ଓଲା ପକ୍ଷରୁ ମୁଭ୍‌ଓଏସ୍‌୩ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୧୨: ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ(ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ର ନୂତନ ସଫ୍ଟୱେର ଅପ୍‌ଡେଟ୍‌ ମୁଭ୍‌ଓଏସ୍‌ ୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଶୁଭାରମ୍ଭ ଦ୍ୱାରା ୧ଲକ୍ଷରୁ ଅଧିକ ଓଲା ଗ୍ରାହକ ଓଭର୍‌-ଦ-ଏୟାର (ଓଟିଏ) ଅପ୍‌ଡେଟ୍‌ ଗ୍ରହଣ କରିବେ। ଯାହା ସେମାନଙ୍କ ସ୍କୁଟର୍‌ଗୁଡିକର ବାସ୍ତବ କ୍ଷମତାକୁ ଅନ୍‌ଲକ୍‌ କରିବ ଏବଂ ସେଗୁଡିକୁ ଦେଶରେ ଉପଲବ୍ଧ ଟେକ୍ନୋଲୋଜି ଦୃଷ୍ଟିରୁ ସବୁଠାରୁ ଅତ୍ୟାଧୁନିକ ଓ ଫିଚର-ସମୃଦ୍ଧ ୨ଡବ୍ଲ୍ୟୁରେ ପରିଣତ କରିବ। ମୁଭ୍‌ଓଏସ୍‌୩ ହେଉଛି ଏକ ବର୍ଷ ମଧ୍ୟରେ ଓଲାର ୩ୟ ପ୍ରମୁଖ ସଫ୍ଟୱେର ଅପ୍‌ଡେଟ୍‌, ଯାହା ଓଲାର ଏସ୍‌୧ ସ୍କୁଟର୍‌ଗୁଡିକରେ ବିଦ୍ୟମାନ ରହିଥିବା ଏକାଧିକ ଫିଚରଗୁଡିକ ସହ ଆହୁରି ନୂଆ ଓ ଉତ୍ସାହଜନକ ଫିଚରଗୁଡିକୁ ସାମିଲ କରିବ।

ଏହି ବହୁପ୍ରତୀକ୍ଷିତ ସଫ୍ଟୱେର ଅପ୍‌ଡେଟ୍‌ ସ୍କୁଟର୍‌ଗୁଡିକରେ ପ୍ରମୁଖ ପ୍ରଦର୍ଶନ ଉନ୍ନତୀକରଣ ଆଣିବା ସହ ବର୍ଦ୍ଧିତ ପହଞ୍ଚ ପ୍ରଦାନ କରିବ। ଏହି ଅପ୍‌ଗ୍ରେଡ୍‌ ପ୍ରଦାନ କରିବାକୁ ଥିବା ଅନ୍ୟ ଏକ ପ୍ରମୁଖ ସୁବିଧା ହେଉଛି ଓଲା ସ୍କୁଟର୍‌ଗୁଡିକର କମ୍ପାନୀର ଦ୍ରୁତବେଗରେ ସମ୍ପ୍ରସାରିତ ହେଉଥିବା ହାଇପରଚାର୍ଜର ନେଟ୍‌ୱର୍କ ସହ କମ୍ପାଟିବିଲିଟି, ଏହି ନେଟ୍‌ୱର୍କ ବର୍ତ୍ତମାନ ଭାରତର ୨୭ଟି ରାଜ୍ୟରେ ଉପଲବ୍ଧ ରହିଛି।

ଉପଭୋକ୍ତାମାନେ ଓଲା ହାଇପରଚାର୍ଜରେ କେବଳ ୧୫ ମିନିଟ୍‌ର ଫାଷ୍ଟ୍‌ ଚାର୍ଜିଙ୍ଗ୍‌ ସହିତ ୫୦ କିମି ରେଞ୍ଜ୍‌ ସାମିଲ କରିବାକୁ ସକ୍ଷମ ହେବେ। ଏ ସମ୍ପର୍କରେ ଓଲା ଇଲେକ୍‌ଟ୍ରିକ୍‌ର ପ୍ରତିଷ୍ଠାତା ଓ ସିଇଓ ଭାବିଶ ଅଗ୍ରୱାଲ କହିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ଆମେ ଚଳିତ ସପ୍ତାହରେ ସମସ୍ତ ଓଲା ଏସ୍‌୧ ମାଲିକଙ୍କ ପାଇଁ ମୁଭ୍‌ଓଏସ୍‌୩ର ରୋଲ୍‌ଆଉଟ୍‌ ଆରମ୍ଭ କରିଛୁ। ଏକ ବର୍ଷ ମଧ୍ୟରେ ଏହା ଆମର ୩ୟ ବୃହତ୍‌ ସଫ୍ଟୱେର ଅପ୍‌ଗ୍ରେଡ୍‌ ଏବଂ ଏଭଳି ବେଗରେ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ କାର୍ଯ୍ୟକାରୀ କରିବା ପଛରେ ରହିଥିବ। ଆମର ଇଞ୍ଜିନିୟରମାନଙ୍କୁ ନେଇ ମୁଁ ଖୁବ୍‌ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?