ରେନୋ ଇଣ୍ଡିଆର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୯: ଭାରତର ଏକ ନମ୍ବର ୟୁରୋପିଆନ୍‌ ବ୍ରାଣ୍ଡ ‘ରେନୋ ଇଣ୍ଡିଆ’ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ରେନୋର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ କରାଯାଇଛି। ଏହାର ସମଗ୍ର ରେଞ୍ଜ ତଥା ଉପତ୍ାଦ ପୋର୍ଟଫୋଲିଓ ଉପରେ ପାର୍ବଣ ଲିମିଟେଡ୍‌ ଏଡିଶନ(ଏଲଇ)ରେ ମଧ୍ୟ ଅଫର ପ୍ରଦାନ କରାଯାଉଛି। ଯେଉଁଥିରେ କାଇଗର, ଟ୍ରାଇବର ଓ କ୍ୱିଡ୍‌ ଭଳି ଯାନ ଅନ୍ତର୍ଭୁକ୍ତ ରହିଛି। ବିଶେଷ କରି ନୂତନତା ଉପରେ ଧ୍ୟାନ ପ୍ରଦାନ କରିବା ସହ ଏହି ଲିମିଟେଡ୍‌ ଏଡିଶନକୁ ଗ୍ରାହକମାନଙ୍କର ପରିବର୍ତ୍ତିତ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହି ପାର୍ବଣ ଲିମିଟେଡ୍‌ ଏଡିଶନ ରେଞ୍ଜଗୁଡ଼ିକ ରେନୋ କାଇଗର ଓ ଟ୍ରାଇବରର ସମସ୍ତ ଆରଏକ୍ସଜେଡ୍‌ ଭାରିଆଣ୍ଟରେ ଉପଲବ୍ଧ ହେବ ଓ ରେନୋ କ୍ୱିଡର କ୍ଲାଇମ୍ବର ଭାରିଆଣ୍ଟରେ ଉପଲବ୍ଧ ହେବ, ଯେଉଁଥିରେ ରହିଛି ଧଳା କଲର ଓ ମାଷ୍ଟେରି ବ୍ଲାକ ରୁଫରେ ଡୁଆଲ୍‌ ଟୋନ୍‌ କମ୍ବିନେଶନ ଓ ଏହା ସମସ୍ତ ଟ୍ରାନ୍‌ସମିସନରେ ମଧ୍ୟ ଉପଲବ୍ଧ ରହିଛି। ଉପରୋକ୍ତ କାରର ଆକର୍ଷଣୀୟତାକୁ ବୃଦ୍ଧି କରିବା ସହ ଏହି ଲିମିଟେଡ୍‌ ଏଡିଶନ ରେଞ୍ଜ ଏକ ଉତ୍କୃଷ୍ଟ ବାହ୍ୟ କଲର ପ୍ରଦାନ କରେ, ଯେଉଁଥିରେ ରହିଛି ଫ୍ରଣ୍ଟ ଗ୍ରିଲ୍‌ ସହ ଚାରି ପାଖରେ ସ୍ପୋର୍ଟି ରେଡ୍‌ ଆକ୍‌ସେଣ୍ଟସ, ଡିଆରଏଲ୍‌-ହେଡ ଲ୍ୟାମ୍ପ ଓ ସାଇଡ୍‌ ଡୋର ଡେକାଲ୍‌ସ ଇତ୍ୟାଦି। ଏପରିକି ରେନୋର ଟପ୍‌ ୫ଟି ଗ୍ଲୋବାଲ୍‌ ମାର୍କେଟ ଏହାକୁ ଆଗକୁ ନେବାରେ ରେନୋ କାଇଗର ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏହି ପାର୍ବଣ ଲିମିଟେଡ୍‌ ଏଡଶନ ଅତୁନଳୀୟ ମୂଲ୍ୟ ପ୍ରଦାନ କରିଥାଏ। ଯେଉଁଥିରେ ରହିଛି ଅତିରିକ୍ତ ଡିଜାଇନ୍‌ ଉପାଦାନ, ଯାହାକୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହାର ଫେଷ୍ଟିଭ୍‌ ଲିମିଟେଡ୍‌ ରେଞ୍ଜର ବୁକିଂ ଚଳିତ ମାସ ୨ ତାରିଖଠାରୁ ରେନୋର ପ୍ରାଧୀକୃତ ଡିଲରଶିପରେ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri