ଭୁବନେଶ୍ୱର, ୭।୧୦: ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଇନୋଭେଶନ ଫାଉଣ୍ଡେଶନର ମିଳିତ ସହଯୋଗରେ ଏକ ଅଭିନବ କାର୍ଯ୍ୟକ୍ରମ ‘ଆଇ ଭେଷ୍ଟେବଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଓଡ଼ିଶାର ଏକ ପଦକ୍ଷେପ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନକୁ ଚିହ୍ନିତ କରିଛି, ଯାହା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଇନୋଭେଶନ ଫାଉଣ୍ଡେଶନ ସହ ଏକ ତ୍ୱରାନ୍ବିତ କାର୍ଯ୍ୟକ୍ରମ ଆଇ ଭେଷ୍ଟେବଲ ଇନ୍କ୍ୟୁବେଟର ଭାବେ ଆରମ୍ଭ ହୋଇଛି। ଏପରିକି ୩ରୁ୫ ମାସର ଏହି ବ୍ୟାପକ କାର୍ଯ୍ୟକ୍ରମ ହେଉଛି ଷ୍ଟାର୍ଟଅପ୍ର ଅଭିବୃଦ୍ଧି ଓ ସଫଳତାର ସମ୍ଭାବନାକୁ ବଢ଼ାଇବା ଲାଗି ଜ୍ଞାନ ସମୃଦ୍ଧତା, ଉତ୍ସ ପ୍ରବେଶ, ଅର୍ଥ ସୁଯୋଗ ଓ ନେଟ୍ୱର୍କିଂ ଉପାୟର ଏକ ଅମୂଲ୍ୟ ମିଶ୍ରଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ୨୪ଟି ପ୍ରତିଶ୍ରୁତିମୂଳକ ଷ୍ଟାର୍ଟଅପ୍ର ଏକ ସ୍ବତନ୍ତ୍ର କୋହର୍ଟ ତ୍ୱରାନ୍ବିତ କାର୍ଯ୍ୟକ୍ରମର ଏହି ସଂସ୍କରଣରେ ଅଂଶଗ୍ରହଣ କରିବାକୁ ଯତ୍ନର ସହ ଚୟନ କରାଯାଇଛି। ମନୋନୀତ ଷ୍ଟାର୍ଟଅପ୍ ମଧ୍ୟରେ ୩୦% କ୍ଲିନ୍ଟେକ ପାଇଁ ଉତ୍ସର୍ଗୀକୃତ ହୋଇଥିଲାବେଳେ ଅବଶିଷ୍ଟ ଏଗ୍ରିଟେକ୍, ଫୁଡ୍ଟେକ୍ ଓ ସାମାଜିକ କ୍ଷେତ୍ର ରହିଛି। ଏହା ସହ ସହାୟକ ବଜାର ଅନୁସନ୍ଧାନ, ଗ୍ରାହକ ଅଧିଗ୍ରହଣ, ଆଇନଗତ ଅନୁପାଳନ ଓ ଆର୍ଥିକ ଯୋଜନା ପାଇଁ ଉତ୍ସର୍ଗୀକୃତ କର୍ମଶାଳା ଅନ୍ତର୍ଭୁକ୍ତ ରହିଛି। ଏହି ଉତ୍ସାହୀ ଯାତ୍ରା ଏକ ଗ୍ରାଣ୍ଡ ଡେମୋ ଡେ’ରେ ଶେଷ ହେବ,ଯେଉଁଠାରେ ଷ୍ଟାର୍ଟଅପ୍ଗୁଡ଼ିକ ସେମାନଙ୍କ ଅଗ୍ରଗତି ପ୍ରଦର୍ଶନ ସହ ଦର୍ଶକଙ୍କ ନିକଟରେ ସେମାନଙ୍କ ବ୍ୟବସାୟର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିବେ। ଏ ସମ୍ପର୍କରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର ରାୟ କହିଛନ୍ତି, ଓଡ଼ିଶାର ନୂତନ ଉଦ୍ୟୋଗୀ ଇକୋସିଷ୍ଟମ ପ୍ରତିପୋଷଣ ଦିଗରେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି। ଏପରିକି ଉକ୍ତ କାର୍ଯ୍ୟକ୍ରମ ସଫଳ ଉଦ୍ୟୋଗୀଙ୍କୁ ନିଶ୍ଚୟ ପ୍ରୋତ୍ସାହିତ କରିବ। ସେହିଭଳି ଅଭିନବ ଚିନ୍ତାଧାରା ସାଙ୍ଗକୁ ଉପଯୁକ୍ତ ଦିଗ୍ଦର୍ଶନ ପ୍ରତିଷ୍ଠାତାମାନଙ୍କ ସମ୍ଭାବନାକୁ ସଫଳ ରୂପାୟିତ କରିବ। ଏହିପରି କାର୍ଯ୍ୟକ୍ରମ ଉଦ୍ୟୋଗ ଓ ନୂତନତା ବୃଦ୍ଧି ଲାଗି ଓଡ଼ିଶାର ପ୍ରତିବଦ୍ଧତାର ପ୍ରମାଣ ବୋଲି କୁହାଯାଉଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

