ଲଞ୍ଚ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦, ଦାମ୍‌ ରହିଛି…

ନୂଆଦିଲ୍ଲୀ,୧ା୯: ବାଇକ୍‌ ଚାଳକଙ୍କ ପ୍ରଥମ ପସନ୍ଦ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦। ଏବେ ଏହାର  ରୂପ ରଙ୍ଗ ପୂରା ବଦଳି ଯାଇଛି। ସାଧାରଣତଃ ଲୋକେ ଏହାକୁ ‘ବୁଲେଟ୍‌’ ବୋଲି କହିଥାନ୍ତି। ଏହାର ନୂଆ ଜେନେରେଶନକୁ କମ୍ପାନୀ ଲଞ୍ଚ୍‌ କରିଛି। ନୂଆ ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦କୁ ଲଞ୍ଚ କରିବାକୁ ନେଇ ଦୀର୍ଘ ମାସ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରେ ଏହା ଅଫିସିଆଲ ଲଞ୍ଚ୍‌ କରିଛି। ଏଥିରେ ସୁନ୍ଦର ହର୍ନ ରହିଛି ରହିଛି। ଏହା G2 ମଡେଲରୁ ଇନ୍ସପାୟଡ ହୋଇଛି। ଏହାର ଡିଜାଇନକୁ ନେଇ ମଡଗାର୍ଡ, କଲର କମ୍ବିନେଶନ ଏବଂ ଡିସ୍କ ବ୍ରେକ୍‌ ପର୍ଯ୍ୟନ୍ତ ସବୁକୁ କ୍ଲାସିକ୍‌ ଲୁକ୍‌ ଦିଆଯାଇଛି। ଯାହା ପୂରା ନୂଆ ବୁଲେଟ୍‌ ପରି ଲାଗୁଛି।

ନୂଆ ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦ ପଛରେ ୧୯ ଇଞ୍ଚର ଟାୟାର ଏବଂ ପାର୍ଶ୍ୱରେ ୧୮ ଇଞ୍ଚର ଟାୟାର ରହିଛି। ଏହା ଉଭୟ ସ୍ପୋକ ଏବଂ ଆଲୋଏ ଭର୍ସନରେ ଉପଲବ୍ଧ ହେବ। ମୋଟରସାଇକେଲର ସ୍ଥିରତା ପାଇଁ ଏକକ ଏବଂ ଡୁଆଲ ଚ୍ୟାନେଲ ଏବିଏସ୍‌ ବ୍ରେକ୍‌ ସିଷ୍ଟମ ରହିଛି। ଆହୁରି ମଧ୍ୟ ଚକା ଉପରେ ଟ୍ବିନ୍‌ ପିଷ୍ଟନ ସହିତ ୩୦୦ ମିମି ଡିସ୍କ ବ୍ରେକ୍‌ ଏବଂ ପଛ ଚକା ଉପରେ ୨୭୦ ମିମି ଡିସ୍କ ବ୍ରେକ୍‌ ରହିଛି। ପଛରେ ଏକ ଡ୍ରମ ବ୍ରେକ୍‌ର ଅପଶନ ମଧ୍ୟ ରହିଛି।

ଉକ୍ତ କମ୍ପାନୀ ୫ଟି ରଙ୍ଗର ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦ ଲଞ୍ଚ କରିଛି। ଏହାର ଦାମ୍‌ ୧.୮୪ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri