ରେନୋ ଇଣ୍ଡିଆର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୯: ଭାରତର ଏକ ନମ୍ବର ୟୁରୋପିଆନ୍‌ ବ୍ରାଣ୍ଡ ‘ରେନୋ ଇଣ୍ଡିଆ’ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ରେନୋର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ କରାଯାଇଛି। ଏହାର ସମଗ୍ର ରେଞ୍ଜ ତଥା ଉପତ୍ାଦ ପୋର୍ଟଫୋଲିଓ ଉପରେ ପାର୍ବଣ ଲିମିଟେଡ୍‌ ଏଡିଶନ(ଏଲଇ)ରେ ମଧ୍ୟ ଅଫର ପ୍ରଦାନ କରାଯାଉଛି। ଯେଉଁଥିରେ କାଇଗର, ଟ୍ରାଇବର ଓ କ୍ୱିଡ୍‌ ଭଳି ଯାନ ଅନ୍ତର୍ଭୁକ୍ତ ରହିଛି। ବିଶେଷ କରି ନୂତନତା ଉପରେ ଧ୍ୟାନ ପ୍ରଦାନ କରିବା ସହ ଏହି ଲିମିଟେଡ୍‌ ଏଡିଶନକୁ ଗ୍ରାହକମାନଙ୍କର ପରିବର୍ତ୍ତିତ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହି ପାର୍ବଣ ଲିମିଟେଡ୍‌ ଏଡିଶନ ରେଞ୍ଜଗୁଡ଼ିକ ରେନୋ କାଇଗର ଓ ଟ୍ରାଇବରର ସମସ୍ତ ଆରଏକ୍ସଜେଡ୍‌ ଭାରିଆଣ୍ଟରେ ଉପଲବ୍ଧ ହେବ ଓ ରେନୋ କ୍ୱିଡର କ୍ଲାଇମ୍ବର ଭାରିଆଣ୍ଟରେ ଉପଲବ୍ଧ ହେବ, ଯେଉଁଥିରେ ରହିଛି ଧଳା କଲର ଓ ମାଷ୍ଟେରି ବ୍ଲାକ ରୁଫରେ ଡୁଆଲ୍‌ ଟୋନ୍‌ କମ୍ବିନେଶନ ଓ ଏହା ସମସ୍ତ ଟ୍ରାନ୍‌ସମିସନରେ ମଧ୍ୟ ଉପଲବ୍ଧ ରହିଛି। ଉପରୋକ୍ତ କାରର ଆକର୍ଷଣୀୟତାକୁ ବୃଦ୍ଧି କରିବା ସହ ଏହି ଲିମିଟେଡ୍‌ ଏଡିଶନ ରେଞ୍ଜ ଏକ ଉତ୍କୃଷ୍ଟ ବାହ୍ୟ କଲର ପ୍ରଦାନ କରେ, ଯେଉଁଥିରେ ରହିଛି ଫ୍ରଣ୍ଟ ଗ୍ରିଲ୍‌ ସହ ଚାରି ପାଖରେ ସ୍ପୋର୍ଟି ରେଡ୍‌ ଆକ୍‌ସେଣ୍ଟସ, ଡିଆରଏଲ୍‌-ହେଡ ଲ୍ୟାମ୍ପ ଓ ସାଇଡ୍‌ ଡୋର ଡେକାଲ୍‌ସ ଇତ୍ୟାଦି। ଏପରିକି ରେନୋର ଟପ୍‌ ୫ଟି ଗ୍ଲୋବାଲ୍‌ ମାର୍କେଟ ଏହାକୁ ଆଗକୁ ନେବାରେ ରେନୋ କାଇଗର ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏହି ପାର୍ବଣ ଲିମିଟେଡ୍‌ ଏଡଶନ ଅତୁନଳୀୟ ମୂଲ୍ୟ ପ୍ରଦାନ କରିଥାଏ। ଯେଉଁଥିରେ ରହିଛି ଅତିରିକ୍ତ ଡିଜାଇନ୍‌ ଉପାଦାନ, ଯାହାକୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହାର ଫେଷ୍ଟିଭ୍‌ ଲିମିଟେଡ୍‌ ରେଞ୍ଜର ବୁକିଂ ଚଳିତ ମାସ ୨ ତାରିଖଠାରୁ ରେନୋର ପ୍ରାଧୀକୃତ ଡିଲରଶିପରେ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?