‘ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୧୦।୧: ଟାଟା ପାୱାରର ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌’ର ଶୁଭାରମ୍ଭ ସମ୍ପର୍କରେ କରାଯାଇଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଯୁବ ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ କମ୍ପାନୀର ଏହି ପଦକ୍ଷେପ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ୮ରୁ ୧୨ବର୍ଷ ଏବଂ ୧୩ରୁ ୧୬ବର୍ଷର ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ଜାଗ୍ରତ କରିବା ଲକ୍ଷ୍ୟ ରଖି ପିଲାମାନଙ୍କୁ ଚିତ୍ରକଳା, ସ୍କେଚ୍‌ ଏବଂ କବିତା, ପ୍ରବନ୍ଧ ଓ କାହାଣୀ ଭଳି ସାହିତି୍ୟକ ଲେଖା ପଠାଇବା ପାଇଁ ଆହ୍ବାନ ଦିଆଯାଇଛି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଅଭିଯାନ ସହ ଖାପଖାଉଛି, ଯାହା ଶିକ୍ଷା ଓ ସଂସ୍କୃତି ମଧ୍ୟରେ ସମନ୍ବୟକୁ ସୁଦୃଢ଼ କରିବ। ଏପରିକି ଛାତ୍ରୀଛାତ୍ରମାନେ ସେମାନଙ୍କ ଭିଡିଓ ଆବେଦନକୁ କବିତା, ପ୍ରବନ୍ଧ ଓ କାହାଣୀ ମାଧ୍ୟମରେ ପଠାଇପାରିବେ। ସେହିଭଳି ୮ରୁ ୧୨ ଏବଂ ୧୩ରୁ ୧୬ ବର୍ଷ ବୟସ ବର୍ଗରେ ପ୍ରଥମ ପୁରସ୍କାର ଭାବେ ଟ୍ରଫି, ସ୍ବର୍ଣ୍ଣ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯାଉଥିବାବେଳେ ୨ୟ ପୁରସ୍କାରରେ ରୌପ୍ୟ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ଏବଂ ୩ୟ ପୁରସ୍କାରରେ ତାମ୍ର ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ। ସେହିପରି ଚୟନ କରାଯାଇଥିବା ଅନ୍ୟ ଶ୍ରେଷ୍ଠ ୨୦ଜଣଙ୍କୁ ୨୦୦୦ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ। ଉକ୍ତ ପ୍ରତିଯୋଗିତାରେ ସାମିଲ ସମସ୍ତ ଆବେଦନକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ଦିଆଯିବ। ଅପରପକ୍ଷରେ ପ୍ରତିଯୋଗୀମାନେ ସେମାନଙ୍କ ଆବେଦନକୁ ସିଧାସଳଖ ‘ମାଇଁ ଓଡ଼ିଶା ଇଣ୍ଡିଆଜ୍‌ ପ୍ରାଇଡ୍‌’ ପ୍ରତିଯୋଗିତାରେ ନିଜର ନାମ, ବୟସ, ଫୋନ୍‌ ନମ୍ବରକୁ ଫାଇଲ୍‌ ନାମ ଭାବେ ଲେଖି (ଉଦାହରଣ ତୁହିନ ମହାପାତ୍ର-୦୯-୯୮୧୮****) ଲେଖି ପଠାଇପାରିବେ। ଅନ୍ୟଥା ସେମାନେ ନିଜ ଆବେଦନକୁ ଅଂଶଗ୍ରହଣର ବର୍ଗ,ନାମ, ବୟସ, ମୋବାଇଲ୍‌ ନମ୍ବର ଓ ସହର ନାମ ଲେଖି photocontest.tpodisha@tatapower.comରେ ଇମେଲ୍‌ କରିପାରିବେ। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ଅନୁଶୀଳନ କରିବେ। ଉଲ୍ଲେଖଯୋଗ୍ୟ, (ସର୍ତ୍ତାବଳୀ: ଅଧିସୂଚନା) ପ୍ରତିଯୋଗିତାରେ ଦାଖଲ ହୋଇଥିବା ଆବେଦନଗୁଡ଼ିକକୁ ନିଜ ଅନୁସାରେ ବ୍ୟବହାର କରିବାର ଅଧିକାର ଟାଟା ପାୱାର ପାଖରେ ରହିବ। ଓଡ଼ିଶାରେ ବିଦ୍ୟୁତ୍‌ ବଣ୍ଟନର ଅଂଶ ଭାବେ ଟାଟା ପାୱାର ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ନ ଓଡ଼ିଶା ଭଳି ଚାରିଟି ଡିସ୍‌କମ୍‌ର ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?