‘ଆଇ ଭେଷ୍ଟେବଲ’ର ଶୁଭାରମ୍ଭ

ଭୁବନେଶ୍ୱର, ୭।୧୦: ଷ୍ଟାର୍ଟଅପ୍‌ ଓଡ଼ିଶା ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଇନୋଭେଶନ ଫାଉଣ୍ଡେଶନର ମିଳିତ ସହଯୋଗରେ ଏକ ଅଭିନବ କାର୍ଯ୍ୟକ୍ରମ ‘ଆଇ ଭେଷ୍ଟେବଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ ପଦକ୍ଷେପ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନକୁ ଚିହ୍ନିତ କରିଛି, ଯାହା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଇନୋଭେଶନ ଫାଉଣ୍ଡେଶନ ସହ ଏକ ତ୍ୱରାନ୍ବିତ କାର୍ଯ୍ୟକ୍ରମ ଆଇ ଭେଷ୍ଟେବଲ ଇନ୍‌କ୍ୟୁବେଟର ଭାବେ ଆରମ୍ଭ ହୋଇଛି। ଏପରିକି ୩ରୁ୫ ମାସର ଏହି ବ୍ୟାପକ କାର୍ଯ୍ୟକ୍ରମ ହେଉଛି ଷ୍ଟାର୍ଟଅପ୍‌ର ଅଭିବୃଦ୍ଧି ଓ ସଫଳତାର ସମ୍ଭାବନାକୁ ବଢ଼ାଇବା ଲାଗି ଜ୍ଞାନ ସମୃଦ୍ଧତା, ଉତ୍ସ ପ୍ରବେଶ, ଅର୍ଥ ସୁଯୋଗ ଓ ନେଟ୍‌ୱର୍କିଂ ଉପାୟର ଏକ ଅମୂଲ୍ୟ ମିଶ୍ରଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ୨୪ଟି ପ୍ରତିଶ୍ରୁତିମୂଳକ ଷ୍ଟାର୍ଟଅପ୍‌ର ଏକ ସ୍ବତନ୍ତ୍ର କୋହର୍ଟ ତ୍ୱରାନ୍ବିତ କାର୍ଯ୍ୟକ୍ରମର ଏହି ସଂସ୍କରଣରେ ଅଂଶଗ୍ରହଣ କରିବାକୁ ଯତ୍ନର ସହ ଚୟନ କରାଯାଇଛି। ମନୋନୀତ ଷ୍ଟାର୍ଟଅପ୍‌ ମଧ୍ୟରେ ୩୦% କ୍ଲିନ୍‌ଟେକ ପାଇଁ ଉତ୍ସର୍ଗୀକୃତ ହୋଇଥିଲାବେଳେ ଅବଶିଷ୍ଟ ଏଗ୍ରିଟେକ୍‌, ଫୁଡ୍‌ଟେକ୍‌ ଓ ସାମାଜିକ କ୍ଷେତ୍ର ରହିଛି। ଏହା ସହ ସହାୟକ ବଜାର ଅନୁସନ୍ଧାନ, ଗ୍ରାହକ ଅଧିଗ୍ରହଣ, ଆଇନଗତ ଅନୁପାଳନ ଓ ଆର୍ଥିକ ଯୋଜନା ପାଇଁ ଉତ୍ସର୍ଗୀକୃତ କର୍ମଶାଳା ଅନ୍ତର୍ଭୁକ୍ତ ରହିଛି। ଏହି ଉତ୍ସାହୀ ଯାତ୍ରା ଏକ ଗ୍ରାଣ୍ଡ ଡେମୋ ଡେ’ରେ ଶେଷ ହେବ,ଯେଉଁଠାରେ ଷ୍ଟାର୍ଟଅପ୍‌ଗୁଡ଼ିକ ସେମାନଙ୍କ ଅଗ୍ରଗତି ପ୍ରଦର୍ଶନ ସହ ଦର୍ଶକଙ୍କ ନିକଟରେ ସେମାନଙ୍କ ବ୍ୟବସାୟର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିବେ। ଏ ସମ୍ପର୍କରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ କହିଛନ୍ତି, ଓଡ଼ିଶାର ନୂତନ ଉଦ୍ୟୋଗୀ ଇକୋସିଷ୍ଟମ ପ୍ରତିପୋଷଣ ଦିଗରେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି। ଏପରିକି ଉକ୍ତ କାର୍ଯ୍ୟକ୍ରମ ସଫଳ ଉଦ୍ୟୋଗୀଙ୍କୁ ନିଶ୍ଚୟ ପ୍ରୋତ୍ସାହିତ କରିବ। ସେହିଭଳି ଅଭିନବ ଚିନ୍ତାଧାରା ସାଙ୍ଗକୁ ଉପଯୁକ୍ତ ଦିଗ୍‌ଦର୍ଶନ ପ୍ରତିଷ୍ଠାତାମାନଙ୍କ ସମ୍ଭାବନାକୁ ସଫଳ ରୂପାୟିତ କରିବ। ଏହିପରି କାର୍ଯ୍ୟକ୍ରମ ଉଦ୍ୟୋଗ ଓ ନୂତନତା ବୃଦ୍ଧି ଲାଗି ଓଡ଼ିଶାର ପ୍ରତିବଦ୍ଧତାର ପ୍ରମାଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri