ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭ ରିଡ୍‌ଲେର ଶୁଭାରମ୍ଭ

ଭୁବନେଶ୍ୱର,୧୯।୯: ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ବିକାଶ ଓ ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି କିଏ ଜିମ୍‌ ଯାଇ ବ୍ୟାୟାମ କରୁଛି ତ କିଏ ଯୋଗ ଓ ପ୍ରାଣାୟାମ ଆଦି କରୁଛନ୍ତି। ହେଲେ ଗୋଟିଏ ଛାତ ତଳେ ଏ ତମାମ ସମସ୍ୟାର ସମାଧାନ ପାଇଁ ନିକଟରେ ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭରିଡଲେର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭିନ୍ନ ଚିନ୍ତାଧାରା ଏବଂ ଏଭଳି ଏକ ଅଭିନବ ପ୍ଲାଟଫର୍ମକୁ ନେଇ ପୂର୍ବତନ କ୍ରିକେଟର ତଥା ଷ୍ଟାର୍ଟଅପର ସୌରଜିତ ପ୍ରଧାନୀ ଚର୍ଚ୍ଚାରେ ରହିଛନ୍ତି। ସେହିଭଳି ଓଡ଼ିଶାରେ ଏହା ପ୍ରଥମ ସ୍ବାସ୍ଥ୍ୟ ଭିତ୍ତିକ ପ୍ଲାଟଫର୍ମ ଅଟେ, ଯେଉଁଥିରେ କ୍ରୀଡ଼ା, ସ୍ବାସ୍ଥ୍ୟ ସହ ମାନସିକ ବିକାଶ ସମ୍ପର୍କରେ ଅନେକ ପ୍ରକାରର ସେବା ଓ ସୁବିଧା ମିଳିପାରିବ। ପ୍ରଥମେ ଏହା ଚେସ୍‌ ଓ କ୍ରିକେଟ ଭଳି କ୍ରୀଡାକୁ ଫୋକସ କରୁଛି। ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ କ୍ରୀଡ଼ା ଉପରେ ମଧ୍ୟ କାମ କରିବ।

ଏପରିକି ଏହା ସହ ଶିଶୁ ଅବସ୍ଥାରୁ ମାନସିକ ପ୍ରଶିିକ୍ଷଣ ଦେବ। ଫଳରେ ଶୈଶବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଖେଳକୁଦ ସହ ବିଶ୍ୱସ୍ତରୀୟ ଯୋଗ ପ୍ରଶିକ୍ଷଣ ମାଧ୍ୟମରେ ମାନସିକ ଓ ଶାରୀରିକ ବିକାଶ କରାଯାଇପାରିବ। ସେହିପରି ଏହାର ଅଭିଜ୍ଞ ପ୍ରଶିକ୍ଷକମାନେ ଉକ୍ତ ପ୍ଲାଟଫର୍ମ ଜରିଆରେ ସବୁ ବର୍ଗଙ୍କୁ ଟ୍ରେନିଂ ଦେବେ ବୋଲି ସୌରଜିତ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କଷ୍ଟମାଇଜ୍‌ ଡାଏଟ ପ୍ଲାନ, ପ୍ରୋଟିନ ଓ କ୍ୟାଲୋରୀ କଣ୍ଟ୍ରୋଲ ସହ କାର୍ବୋହାଇଡ୍ରେଟ ଓ ଫାଇବର ସନ୍ତୁଳନ ଶାରୀରିକ ଗଠନ ଓ ବିକାଶ ଉପରେ ଏକ ସ୍ବତନ୍ତ୍ର ଡ୍ରାଇଭ ‘ଟ୍ରେନ୍‌ ଦି ଟ୍ରେନର୍ସ’ନାମରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି, ଯେଉଁଥିରେ ପ୍ରଶିକ୍ଷଣ ସହ ପ୍ରମାଣପତ୍ର ମଧ୍ୟ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri