ଜିଓ-ବିପି ପକ୍ଷରୁ ନୂତନ ଡିଜେଲର ଶୁଭାରମ୍ଭ

ଭୁବନେଶ୍ୱର,୧୮।୫: ଜିଓ-ବିପି ପକ୍ଷରୁ ଏକ ନୂତନ ଡିଜେଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆକ୍ଟିଭ୍‌ ଟେକ୍ନୋଲୋଜି ସହ ଜିଓ-ବିପିର ନୂତନ ଡିଜେଲ ବଜାରରେ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି କମ୍ପାନୀ ଉକ୍ତ ଉତ୍ପାଦ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଏହାର ମାନ ବୃଦ୍ଧି କରାଇବା ପାଇଁ ପ୍ରସ୍ତୁତ ରହିଛି। ନୂଆକରି ଶୁଭାରମ୍ଭ ହୋଇଥିବା ଏହି ଆଡିଟିଭାଇଜ୍‌ଡ ଡିଜେଲ କମ୍ପାନୀ ନେଟ୍‌ୱର୍କରେ ଉପଲବ୍ଧ ରହିଥିବାବେଳେ ଉକ୍ତ ଡିଜେଲ ୪.୩% ପର୍ଯ୍ୟନ୍ତ ଉନ୍ନତ ଫୁଏଲ୍‌ ଇକୋନୋମି ପ୍ରଦାନ କରିଥାଏ। ଫଳରେ ଟ୍ରକରମାନଙ୍କୁ ବାର୍ଷିକ ୧.୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟର ସୁବିଧା ପ୍ରଦାନ କରିଥାଏ। ବିଶେଷକରି ଉଚ୍ଚ ପ୍ରଦର୍ଶନକ୍ଷମ ଉକ୍ତ ନୂତନ ଡିଜେଲ ଜିଓ-ବିପି ଆଉଟ୍‌ଲେଟ୍‌ଗୁଡ଼ିକରେ ଉପଲବ୍ଧ।
ସେହିଭଳି ଜିଓ-ବିପି ଆଉଟ୍‌ଲେଟ୍‌ଗୁଡ଼ିକରେ ଆକ୍ଟିଭ୍‌ ଟେକ୍ନୋଲୋଜି ସହ ଉକ୍ତ ଡିଜେଲ ଜମା ହୋଇଥିବା ମଇଳା କାରଣରୁ ଅବାଞ୍ଛିତ ମରାମତିର ବିପଦକୁ ହ୍ରାସ କରିବାରେ ବେଶ୍‌ ସାହାଯ୍ୟ କରିଥାଏ ଏବଂ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ପାର୍ଟସଗୁଡିକରେ ବିଦ୍ୟମାନ ମଇଳାକୁ ଦୂରକରିବା ସହ ଏହାକୁ ଜମା ହେବାରୁ ସୁରକ୍ଷା ଦେଇଥାଏ। ସେହିପରି ଏହାକୁ ବାଣିଜି୍ୟକ ଯାନର ଏକ ଶୃଙ୍ଖଳରେ କାର୍ଯ୍ୟ କରିବା ପାଇଁ ଡିଜାଇନ କରାଯାଇଛି ଏବଂ ବିଦ୍ୟମାନ ବ୍ୟବହାର ସହ ଏହା ଚାଳକ ଓ ମାଲିକମାନଙ୍କୁ ବିଭିନ୍ନ ଲାଭ ପ୍ରଦାନ କରିଥାଏ। ଏପରିକି ଏହା ବିଦ୍ୟମାନ ବ୍ୟବହାର ସହିତ ଇଞ୍ଜିନର ଶକ୍ତିକୁ ପୁନଃ ସଂରକ୍ଷିତ ଓ ବଜାୟ ରଖିବାରେ ସାହାଯ୍ୟ କରିଥାଏ।
ଜିଓ-ବିପିର ସିଇଓ ହରିଶ ସି ମେହତା କହିଛନ୍ତି, ଆମ ପାଇଁ ପ୍ରତ୍ୟେକ ଗ୍ରାହକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଜିଓ-ବିପି ପାଇଁ ଟ୍ରକରଗୁଡ଼ିକ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଧାରଣ କରିଛନ୍ତି। ବିଶେଷକରି ଇନ୍ଧନ କାର୍ଯ୍ୟଦକ୍ଷତା ଏବଂ ଇଞ୍ଜିନ ମେଣ୍ଟେନାନ୍ସକୁ ନେଇ ସେମାନଙ୍କ ଚିନ୍ତା ହ୍ରାସ କରିବା ପାଇଁ ଜିଓ-ବିପି ସ୍କ୍ରାଚ୍‌ରୁ କଷ୍ଟମାଇଜ ଆଡିଟିଭ ବିକଶିତ କରିବା ଲାଗି ସର୍ବୋତ୍ତମ ଟେକ୍ନୋଲୋଜି ବିଶେଷଜ୍ଞମାନଙ୍କ ସହିତ ଏକାଧିକ ବର୍ଷ ଧରି କାଯର୍‌ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri