ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର ଭବ୍ୟ ଷ୍ଟୋରର ଶୁଭାରମ୍ଭ କରାଯାଇ କମ୍ପାନି ନିଜ ଖୁଚୁରା ଉପସ୍ଥିତିର ବିସ୍ତାର କରିଛି । ଏହି ଷ୍ଟୋରକୁ ଆସୋସିଏଟ ଉପାଧ୍ୟକ୍ଷ ପିଏଚଡି ଡ. ଲକ୍ଷ୍ମୀଧର ବିଶ୍ୱାଳ, ତନିସ୍କର ସର୍କଲ ବିଜନେସ ମ୍ୟାନେଜର ଅରିନ୍ଦମ ପ୍ରାମାଣିକ, ଫ୍ରାଂଚାଇଜ ପାର୍ଟନର ଆସୋସିଏଟ ଗୌରବ ବେହେରା ଓ ଫ୍ରଂଚାଇଜ ପାର୍ଟନର ଆସୋସିଏଟ ଶୀର୍ଷକ ବେହେରା ଏହାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଅବସରରେ କମ୍ପାନି ଗ୍ରାହକଙ୍କୁ ପ୍ରତ୍ୟେକ ଅଳଙ୍କାର କ୍ରୟ ସହ ମାଗଣା ଗୋଲ୍ଡ କଏନ ପ୍ରଦାନ କରୁଛି । ଏହି ଅଫର ସେପ୍ଟେମ୍ବର ୬ରୁ ୮ ପର୍ଯ୍ୟନ୍ତ ବୈଧ ଅଟେ । ଏହି ଷ୍ଟୋରକୁ ବାରିପଦା ସହରର ଷ୍ଟେସନ ରୋଡର ଢିପାସାହି, ଟାଇଟନ ସୋ’ରୁମ ନିକଟରେ ଖୋଲାଯାଇଛି । ୩୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏହି ଷ୍ଟୋରରେ ସୁନାଗହଣା, ଚମତ୍କାର ହୀରା, କୁନ୍ଦନ ଓ ପୋଲକି ଭଳି ତନିସ୍କ ଡିଜାଇନର ବିସ୍ତୃତ ଗହଣା ସମ୍ଭାର ରହିଛି । ଏହି ଷ୍ଟୋରରେ ଧରୋହର’ ଭଳି ସୁନାରେ ତନିସ୍କର ପର୍ବପର୍ବାଣୀ ସଂଗ୍ରହ ଉପସ୍ଥାପିତ ହୋଇଛି । ହେୟାରଲୁମ କଳାକୃତିରୁ ପ୍ରେରଣା ନେଇ ଦୈନନ୍ଦୀନ ପିନ୍ଧାଯାଉଥିବା ଗହଣା ଗ୍ଲାମ୍ଡେଜ’ ଓ ଆଧୁନିକ ତଥା ସମସାମୟିକ ହାଲୁକା ଗହଣା ସମ୍ଭାର ଷ୍ଟ୍ରିଙ୍ଗ ଇଟ’ ଷ୍ଟୋର୍ରେ ରହିଛି । ଏହାବ୍ୟତୀତ ଏହି ଷ୍ଟୋରରେ ହିନ୍ଦୁ ବିବାହର ପବିତ୍ର ଉପାଦାନରୁ ପ୍ରେରିତ ମଙ୍ଗଳସୂତ୍ର ଡୋର୍‌’ର ଏକ ସୱତନ୍ତ୍ର ପରିସର ରହିଛି । ଏହି ଷ୍ଟୋରରେ ପୁରୁଷଙ୍କ ପାଇଁ ଏକ ସୱତନ୍ତ୍ର ଗହଣା ଲାଇନ ସହିତ ତନିସ୍କର ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ସବ-ବ୍ରାଣ୍ଡ ରିଭାହ’ର ଅଳଙ୍କାର ମଧ୍ୟ ରହିଛି । ରିଭାହ ଭାରତର ବିଭିନ୍ନ ଅଂଚଳର ମହିଳାଙ୍କ ଫ୍ୟାଶନ ପସନ୍ଦ ସହିତ ତାଳମେଳ ରକ୍ଷା କରିବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ବିବାହ ସପିଂ ପାଇଁ ଏକକ ଗନ୍ତବ୍ୟସ୍ଥଳ ଭାବରେ ବିକଶିତ ହୋଇଛି । ଉଦ୍ଘାଟନୀ ଅବସରରେ ତନିସ୍କ ସର୍କଲ ବିଜନେସ ମ୍ୟାନେଜର ଅରିନ୍ଦମ ପ୍ରାମାଣିକ କହିଛନ୍ତି ଯେ, ବାରିପଦାରେ ଆମର ତନିସ୍କ ସୋ’ରୁମ ର ଭବ୍ୟ ଉଦଘାଟନ ଘୋଷଣା କରି ଆମେ ଆନନ୍ଦିତ । ତନିସ୍କରେ ଗ୍ରାହକଙ୍କ ସନ୍ତୋଷ ସର୍ବୋଚ୍ଚ ଅଟେ ଏବଂ ଆମେ ଆମର ଅଳଙ୍କାରକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିବାକୁ ଚେଷ୍ଟା କରୁଛୁ । ଏହି ଅଂଚଳରେ ଏକ ପ୍ରିୟ ବ୍ରାଣ୍ଡ ଭାବରେ ଆମେ ଆମର ନୂତନ ବାରିପଦା ସୋ’ରୁମ ଉନ୍ମୋଚନ କରିବାକୁ ଉତ୍ସାହିତ, ଯେଉଁଥିରେ ସୁନା, ହୀରା ଏବଂ ବିବାହ ଅଳଙ୍କାରର ଏକ ବିଶାଳ ପରିସର ପ୍ରଦାନ କରାଯାଇଛି । ଚମତ୍କାର ସୌନ୍ଦର୍ଯ୍ୟ ଓ ଜୀବନ୍ତ ରତ୍ନପଥରଠାରୁ ଆରମ୍ଭ କରି ସୱତନ୍ତ୍ର ଉତ୍ସବ ସଂଗ୍ରହ ଏବଂ ବିବିଧ ହୀରା ବର୍ଗ ପର୍ଯ୍ୟନ୍ତ, ଆମର ସୋ’ରୁମ ପ୍ରତ୍ୟେକ ଶୈଳୀ ଏବଂ ଅବସରକୁ ପୂରଣ କରୁଛି । ଏହି ନୂତନ ଷ୍ଟୋର ଖୋଲିବା ଏକ ଅସାଧାରଣ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ତନିସ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି । ବାରିପଦାରେ ନିଜର ଉପସ୍ଥିତି ବିସ୍ତାର କରି ଆମେ ଗର୍ବ ଅନୁଭବ କରୁଛୁ ଏବଂ ଗ୍ରାହକମାନଙ୍କୁ ସ୍ବାଗତକରି ଆମର ସଦ୍ୟତମ ଷ୍ଟୋର୍ର ସୌନ୍ଦର୍ଯ୍ୟ ଅନୁସନ୍ଧାନ କରିବାକୁ ଚାହୁଁଛୁ ।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri