ଭାରତୀ ଏୟାରଟେଲ୍‌ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ତଥା ଭାରତୀ ଏଣ୍ଟରପ୍ରାଇଜେସ୍‌ର ଜନହିତକର ଶାଖା ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନ(ବିଏଏଫ୍‌)ର ୨୫ତମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏଏଫ୍‌ର ବହୁ ପ୍ରତୀକ୍ଷିତ ବୃତ୍ତି ଯୋଜନା ‘ଭାରତୀ ଏୟାରଟେଲ ସ୍କଲାରଶିପ୍‌ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ସମେତ ଶ୍ରେଷ୍ଠ ୫୦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ଇଞ୍ଜିନିୟରିଂ କଲେଜର ଛାତ୍ରୀମାନଙ୍କ ଉପରେ ଧ୍ୟାନଦେବା ସହ ଟେକ୍ନୋଲୋଜିଭିତ୍ତିକ ଇଞ୍ଜିନିୟରିଂ ଅଣ୍ଡର ଗ୍ରାଜୁଏଟ(ୟୁଜି) ଏବଂ ସମନ୍ବିତ କାର୍ଯ୍ୟକ୍ରମ (୫ବର୍ଷ ପର୍ଯ୍ୟନ୍ତ) ଉପରେ ଧ୍ୟାନଦେବା ସହ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଯୋଗ୍ୟ ଛାତ୍ରୀଛାତ୍ରମାନଙ୍କୁ ସହାୟତା କରିବା ଏହି ମେରିଟ୍‌-କମ୍‌-ମାଧ୍ୟମ ଭିତ୍ତିକ ବୃତ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ୨୦୨୪ ଅଗଷ୍ଟରେ ନାମଲେଖା ପାଇଁ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଏହା ଲାଗୁହେବ। ଚଳିତ ବର୍ଷ ୨୫୦ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଗୋଷ୍ଠୀ ମାଧ୍ୟମରେ ଏହାର ସଫଳ ରୂପାୟନ ସହ କ୍ରମଶଃ ବୃଦ୍ଧିକରିବା ପାଇଁ ଡିଜାଇନ କରାଯାଇଛି। ଏହି କାର୍ଯ୍ୟକ୍ରମ ଶୀର୍ଷରେ ପହଞ୍ଚିବା ପରେ ବାର୍ଷିକ ୧୦୦ କୋଟରୁ ଅଧିକ ଟଙ୍କା ବ୍ୟୟବରାଦକରି ୪,୦୦୦ ବିଦ୍ୱାନଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି।

ପଛୁଆବର୍ଗରୁ ଆସିଥିବା ମେଧାବୀ ଛାତ୍ରୀଛାତ୍ରମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପାଇବାରେ ବାଧା ସୃଷ୍ଟି କରୁଥିବା ଆର୍ଥିକ ପ୍ରତିବନ୍ଧକ ଦୂରକରିବା ପାଇଁ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଛାତ୍ରବୃତ୍ତି ପରିକଳ୍ପନା କରାଯାଇଛି। ବାର୍ଷିକ ପାରିବାରିକ ଆୟ ୮.୫ ଲକ୍ଷ ଟଙ୍କାରୁ ଅଧିକ ନ ଥିବା ଛାତ୍ରୀଛାତ୍ରଙ୍କୁ ଏହି ସ୍କଲାରଶିପ୍‌ ପ୍ରଦାନ କରାଯିବ। ଏ ସମ୍ପର୍କରେ ଭାରତୀ ଏଣ୍ଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ଏବଂ ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନର କୋ-ଚେୟାରମ୍ୟାନ୍‌ ରାକେଶ ଭାରତୀ ମିତ୍ତଲ କହିଛନ୍ତି, ଆମେ ଭାରତୀ ଏୟାରଟେଲ ସ୍କଲାରଶିପ୍‌ ପ୍ରୋଗ୍ରାମର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ୨୫ବର୍ଷ ମଧ୍ୟରେ ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନ ଆମର ଶିକ୍ଷାଗତ ପଦକ୍ଷେପ ମାଧ୍ୟମରେ ୬ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଛୁଇଁଥିବାରୁ ଆମେ ଗର୍ବିତ ଅନୁଭବ କରୁଛୁ। ଏହି ଅଗ୍ରଣୀ ସ୍କଲାରଶିପ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିର ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରୁଛୁ। ବିଶେଷକରି ଛାତ୍ରୀମାନଙ୍କୁ ଶୈକ୍ଷିକ ଉତ୍କର୍ଷ ହାସଲକରିବା ଏବଂ ସେମାନଙ୍କ ସ୍ବପ୍ନକୁ ସାକାରକରିବା ପାଇଁ ଆମର ପ୍ରତିବଦ୍ଧତାକୁ ବିସ୍ତାର କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri