ମାଇଁ ଷ୍ଟାର୍ଟଅପ୍‌ ସିଜନ ୪.୦ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବ୍ରିଟାନିଆ ମ୍ୟାରି ଗୋଲ୍ଡ ପକ୍ଷରୁ ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍‌ କ୍ୟାମ୍ପେନ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋସତ୍ାହିତ କରିବା ପାଇଁ ‘ମାଇଁ ଷ୍ଟାର୍ଟଅପ୍‌ ସିଜନ-୪’ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଉକ୍ତ ସିଜନର ଅନ୍ୟତମ ହାଇଲାଇଟ୍‌ ହେଉଛି ଯେ, ସମସ୍ତ ଅଂଶଗ୍ରହଣକାରୀ ଗୁଗଲ୍‌ର ୱମେନ୍‌ୱିଲ୍‌ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇପାରିବେ। ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍‌ କ୍ୟାମ୍ପେନ୍‌ ସଫଳତାର ସହ ୩ଟି ସିଜନ୍‌ର ପରିଚାଳନା କରିବା ସହ ଭାରତୀୟ ଗୃହିଣୀମାନଙ୍କୁ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ପାଣ୍ଠି ଓ ଦକ୍ଷତା ବିକାଶ ପ୍ରଦାନ କରିଛି। ]

ଏହା ଏକ ବ୍ୟବସାୟିକ ସ୍ବାକ୍ଷରତା କାର୍ଯ୍ୟକ୍ରମ ଯାହା କିଭଳି ଏକ ଆଗ୍ରହକୁ ବ୍ୟବସାୟରେ ପରିଣତ କରିବା ସହ ଏକ ଉଦ୍ୟୋଗକୁ ପରିଚାଳନା କରିବା ଓ ଅଭିବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବା ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାଏ। ଶିକ୍ଷା ଯାତ୍ରା ଶେଷ କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ଟିଫିକେଟ୍‌ ସହ ସମ୍ମାନିତ ମଧ୍ୟ କରାଯାଇଥାଏ। କମ୍ପାନୀର ଏଭଳି ପଦକ୍ଷେପ ୧୦ ଜଣ ମନୋନୀତ ଗୃହିଣୀଙ୍କୁ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ। ଅପରପକ୍ଷରେ ସିଜନ ୨ରେ ଏନ୍‌ଏସ୍‌ଡିସି ସହ ଏକ ସହଭାଗିତା ଜରିଆରେ ଉକ୍ତ କ୍ୟାମ୍ପେନ୍‌କୁ ୧୦,୦୦୦ ଗୃହିଣୀଙ୍କୁ ମୌଳିକ ଯୋଗାଯୋଗ ଦକ୍ଷତା, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା(ଆଇସିଟି) ମାଧ୍ୟମରେ ଆର୍ଥିକ ସ୍ବାକ୍ଷରତା ସମେତ ସାମାଜିକ ଓ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ଏବଂ କ୍ଷୁଦ୍ର ଉଦ୍ୟୋଗୀ ଦକ୍ଷତା ପ୍ରଦାନ କରିବାରେ ସାହାଯ୍ୟ କରିଥିଲା।

ଏହାର ସିଜନ୍‌ ୩ରେ ବ୍ରିଟାନିଆ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟ-ଅପ୍‌ କ୍ୟାମ୍ପେନ୍‌ ଗୃହିଣୀମାନଙ୍କୁ ନିଜ ବ୍ୟବସାୟ ବୃଦ୍ଧି କରିବା ପାଇଁ ଇଣ୍ଟରନେଟ୍‌ର ବ୍ୟବହାର କରିବାରେ ସାହାଯ୍ୟ କରିବା ପାଇଁ ଏହାର ଅଫରିଂଗୁଡିକୁ ବିସ୍ତାର କରିଥିଲା।
ଏ ସମ୍ପର୍କରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚିଫ୍‌ ମାର୍କେଟିଂ ଅଫିସର ଅମିତ୍‌ ଦୋଷୀ କହିଛନ୍ତି, କମ୍ପାନୀ ଦୀର୍ଘ ଦଶନ୍ଧି ହେବ ଭାରତୀୟ ଗୃହିଣୀମାନଙ୍କର ସହ ଏକ ଅନ୍ତରଙ୍ଗ ସଂଯୋଗ ରହି ଆସିଛି। ଏପରିକି ଆମେ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟଅପ୍‌ ଅଭିଯାନର ୩ଟି ସଫଳ ସିଜନକୁ ପରିଚାଳନା କରି ଗର୍ବିତ ମନେକରୁଛୁ। ଏଥିପାଇଁ ଆମେ ଅଣ-ମେଟ୍ରୋ ଅଞ୍ଚଳରୁ ପ୍ରାୟ ୬୦% ସହ ସର୍ବଭାରତୀୟ ସ୍ତରରୁ ମହିଳା ଆଶାୟୀଙ୍କଠାରୁ ପ୍ରାୟ ୪ ମିଲିୟନ ଆବେଦନ ହାସଲ କରିଥିଲୁ। ଚଳିତ ବର୍ଷ ଆମେ ଗୁଗଲ୍‌ ସହ ସହଭାଗିତା କରି ଖୁବ୍‌ ଆନନ୍ଦିତ ଏବଂ ଆମେ ନିଶ୍ଚିତ ଯେ,ନିରନ୍ତର ମାର୍ଗଦର୍ଶନ ଓ ଆମଠାରୁ ସହଯୋଗ ସହ ସେମାନଙ୍କର ବିଶେଷଜ୍ଞତା ଲକ୍ଷ ଲକ୍ଷ ଆଶାୟୀ ମହିଳା ଉଦ୍ୟୋଗୀଙ୍କୁ ନିଜର ଉଦ୍ୟୋଗ ଯାତ୍ରାକୁ ଗଣତାନ୍ତ୍ରିକ ଓ ସ୍ଥାୟୀ କରିବାରେ ସହଯୋଗ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri