ଟାଲି ପ୍ରାଇମ୍‌ ୪.୦ ର ଶୁଭାରମ୍ଭ

ଭୁବନେଶ୍ୱର,୧୫।୧୨:ଟାଲି ସଲ୍ୟୁଶନ୍ସ ପକ୍ଷରୁ ଟାଲି ପ୍ରାଇମ୍‌ ୪.୦ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଆବଶ୍ୟକତା ପୂରଣ କରିବା ତଥା ବ୍ୟବସାୟୀ ଓ ବ୍ୟବହାରକାରୀମାନଙ୍କୁ ଅତୁଳନୀୟ ଏବଂ ଉନ୍ନତ ଅନୁଭୂତି ପ୍ରଦାନ ପାଇଁ ଉକ୍ତ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ଉକ୍ତ ସୁବିଧା ଦ୍ୱାରା କମ୍ପାନୀ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ବାର୍ଷିକ ୪୦% ଅଭିବୃଦ୍ଧି ଓ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଟାଲି ପ୍ରାଇମ୍‌ ୪.୦ରେ ଶକ୍ତିଶାଳୀ ଡ୍ୟାସ୍‌ବୋର୍ଡ, ଏମ୍‌ଏସ୍‌ ଏକ୍ସେଲ ଓ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ରୁ ତଥ୍ୟ ଆହରଣ କରିବା ଭଳି ସୁବିଧା ସୁଯୋଗ ରହିଛି, ଯାହା ବ୍ୟବସାୟ ଅନୁଭୂତିକୁ ଆହୁରି ଉଚ୍ଚସ୍ତରକୁ ନେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରଯାଇଛି।
ଏ ସମ୍ପର୍କରେ ଟ୍ୟାଲି ସଲ୍ୟୁଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପୂର୍ବାଞ୍ଚଳ ମହାପ୍ରବନ୍ଧକ ଅର୍ଚ୍ଚନ ମୁଖାର୍ଜୀ କହିଛନ୍ତି, ଗତ କିଛି ବର୍ଷ ତଳେ ଟାଲିପ୍ରାଇମ୍‌ର ଶୁଭାରମ୍ଭ ସହ ଆମେ ଏସ୍‌ଏମ୍‌ଇ ବ୍ୟବସାୟକୁ ସରଳ ଓ ପେସାଦାର କରିବା ଉପରେ ଗୁରୁତ୍ୱ ଦେଇ ଶକ୍ତିଶାଳୀ ବ୍ୟବସାୟ ପରିଚାଳନା ଅଭିଜ୍ଞତା ଆଣିବା ଦିଗରେ କ୍ରମାଗତ ଭାବେ କାର୍ଯ୍ୟ କରୁଛୁ। ଟାଲି ପ୍ରାଇମ୍‌ ୪.୦ ସହ ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ବ୍ୟବସାୟ ମାଲିକମାନଙ୍କୁ ଅଧିକ ପେସାଦାର ଏବଂ ଦକ୍ଷତାର ସହ ସେମାନଙ୍କ ବ୍ୟବସାୟ ପରିଚାଳନା କରିବାରେ ସାହାଯ୍ୟ କରିବା ଉପରେ ଆମର ଧ୍ୟାନ ରହିଛି। ଏହି ଶୁଭାରମ୍ଭ ବ୍ୟବସାୟ ପରିଚାଳନାକୁ ସୁବ୍ୟବସ୍ଥିତ ଏବଂ ଡାଟା ସହ ନିରବଚ୍ଛିନ୍ନ ଭାବ ବିନିମୟକୁ ସୁଗମ କରିବ। ସହଜ ଏବଂ ଶକ୍ତିଶାଳୀ ଡ୍ୟାସ୍‌ବୋର୍ଡ ପ୍ରଚଳନ ଦ୍ୱାରା ଟେଲିର ଦୃଢ଼ ରିପୋର୍ଟିଂ ଇଞ୍ଜିନ୍‌, ବିଜ୍‌ନେସ୍‌ ହ୍ବାଟ୍ସଆପ୍‌ ଯୋଗାଯୋଗ ଏବଂ ଏକ୍ସେଲ ସିଟ୍‌ର ଡାଟାକୁ ସହଜରେ ଅନ୍ତର୍ଭୁକ୍ତକରି ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟବସାୟ ଚଳାଇବା ଏବଂ ବୃଦ୍ଧି କରିବାରେ ସକ୍ଷମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?