ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବର୍ତ୍ତମାନ ବଜାରରେ ଏକ ନୂତନ କ୍ରେଡିଟ୍-ଫାଷ୍ଟ ୟୁପିଆଇ ସର୍ଭିସ୍ ପ୍ଲାଟ୍ଫର୍ମର ଶୁଭାରମ୍ଭ କରାଯାଇଛି। ଏପରିକି ସୁପର୍ ଡଟ୍ ମନି ପକ୍ଷରୁ ଏକ ସଫଳ ବିଟା ଫେଜ୍ ପରେ ଔପଚାରିକ ଭାବେ ଏହାର ଆପ୍ ଶୁଭାରମ୍ଭ କରାଯାଇଛି। ବିଟା ଫେଜ୍ ସମୟରେ ଏହି ଆପ୍ର ପ୍ରାୟ ୧ ମିଲିୟନ ଡାଉନଲୋଡ୍ ଦେଖିବାକୁ ମିଳିଛି, ଯାହା ୧୦ମିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନକୁ ପରିଚାଳନା କରିଥିଲା। ସୁପର ଡଟ୍ ମନି ଏକ ପ୍ରଥମ ଧରଣର କ୍ରେଡିଟ୍ ଅନ୍ ୟୁପିଆଇ ସଲ୍ୟୁଶନର ପରୀକ୍ଷଣ ଶେଷ କରିଛି ଏବଂ ଏଥିପାଇଁ ୱେଟ୍ଲିଷ୍ଟ ପ୍ରୋଗ୍ରାମ ଆରମ୍ଭ କରିଛି। ସୁପର ଡଟ୍ ମନିର ପ୍ରଥମ ସମାଧାନ ହେଉଛି ଏକ ରୁପେ କ୍ରେଡିଟ୍ କାର୍ଡ ଯାହା ୟୁପିଆଇ ରେଲ୍ରେ ଏକ ସୁଧ ବହନକାରୀ ୱାଲେଟ ଭାବେ କାର୍ଯ୍ୟ କରିଥାଏ ଏବଂ ଏହା ବିଶ୍ୱରେ ପ୍ରଥମ ଧରଣର । ସୁପର ଡଟ୍ ମନି ଦୈନନ୍ଦିନ ଟ୍ରାଞ୍ଜାକ୍ସନଗୁଡିକ ପାଇଁ ରିୱାର୍ଡ ଓ ଋଣ ଅନୁଭୂତିକୁ ଉନ୍ନତ କରିବା ଉପରେ ଏକ ମଜଭୁତ ଧ୍ୟାନ ସହ ଏହାର ୟୁପିଆଇ ଅଫରିଂ ଶୁଭାରମ୍ଭ କରିଛି। ଏହି ଆପ୍ ପ୍ରତ୍ୟେକ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ ଉପରେ ୫% ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ ଏବଂ ଫ୍ଲିପ୍କାର୍ଟ ଓ ମିନ୍ତ୍ରା ସମେତ ପାର୍ଟନର ମର୍ଚ୍ଚାଣ୍ଟଗୁଡିକରୁ ସ୍ବତନ୍ତ୍ର ଅଫର ପ୍ରଦାନ କରୁଛି। ଏ ସମ୍ପର୍କରେ ସୁପର୍ ଡଟ୍ ମନିର ପ୍ରତିଷ୍ଠାତା ତଥା ସିଇଓ ପ୍ରକାଶ ସିକାରିଆ କହିଛନ୍ତି, ସୁପର୍ ଡଟ୍ ମନି ଆପ୍ ଶୁଭାରମ୍ଭର ସମୟ ଅତ୍ୟନ୍ତ ଅନୁକୂଳ ଅଟେ, ଯାହା ୟୁପିଆଇରେ କ୍ରମାଗତ ଭାବେ ୩ୟ ମାସ ପାଇଁ ଟ୍ରାଞ୍ଜାକ୍ସନରେ ୨୦ଟ୍ରିଲିୟନ ଟଙ୍କା ଅତିକ୍ରମ କରିଛି। ଆମର ବିଟା ଫେଜ୍ ସୁପର୍ ଡଟ୍ ମନି ଅନୁଭୂତିକୁ ଉନ୍ନତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବେଳେ ସୁପର୍ ଡଟ୍ ମନିରେ ଆମର ଲକ୍ଷ୍ୟ କେବଳ ଏକ ପେମେଣ୍ଟ ପ୍ଲାଟ୍ଫର୍ମ ହେବାରୁ ଆଗକୁ ବଢିଛି। ବର୍ତ୍ତମାନ ସୁପର୍ ଡଟ୍ ମନି ଆର୍ଥିକ ସେବାଗୁଡିକୁ ସଶକ୍ତ କରିବା ପାଇଁ ଏକ ବିସ୍ତୃତ ଶୃଙ୍ଖଳାର ଆର୍ଥିକ ଅନୁଷ୍ଠାନ ସହ ସହଭାଗିତା କରିଛି। ସୁପର୍ ଡଟ୍ ମନି ଆପ୍ ବର୍ତ୍ତମାନ ସମସ୍ତ ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଛି ଏବଂ ଖୁବ୍ଶୀଘ୍ର ଏହା ଆଇଓଏସ୍ ପ୍ଲାଟ୍ଫର୍ମରେ ଲଞ୍ଚ ହେବ।
ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!
ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…
8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…
ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…
ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…
Video: କାପଟେନ ସ୍ମିତ୍ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ
ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…
ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!
ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…
ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା
ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…
2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍!
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି
ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

