ମାଇଁ ଷ୍ଟାର୍ଟଅପ୍‌ ସିଜନ ୪.୦ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବ୍ରିଟାନିଆ ମ୍ୟାରି ଗୋଲ୍ଡ ପକ୍ଷରୁ ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍‌ କ୍ୟାମ୍ପେନ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋସତ୍ାହିତ କରିବା ପାଇଁ ‘ମାଇଁ ଷ୍ଟାର୍ଟଅପ୍‌ ସିଜନ-୪’ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଉକ୍ତ ସିଜନର ଅନ୍ୟତମ ହାଇଲାଇଟ୍‌ ହେଉଛି ଯେ, ସମସ୍ତ ଅଂଶଗ୍ରହଣକାରୀ ଗୁଗଲ୍‌ର ୱମେନ୍‌ୱିଲ୍‌ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇପାରିବେ। ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍‌ କ୍ୟାମ୍ପେନ୍‌ ସଫଳତାର ସହ ୩ଟି ସିଜନ୍‌ର ପରିଚାଳନା କରିବା ସହ ଭାରତୀୟ ଗୃହିଣୀମାନଙ୍କୁ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ପାଣ୍ଠି ଓ ଦକ୍ଷତା ବିକାଶ ପ୍ରଦାନ କରିଛି। ]

ଏହା ଏକ ବ୍ୟବସାୟିକ ସ୍ବାକ୍ଷରତା କାର୍ଯ୍ୟକ୍ରମ ଯାହା କିଭଳି ଏକ ଆଗ୍ରହକୁ ବ୍ୟବସାୟରେ ପରିଣତ କରିବା ସହ ଏକ ଉଦ୍ୟୋଗକୁ ପରିଚାଳନା କରିବା ଓ ଅଭିବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବା ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାଏ। ଶିକ୍ଷା ଯାତ୍ରା ଶେଷ କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ଟିଫିକେଟ୍‌ ସହ ସମ୍ମାନିତ ମଧ୍ୟ କରାଯାଇଥାଏ। କମ୍ପାନୀର ଏଭଳି ପଦକ୍ଷେପ ୧୦ ଜଣ ମନୋନୀତ ଗୃହିଣୀଙ୍କୁ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ। ଅପରପକ୍ଷରେ ସିଜନ ୨ରେ ଏନ୍‌ଏସ୍‌ଡିସି ସହ ଏକ ସହଭାଗିତା ଜରିଆରେ ଉକ୍ତ କ୍ୟାମ୍ପେନ୍‌କୁ ୧୦,୦୦୦ ଗୃହିଣୀଙ୍କୁ ମୌଳିକ ଯୋଗାଯୋଗ ଦକ୍ଷତା, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା(ଆଇସିଟି) ମାଧ୍ୟମରେ ଆର୍ଥିକ ସ୍ବାକ୍ଷରତା ସମେତ ସାମାଜିକ ଓ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ଏବଂ କ୍ଷୁଦ୍ର ଉଦ୍ୟୋଗୀ ଦକ୍ଷତା ପ୍ରଦାନ କରିବାରେ ସାହାଯ୍ୟ କରିଥିଲା।

ଏହାର ସିଜନ୍‌ ୩ରେ ବ୍ରିଟାନିଆ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟ-ଅପ୍‌ କ୍ୟାମ୍ପେନ୍‌ ଗୃହିଣୀମାନଙ୍କୁ ନିଜ ବ୍ୟବସାୟ ବୃଦ୍ଧି କରିବା ପାଇଁ ଇଣ୍ଟରନେଟ୍‌ର ବ୍ୟବହାର କରିବାରେ ସାହାଯ୍ୟ କରିବା ପାଇଁ ଏହାର ଅଫରିଂଗୁଡିକୁ ବିସ୍ତାର କରିଥିଲା।
ଏ ସମ୍ପର୍କରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚିଫ୍‌ ମାର୍କେଟିଂ ଅଫିସର ଅମିତ୍‌ ଦୋଷୀ କହିଛନ୍ତି, କମ୍ପାନୀ ଦୀର୍ଘ ଦଶନ୍ଧି ହେବ ଭାରତୀୟ ଗୃହିଣୀମାନଙ୍କର ସହ ଏକ ଅନ୍ତରଙ୍ଗ ସଂଯୋଗ ରହି ଆସିଛି। ଏପରିକି ଆମେ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟଅପ୍‌ ଅଭିଯାନର ୩ଟି ସଫଳ ସିଜନକୁ ପରିଚାଳନା କରି ଗର୍ବିତ ମନେକରୁଛୁ। ଏଥିପାଇଁ ଆମେ ଅଣ-ମେଟ୍ରୋ ଅଞ୍ଚଳରୁ ପ୍ରାୟ ୬୦% ସହ ସର୍ବଭାରତୀୟ ସ୍ତରରୁ ମହିଳା ଆଶାୟୀଙ୍କଠାରୁ ପ୍ରାୟ ୪ ମିଲିୟନ ଆବେଦନ ହାସଲ କରିଥିଲୁ। ଚଳିତ ବର୍ଷ ଆମେ ଗୁଗଲ୍‌ ସହ ସହଭାଗିତା କରି ଖୁବ୍‌ ଆନନ୍ଦିତ ଏବଂ ଆମେ ନିଶ୍ଚିତ ଯେ,ନିରନ୍ତର ମାର୍ଗଦର୍ଶନ ଓ ଆମଠାରୁ ସହଯୋଗ ସହ ସେମାନଙ୍କର ବିଶେଷଜ୍ଞତା ଲକ୍ଷ ଲକ୍ଷ ଆଶାୟୀ ମହିଳା ଉଦ୍ୟୋଗୀଙ୍କୁ ନିଜର ଉଦ୍ୟୋଗ ଯାତ୍ରାକୁ ଗଣତାନ୍ତ୍ରିକ ଓ ସ୍ଥାୟୀ କରିବାରେ ସହଯୋଗ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?