଭୋଜନ କରିବାକୁ ଗୋଟେ ଥର ବସିଲେ ପେଟପୂରା ଖାଇସାରିକି ହିଁ ଉଠିବା ଦରକାର; ଯାହାକି ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।