ମାଜା ପକ୍ଷରୁ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨:ଅନ୍ତଃରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ କୋକାକୋଲାର ପ୍ରମୁଖ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି,ବିନା ନାମ ୱାଲି ଦିଲ୍‌ଦାରି’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କୋକାକୋଲା ଇଣ୍ଡିଆର ଏକ ଘରୋଇ ଆମ୍ବ ପାନୀୟ ତଥା ଭାରତ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ଦ୍ରୁତତମ ବୃଦ୍ଧି ପାଉଥିବା ଜୁସ୍‌ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନକୁ ନିକଟରେ ଉନ୍ମୋଚନ କରାଯାଇଛି। ସମ୍ପ୍ରତି କୋକାକୋଲା ଇଣ୍ଡିଆ ପାଇଁ ସାମଗ୍ରିକ ପାନୀୟ ବର୍ଗରେ ମାଜା ଏକ ଅଗ୍ରଣୀ ବ୍ରାଣ୍ଡ୍‌ । ସେହିଭଳି ୨୦୨୨ରେ ୧ବିଲିୟନ ୟୁଏସ୍‌ଡି ବ୍ରାଣ୍ଡ୍‌ କ୍ଲବରେ ସ୍ପ୍ରାଇଟ୍‌ ଏବଂ ଥମ୍ସ ଅପ୍‌ ସ୍ଥାନ ପାଇଥିବା ବେଳେ କମ୍ପାନୀ ୨୦୨୩ରେ ମାଜାକୁ ୧ବିଲିୟନ ୟୁଏସ୍‌ଡି ବ୍ରାଣ୍ଡ୍‌ କ୍ଲବରେ ପ୍ରବେଶ କରାଇବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଉକ୍ତ ଅଭିଯାନରେ ଭେଟେରାନ୍‌ ଅଭିନେତା ଅମିତାଭ ବଚ୍ଚନ, ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ ସମେତ ଦକ୍ଷିଣ-ଭାରତୀୟ ସୁପରଷ୍ଟାର ନାଗାର୍ଜୁନ ଉକ୍ତ ବ୍ରାଣ୍ଡ୍‌ର ନୂଆ ଚେହେରା ଭାବେ ଯୋଡ଼ି ହୋଇଛନ୍ତି। ଏ ସମ୍ପର୍କରେ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ନିର୍ଦ୍ଦେଶକ (ମାର୍କେଟିଂ,ପୁଷ୍ଟିକର ବର୍ଗ) ଅଜୟ କୋନାଲେ କହିଛନ୍ତି, ମାଜା ଏକ ଐତିହ୍ୟ ପୂର୍ଣ୍ଣ ଭାରତୀୟ ବ୍ରାଣ୍ଡ୍‌ ଭାବେ ପରିଚିତ। ଏପରିକି ୧୯୭୬ ପରଠାରୁ ଏହା ଭାରତ ବଜାରର ସବୁଠାରୁ ପ୍ରିୟ ଆମ୍ବ ପାନୀୟ । ପ୍ରକୃତ ଆମ୍ବଗୁଡ଼ିକର ଅପୂର୍ବ ସ୍ବାଦ ସହ ଏହି ବ୍ରାଣ୍ଡ୍‌ ସମକକ୍ଷ ହୋଇପାରିଛି। ଆମର ସର୍ବଶେଷ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି, ବିନା ନାମ ୱାଲି ଦିଲ୍‌ଦାରି’ ମାଧ୍ୟମରେ ଆମେ ନିଃସ୍ବାର୍ଥପରତା ଦ୍ୱାରା ପ୍ରକୃତ ସୁଖ ଏବଂ ଆନନ୍ଦର ବାର୍ତ୍ତା ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ। ନିଃସ୍ବାର୍ଥପରତାର ଏହି ଦର୍ଶନକୁ ଜୀବନ୍ତ କରିବା ପାଇଁ ଆମ ସହ ବରିଷ୍ଠ ଅଭିନେତା ଅଭିତାଭ ବଚ୍ଚନ, ନାଗାର୍ଜୁନ ଏବଂ ପୂଜା ହେଗ୍‌ଡେ ଯୋଡ଼ି ହୋଇଛନ୍ତି। ଅପରପକ୍ଷରେ ଭାରତରେ ନିଜର ଅଦମ୍ୟ ଲୋକପ୍ରିୟତା ସହ ମାଜା ସ୍ଥାନୀୟ ଉପାଦାନ ବ୍ୟବହାର କରି ସ୍ଥାନୀୟ ଭାବେ ଉତ୍ପାଦିତ ହୁଏ। ଏପରିକି କୋକାକୋଲା ସ୍ଥାୟୀ କୃଷି ଉଦ୍ୟମର ଏକ ଅଂଶ ‘ଫଳ ସର୍କୁଲାର ଅର୍ଥନୀତି’ ୨୦୧୧ ରୁ ଏହା ମଧ୍ୟ ଆନ୍ଧ୍ରପ୍ରଦେଶର ‘ପ୍ରୋଜେକ୍ଟ ଉନ୍ନତି ଆମ୍ବ’ ଏବଂ ଭୁବନେଶ୍ୱରରେ ‘ପ୍ରୋଜେକ୍ଟ ଉନ୍ନତି ଅମୃତ’ ଭଳି ପଦକ୍ଷେପ ସହ ଭାରତୀୟ କୃଷକଙ୍କ ସାମାଜିକ, ଅର୍ଥନୈତିକ ବିକାଶରେ ବିଶେଷ ଅବଦାନ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?