ଭାରତରେ ଲଞ୍ଚ ହେଲା କୋ ଆପ୍‌, ଟୁଇଟରକୁ ଦେବ ଟକ୍କର

ନୂଆଦିଲ୍ଲୀ,୧।୮ : ଭାରତ ବଜାରରେ କୋ ମୋବାଇଲ ଆପ୍‌ ଲଞ୍ଚ ହୋଇଛି। ଏହା ଘରୋଇ ବଜାରରେ ବିକଶିତ ହୋଇଛି। ଏଥିରେ ଟୁଇଟର ଭଳି ସୁବିଧା ଉପଲବ୍ଧ ହେବ। ନୂଆ ଆପ୍‌ଟି ଟୁଇଟରକୁ ଟକ୍କର ଦେବ ବୋଲି କୁହାଯାଉଛି। ନିଜ ଭାଷାରେ ନିଜର ଚିନ୍ତାଧାରା ବ୍ୟକ୍ତ କରିବାରେ ଏହା ଲୋକଙ୍କୁ ସୁବିଧା ଦେବ। ଏହି ଆପ୍‌ରେ ରହିଥିବା ଫିଚର ଟୁଇଟର ସହ ପ୍ରାୟତଃ ମେଳ ଖାଉଥିବା କୁହାଯାଇଛି। ଏହାବାଦ ଅନ୍ୟ ଜଣେ କରିଥିବା ପୋଷ୍ଟରେ କମେଣ୍ଟ କରିବା ସହ ତାଙ୍କୁ କଲ୍‌ କରିବା ସୁବିଧା ମଧ୍ୟ ଏଥିରେ ଉପଲବ୍ଧ ହେବ। ଏଥିରେ ଅଡିଓ, ଭିଡିଓ ଏବଂ ଟେକ୍ସଟ ବିକଳ୍ପ ରହିବ। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ଲାଟ୍‌ଫର୍ମରେ ହିନ୍ଦୀ, ତାମିଲ ଏବଂ କନ୍ନଡ ଏବଂ ତେଲୁଗୁ ଭାଷାକୁ ସାମିଲ କରିଛି। ଆଗାମୀ ଦିନରେ ମରାଠୀ, ଗୁଜରାଟୀ, ପଞ୍ଜାବୀ, ଆସାମୀ, ବଙ୍ଗଳା, ମାଲୟାଲମ ଏବଂ ଓଡ଼ିଆ ଭାଷାକୁ ମଧ୍ୟ କମ୍ପାନୀ ସାମିଲ କରିବ। ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଳାଟ୍‌ଫର୍ମରେ ଏହା ଆସିଛି। ଏହି ଆପ୍‌ ସହ ରାଜନୈତିକ ବ୍ୟକ୍ତିବିଶେଷ, ନ୍ୟୁଜ ପବ୍ଲିକେଶନ ଏବଂ ବିଭିନ୍ନ ସେଲିବ୍ରିଟି ଯୋଡିହୋଇ ସାରିଛନ୍ତି। କ୍ରିକେଟର ଅନୀଲ କୁମ୍ବଲେ, ସିନେମା ଜଗତର ରେଣୁକା ରାହାଣେ, ଆଶୁତୋଷ ରାହାଣେ, ଧର୍ମଗୁରୁ ସଦ୍‌ଗୁରୁ ପ୍ରମୁଖ ଉକ୍ତ ଆପ୍‌ ସହ ବର୍ତ୍ତମାନ ସୁଦ୍ଧା ଯୋଡି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨ ହଜାର ଟପିବ ସେନ୍‌ସେକ୍ସ: ରୟଟର୍ସ ପୋଲ୍‌

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବାରୁ ନିବେଶକଙ୍କ ଭରସା ବଢ଼ିଛି ଏବଂ ଚଳିତ ଆର୍ଥିକ ବର୍ଷରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ ଟପିଯିବ ବୋଲି...

ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ

ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ...

କର୍ପୋରେଟ ଟିକସ ହ୍ରାସକୁ ନେଇ ସ୍ପଷ୍ଟ କଲେ ସୀତାରାମନ୍‌; ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ସଂଶୋଧନ ହେବ ନାହିଁ

ନୂଆଦିଲ୍ଲୀ,୨୩-୯: କର୍ପୋରେଟ, ମିନିମମ୍‌ ଅଲ୍ଟରନେଟ ଟିକସ ତଥା ହୋଟେଲ ଶିଳ୍ପ ପାଇଁ ଟିକସ ହ୍ରାସ ଘୋଷଣା କରାଯିବା ଯୋଗୁ ବିତ୍ତୀୟ ନିଅଣ୍ଟ ଉପରେ ଚାପ ବଢ଼ିବ...

ୟୁନୋ ଉପଭୋକ୍ତାଙ୍କ ସଂଖ୍ୟା ୧୬ ନିୟୁତ ଟପିଲା

ଭୁବନେଶ୍ୱର,୧୪-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଡିଜିଟାଲ ପ୍ଲାଟଫର୍ମ ୟୋନୋର ୟୁଜର ବେସ୍‌ ବା ଉପଭୋକ୍ତା ସଂଖ୍ୟା ୧୬ ନିୟୁତ ଟପିଥିବା ଜଣାପଡିଛି। ଶୁଭାରମ୍ଭ...

୧୩ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୬।୬: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଘରୋଇ ବଜାରର ୧୩୦ ନିୟୁତ (୧୩ କୋଟି) ଚାକିରି ଉପରେ କଳାବାଦଲ ଛାଇ...

୩.୧% ଖସିଯିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ଏହାର ପଞ୍ଝାରୁ ଖସି ନ ପାରି...

୩ ଲକ୍ଷ କୋଟିର ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରି ଯୋଜନା

ନୂଆଦିଲ୍ଲୀ,୯-୮: କେନ୍ଦ୍ର ସରକାର ବ୍ୟବହାରରେ ଆସୁ ନ ଥିବା ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଟ୍ରାନ୍ସମିଶନ...

ରିଲାଏନ୍ସ କମ୍ୟୁନିକେଶନରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ରିଲାଏନ୍ସ କମ୍ୟୁନିକେଶନ ୩୦,୧୪୨ କୋଟି ଟଙ୍କା କ୍ଷତି ସହିବା ପରେ ଏହାର ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *