୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି (କ୍ରସଓଭର ୟୁଟିଲିଟି ଭେଇକିଲ) ଏମ୍‌ଜି ୱିଣ୍ଡସରର ଶୁଭାରମ୍ଭ ୨୦୨୪ ସେପ୍ଟେମ୍ବର ୧୧ରେ ହେବ ବୋଲି ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଇଣ୍ଟେଲିଜେଣ୍ଟ ସିୟୁଭିରେ ଉଭୟ ଦୁନିଆର ସର୍ବୋତ୍ତମ ସୁବିଧା ସାଙ୍ଗକୁ ସେଡାନର ଆରାମ ଏବଂ ଏସୟୁଭି ପରି ପର୍ଯ୍ୟାପ୍ତର ସ୍ଥାନ ରହିଛି। ସେହିଭଳି ସିୟୁଭି ‘ଏରୋଗ୍ଲାଇଡ୍‌ ଡିଜାଇନ୍‌’ର ଉନ୍ନତ କାରିଗରି କୌଶଳ ସହିତ ଏକ ଉନ୍ନତ ଏରୋଡାଇନାମିକ୍ସକୁ ସମନ୍ବିତ କରିଥାଏ। ଏପରିକି ଏଥିରେ ୧୮ ଡାଇମଣ୍ଡ କଟ୍‌ ଆଲୟ ହୁଇଲ୍‌ ସହିତ ସର୍ବବୃହତ ଇନ୍‌ ସେଗମେଣ୍ଟ ହ୍ବିଲ୍‌ ବେସ୍‌ ରହିବ। ବିଶେଷ କରି ଏହା ଉତ୍ତମର ଡ୍ରାଇଭ୍‌ ଅନୁଭୂତି ପ୍ରଦାନ କରିବା ପାଇଁ ଏକ ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ ପ୍ରଦାନ କରିବ। ଏମ୍‌ଜି ୱିଣ୍ଡସର ଇଭି ଆହ୍ବାନପୂର୍ଣ୍ଣ ପରିବେଶ ଏବଂ ଅତ୍ୟଧିକ ଗରମରେ ଉଚ୍ଚ ସହନଶୀଳତା ଓ କ୍ଷମତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି, କଚ୍ଛ, ଲେହ ଏବଂ ଉଦୟପୁରର ଆହ୍ବାନପୂର୍ଣ୍ଣ ଅଞ୍ଚଳରେ ଏହା ଯାତ୍ରା କରି ପ୍ରମାଣିତ ହୋଇଛି। ଏମଜି ୱିଣ୍ଡସର ଅଟୋ-ଟେକ୍‌ ବ୍ରାଣ୍ଡ୍‌ର ପୋର୍ଟଫୋଲିଓର ୬ଷ୍ଠ ଉତ୍ପାଦ ହୋଇଥିଲାବେଳେ ଏଥିରେ ଅନେକ ସେଗମେଣ୍ଟ ଫାର୍ଷ୍ଟ ବୈଶିଷ୍ଟ୍ୟ ସାମିଲ ରହିଛି। ଏପରିକି ଶିଳ୍ପ ପ୍ରଥମ ୧୫.୬ ଇଞ୍ଚର ‘ଗ୍ରାଣ୍ଡ ଭ୍ୟୁ ଟଚ୍‌ ଡିସପ୍ଲେ’ ସେଗମେଣ୍ଟର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହିତ ମନୋରଞ୍ଜନ, ନେଭିଗେଶନ୍‌ ଏବଂ ଯାନ ସେଣ୍ଟିସ ପାଇଁ ଏକ ସେଣ୍ଟ୍ରାଲ ହବ୍‌ ଭାବେ ଏହା କାର୍ଯ୍ୟ କରିଥାଏ। ବିସ୍ତୃତ ସ୍କ୍ରିନ୍‌ ଆକାର ଯାତ୍ରୀମାନଙ୍କୁ ସହଜରେ ନାଭିଗେଟ୍‌ ଓ ମନୋରଞ୍ଜନ ନିୟନ୍ତ୍ରଣ କରିବା ଏବଂ ଗାଡ଼ି ସେଣ୍ଟିସ୍‌କୁ ସହଜରେ ଆଡଜଷ୍ଟ କରିବାକୁ ସୁଯୋଗ ଦେଇଥାଏ। ଏମ୍‌ଜି ୱିଣ୍ଡସରରେ ଥିବା ୧୫.୬ ଇଞ୍ଚର ଟଚସ୍କ୍ରିନ୍‌କୁ ଇନ-କାର୍‌ ଅନୁଭୂତି ପୁନଃପରିବର୍ଦ୍ଧିତ କରିବା ପାଇଁ ଡିଜାଇନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri