ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ୫ରୁ ୬ ମାସ ଭିତରେ ସରିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି। ଏହାପୂର୍ବରୁ ପ୍ରଥମେ ହାଇ ଲେବେଲ କମିଟି ବୈଠକ ବସିବ। ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ। ଅନୁମୋଦନ ପରେ କେବେଠୁ ଗଣତି ମଣତି, ସରକାରଙ୍କୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।