ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଖଣ୍ଡଗିରିରେ ହେବନି…

ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳିସ୍ଥତିରେ ଆଇନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଛତିଶଗଡ଼ ପରି ଓଡ଼ିଶାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଓଡ଼ିଶାରେ ଜନମତ ମଧ୍ୟ ସ୍ପଷ୍ଟ ଅଛି, ଅଶ୍ଳୀଳ ନୃତ୍ୟ ନ ହେଉ। ଏନେଇ ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ମଧ୍ୟ ଅବଗତ କରାଯାଇଛି। ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି।

ଅନ୍ୟପକ୍ଷେ ଆଗକୁ ଖଣ୍ଡଗିରି ଯାତ୍ରା ଥିବାବେଳେ ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ ପରିଣାମ ସାମ୍ନା କରିବାକୁ ପଡିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ମଙ୍ଗଳବାର ପ୍ରକାଶ କରିଛନ୍ତି।