ହୋଣ୍ଡା ୱିନ୍‌-ୱିନ୍‌ ଅଫରର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୬: ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ୍‌ (ଏଚ୍‌ଆଇପିପି) ପକ୍ଷରୁ ଏକ ଅଭିନବ ଯୋଜନା ‘ହୋଣ୍ଡା ୱିନ୍‌-ୱିନ୍‌ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଚ୍‌ଆଇପିପିର ପୋର୍ଟେବଲ ଜେନେରେଟର ମଡେଲଗୁଡିକର ପ୍ରମାଣିତ ଲାଇନ ଅପ୍‌ ଉପରେ ମଧ୍ୟ ଆକର୍ଷଣୀୟ ଋତୁକାଳୀନ ରିହାତି ଉପଲବ୍ଧ। ବିଶେଷକରି ଏହି ସ୍ବତନ୍ତ୍ର ଖୁଚୁରା ପଦକ୍ଷେପ ସହ ଉପଭୋକ୍ତାମାନେ ଜୁନ୍‌ ମଧ୍ୟଭାଗରୁ ଅଗଷ୍ଟ ପର୍ଯ୍ୟନ୍ତ ଉଚ୍ଚ ଚାହିଦା ଜେନେରେଟର ଋତୁରେ ଅନନ୍ୟ ସୁବିଧା ଏବଂ ପୁରସ୍କାରର ସୁଯୋଗ ପାଇପାରିବେ। ଏଚ୍‌ଆଇପିପି ୱେବ୍‌ସାଇଟରୁ ଅନ୍‌ଲାଇନ ମାଧ୍ୟମରେ ଏକ ଜେନେରେଟର କ୍ରୟ କରନ୍ତି, ସେମାନେ ବିଭିନ୍ନ ଉଲ୍ଲେଖନୀୟ ସୁବିଧା ପାଇପାରିବେ। ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ନିଜର ସ୍ବତନ୍ତ୍ରତା ବଜାୟ ରଖି ଏଚ୍‌ଆଇପିପିର ପୋର୍ଟେବଲ ଏବଂ ସହଜ ବହନକାରୀ ଜେନେରେଟରଗୁଡିକ ଉପରେ ଏକ ଅବିଶ୍ୱସନୀୟ ୨ ବର୍ଷର ୱାରେଣ୍ଟି ସହ ଆସିଥାଏ। ବର୍ତ୍ତମାନ ଏହାର କ୍ରୟରେ ଆଇଫୋନ-୧୪, ୩୨-ଇଞ୍ଚ ଏଲ୍‌ଇଡି ଟିଭି ପରି ଆକର୍ଷଣୀୟ ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ଜିତିବାର ଏକ ସୁଯୋଗ ରହିଛି। ଏପରିକି ଏଚ୍‌ଆଇପିପିର ଗ୍ରାହକମାନେ ଦ୍ୱିଗୁଣ ଲାଭ ପାଇବେ ଯାହା ସେମାନଙ୍କର କ୍ରୟ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ସକ୍ଷମ ହେବ। ଅପରପକ୍ଷରେ ଗ୍ରାହକମାନେ କିଣିବାକୁ ପସନ୍ଦ କରୁଥିବା ଜେନେରେଟରର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଉପରେ ୨୦୦୦ ଟଙ୍କାରୁ ୧୪,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ରିହାତି ପାଇପାରିବେ। ସେହିଭଳି ପ୍ରତ୍ୟେକ ଜେନେରେଟର କ୍ରୟ ସହିତ ତତ୍‌କ୍ଷଣାତ ସନ୍ତୁଷ୍ଟତାର ଅଭିଜ୍ଞତା ଅନୁଭବ ସହ ଏକ ଆକର୍ଷଣୀୟ ସ୍କ୍ରାଚ୍‌ କାର୍ଡ ସହିତ ଅବିସ୍ମରଣୀୟ ପୁରସ୍କାରର ସୁଯୋଗ ହାସଲ କରନ୍ତୁ। ଏଚ୍‌ଆଇପିପି ଗ୍ରାହକମାନଙ୍କୁ ପ୍ରାଧିକୃତ ଡିଲର ଆଉଟ୍‌ଲେଟ୍‌ ପରିଦର୍ଶନ କରିବାକୁ କିମ୍ବା ଜେନେରେଟର ମଡେଲଗୁଡିକରେ ରୋମାଞ୍ଚକର ଋତୁକାଳୀନ ରିହାତି ଏବଂ ସୁବିଧା ସୁଯୋଗ ଅନ୍ବେଷଣ ପାଇଁ ଅନ୍‌ଲାଇନ ଚ୍ୟାନେଲ ବ୍ୟବହାର କରିବାକୁ ଆମନ୍ତ୍ରଣ କରୁଛି। କୌଣସି ଅଫର ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ଗ୍ରାହକ ହୋଣ୍ଡାର ଟୋଲ୍‌ ଫ୍ରି ନମ୍ବର ୧୮୦୦-୧୧-୨୩୨୩ କୁ କଲ୍‌ କରିପାରିବେ କିମ୍ବା ସୀମିତ ଅବଧି ଅଫରର ସୁଯୋଗ ପାଇବା ଲାଗି ସେମାନଙ୍କର ନିକଟତମ ହୋଣ୍ଡା ଡିଲରଶିପ ପରିଦର୍ଶନ କରିପାରିବେ। ହୋଣ୍ଡା ପାୱାର ପ୍ରଡକ୍ଟ ରେଞ୍ଜ ବିଷୟରେ ଅଧିକ ସୂଚନା www.hondaindiapower.com ଏବଂ ଫେସ୍‌ବୁକ୍‌ ପେଜ୍‌ ହୋଣ୍ଡା ପାୱାର ପ୍ରଡକ୍ଟସ ଇଣ୍ଡିଆରେ ମିଳିପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?