ଏଫ୍‌ଆଇଏମ୍‌ସିଏଫ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାର୍ଜେଷ୍ଟ ଫରେନ ଫଣ୍ଡ ହାଉସେସ୍‌ ଫ୍ରାଙ୍କ୍‌ଲିନ୍‌ ଟେମ୍ପ୍ଲେଟନ (ଇଣ୍ଡିଆ)ର ନୂତନ ଉତ୍ପାଦ ‘ଫ୍ରାଙ୍କ୍‌ଲିନ୍‌ ଇଣ୍ଡିଆ ମଲ୍‌ଟି କ୍ୟାପ୍‌ ଫଣ୍ଡ ବା ଏଫ୍‌ଆଇଏମ୍‌ସିଏଫ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ଫଣ୍ଡର ଅଫର ୨୦୨୪ ଜୁଲାଇ ୮ ରୁ ଆରମ୍ଭ ହୋଇ ଜୁଲାଇ ୨୨ରେ ସମାପ୍ତ ହେବ। ଏହାର ପ୍ରତ୍ୟେକ ୟୁନିଟ୍‌ ୧୦ଟଙ୍କାରେ ଉପଲବ୍ଧ ହେବ। ଫ୍ରାଙ୍କ୍‌ଲିନ ଟେମ୍ପ୍ଲେଟନର ସିଆଇଓ (ଏମର୍ଜିଙ୍ଗ ମାର୍କେଟସ ଇକ୍ୟୁଟି ଇଣ୍ଡିଆ) ଜାନକୀରମଣ ଆର୍‌ କହିଛନ୍ତି, ଭାରତରେ ଅର୍ଥନୀତି ଅବଧିର ମଧ୍ୟଭାଗ ଦୃଢ଼ ବୃଦ୍ଧିର ଭାରସାମ୍ୟ ରକ୍ଷାକରିପାରିଛି। ସେହିଭଳି ଫ୍ରାଙ୍କ୍‌ଲିନ ଟେମ୍ପ୍ଲେଟନ ଇଣ୍ଡିଆର ସଭାପତି ଅବିନାଶ ସତ୍‌ୱାଲେକର କହିଛନ୍ତି, ଆମେ ଏହି ନୂତନ ମଲ୍ଟିକ୍ୟାପ ଫଣ୍ଡର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମ ସହିତ ରହିଥିବା ଇକ୍ୱିଟି ଟିମ୍‌ର ଦୀର୍ଘ ୩୦ବର୍ଷର ପ୍ରଶସ୍ତ ଇକ୍ୱିଟି ଅଭିଜ୍ଞତାର ସଫଳତା ଏହାକୁ ଅଧିକ ମାତ୍ରାରେ ଫଳପ୍ରଦ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?