ଭୁବନେଶ୍ୱର, ୧୮।୭: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍ସ ସାର୍ଟିଫିକେଟ୍’ (ଏମ୍ଏସ୍ଏସ୍ସି)ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ନୂତନ ପଦକ୍ଷେପ ବୋଲି ବିଓବି ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ଏସ୍ଏସ୍ସି ହେଉଛି ଏକ ୨ ବର୍ଷିଆ ଡିପୋଜିଟ୍ ସ୍କିମ୍, ଯାହାକି ବାର୍ଷିକ ୭.୫% ସୁଧ ପ୍ରଦାନ କରିଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରାମନ ମହିଳା ସମ୍ମାନ ସେଭିଙ୍ଗ୍ସ ସାର୍ଟିଫିକେଟ୍, ମହିଳା ଓ ଝିଅଙ୍କ ପାଇଁ ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ବିଷୟରେ କେନ୍ଦ୍ର ବଜେଟ୨୦୨୩-୨୪ରେ ଘୋଷଣା କରିଛନ୍ତି। ଏହି ଯୋଜନା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇ ବର୍ଷ ନିମନ୍ତେ ବୈଧ ରହିଛି।
ଏ ସମ୍ପର୍କରେ ବିଓବିର ଇଡି ଅଜୟ କେ.ଖୁରାନା କହିଛନ୍ତି,ଏମ୍ଏସ୍ଏସ୍ସି ସ୍କିମକୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛ, ଯଦ୍ଦ୍ବାରା ମହିଳାମାନେ ନିବେଶ କରିବା ପାଇଁ ପ୍ରୋତ୍ସାହିତ ହେବେ ଓ ସେମାନଙ୍କର ଆର୍ଥିକ ସ୍ବାଧୀନତାକୁ ସୁନିଶ୍ଚିତ କରିପାରିବେ। ଏପରିକି ବିଓବିରେ ଆମେ ଏମ୍ଏସ୍ଏସସି ସ୍କିମ୍ର ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ। ଯାହାକି ସାରା ଦେଶରେ ଆମର ସମସ୍ତ ଶାଖାରେ ଏହା ଉପଲବ୍ଧ ହେବ। ଏମ୍ଏସ୍ଏସି ଦ୍ୱାରା ସବୁ ବର୍ଗର ମହିଳା ସଶକ୍ତ ହୋଇପାରିବେ ଓ ସରକାରଙ୍କ ଏହି ପଦକ୍ଷେପକୁ ସହାୟତା ପ୍ରଦାନ କରିବା ପାଇଁ ବ୍ୟାଙ୍କ ଅଫ୍ ବରୋଦାର ସାରା ଭାରତରେ ଉପସ୍ଥିତି ରହିଛି। ଏମ୍ଏସ୍ଏସସି ଆକାଉଣ୍ଟ ଖୋଲିବା ଫର୍ମ ସମସ୍ତ ବ୍ୟାଙ୍କ ଅଫ୍ ବରୋଦାର ଶାଖାରେ ଉପଲବ୍ଧ ରହିଛି।
US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ
ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…
୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…
ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…
ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ
ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…
ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….
ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…
ରାତିରେ ଝିଅ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…
ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…
ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…
୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…
ନୂଆଦିଲ୍ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…
ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video
ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…
Archives

