ମାଜା ପକ୍ଷରୁ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨:ଅନ୍ତଃରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ କୋକାକୋଲାର ପ୍ରମୁଖ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି,ବିନା ନାମ ୱାଲି ଦିଲ୍‌ଦାରି’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କୋକାକୋଲା ଇଣ୍ଡିଆର ଏକ ଘରୋଇ ଆମ୍ବ ପାନୀୟ ତଥା ଭାରତ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ଦ୍ରୁତତମ ବୃଦ୍ଧି ପାଉଥିବା ଜୁସ୍‌ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନକୁ ନିକଟରେ ଉନ୍ମୋଚନ କରାଯାଇଛି। ସମ୍ପ୍ରତି କୋକାକୋଲା ଇଣ୍ଡିଆ ପାଇଁ ସାମଗ୍ରିକ ପାନୀୟ ବର୍ଗରେ ମାଜା ଏକ ଅଗ୍ରଣୀ ବ୍ରାଣ୍ଡ୍‌ । ସେହିଭଳି ୨୦୨୨ରେ ୧ବିଲିୟନ ୟୁଏସ୍‌ଡି ବ୍ରାଣ୍ଡ୍‌ କ୍ଲବରେ ସ୍ପ୍ରାଇଟ୍‌ ଏବଂ ଥମ୍ସ ଅପ୍‌ ସ୍ଥାନ ପାଇଥିବା ବେଳେ କମ୍ପାନୀ ୨୦୨୩ରେ ମାଜାକୁ ୧ବିଲିୟନ ୟୁଏସ୍‌ଡି ବ୍ରାଣ୍ଡ୍‌ କ୍ଲବରେ ପ୍ରବେଶ କରାଇବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଉକ୍ତ ଅଭିଯାନରେ ଭେଟେରାନ୍‌ ଅଭିନେତା ଅମିତାଭ ବଚ୍ଚନ, ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ ସମେତ ଦକ୍ଷିଣ-ଭାରତୀୟ ସୁପରଷ୍ଟାର ନାଗାର୍ଜୁନ ଉକ୍ତ ବ୍ରାଣ୍ଡ୍‌ର ନୂଆ ଚେହେରା ଭାବେ ଯୋଡ଼ି ହୋଇଛନ୍ତି। ଏ ସମ୍ପର୍କରେ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ନିର୍ଦ୍ଦେଶକ (ମାର୍କେଟିଂ,ପୁଷ୍ଟିକର ବର୍ଗ) ଅଜୟ କୋନାଲେ କହିଛନ୍ତି, ମାଜା ଏକ ଐତିହ୍ୟ ପୂର୍ଣ୍ଣ ଭାରତୀୟ ବ୍ରାଣ୍ଡ୍‌ ଭାବେ ପରିଚିତ। ଏପରିକି ୧୯୭୬ ପରଠାରୁ ଏହା ଭାରତ ବଜାରର ସବୁଠାରୁ ପ୍ରିୟ ଆମ୍ବ ପାନୀୟ । ପ୍ରକୃତ ଆମ୍ବଗୁଡ଼ିକର ଅପୂର୍ବ ସ୍ବାଦ ସହ ଏହି ବ୍ରାଣ୍ଡ୍‌ ସମକକ୍ଷ ହୋଇପାରିଛି। ଆମର ସର୍ବଶେଷ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି, ବିନା ନାମ ୱାଲି ଦିଲ୍‌ଦାରି’ ମାଧ୍ୟମରେ ଆମେ ନିଃସ୍ବାର୍ଥପରତା ଦ୍ୱାରା ପ୍ରକୃତ ସୁଖ ଏବଂ ଆନନ୍ଦର ବାର୍ତ୍ତା ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ। ନିଃସ୍ବାର୍ଥପରତାର ଏହି ଦର୍ଶନକୁ ଜୀବନ୍ତ କରିବା ପାଇଁ ଆମ ସହ ବରିଷ୍ଠ ଅଭିନେତା ଅଭିତାଭ ବଚ୍ଚନ, ନାଗାର୍ଜୁନ ଏବଂ ପୂଜା ହେଗ୍‌ଡେ ଯୋଡ଼ି ହୋଇଛନ୍ତି। ଅପରପକ୍ଷରେ ଭାରତରେ ନିଜର ଅଦମ୍ୟ ଲୋକପ୍ରିୟତା ସହ ମାଜା ସ୍ଥାନୀୟ ଉପାଦାନ ବ୍ୟବହାର କରି ସ୍ଥାନୀୟ ଭାବେ ଉତ୍ପାଦିତ ହୁଏ। ଏପରିକି କୋକାକୋଲା ସ୍ଥାୟୀ କୃଷି ଉଦ୍ୟମର ଏକ ଅଂଶ ‘ଫଳ ସର୍କୁଲାର ଅର୍ଥନୀତି’ ୨୦୧୧ ରୁ ଏହା ମଧ୍ୟ ଆନ୍ଧ୍ରପ୍ରଦେଶର ‘ପ୍ରୋଜେକ୍ଟ ଉନ୍ନତି ଆମ୍ବ’ ଏବଂ ଭୁବନେଶ୍ୱରରେ ‘ପ୍ରୋଜେକ୍ଟ ଉନ୍ନତି ଅମୃତ’ ଭଳି ପଦକ୍ଷେପ ସହ ଭାରତୀୟ କୃଷକଙ୍କ ସାମାଜିକ, ଅର୍ଥନୈତିକ ବିକାଶରେ ବିଶେଷ ଅବଦାନ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri