ଲାଟେଷ୍ଟ ସୁଟ୍‌ ଡିଜାଇନ

ସାଧାରଣତଃ ମହିଳାମାନେ ସାଲଓ୍ବାର ସୁଟ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି। ଏହା ପିନ୍ଧିବାକୁ ବେଶ୍‌ ଆରାମଦାୟକ ହୋଇଥାଏ। ଦେଖିବାକୁ ଗଲେ ପୁରୁଣା ଦିନର କିଛି ଡିଜାଇନ ଏବେ ଟ୍ରେଣ୍ଡ ପାଲଟିଗଲାଣି ଯାହା ଦେଖିବାକୁ ସୁନ୍ଦର ଓ କ୍ଲାସି ଲାଗିଥାଏ। ଯଦି ଆପଣ ସାଲଓ୍ବାର ପିନ୍ଧିବାକୁ ସୌକିନ୍‌ ତେବେ ଆମେ ଆପଣଙ୍କୁ କିଛି ଏମିତି ଡିଜାଇନ୍‌ ବିଷୟରେ କହୁଛୁ ତାହା ଆପଣଙ୍କୁ ନିହାତି ଟ୍ରାଏ କରିବା ଦରକାର।
ଭାରି ପ୍ଲାଜୋ ଡିଜାଇନ: ଭାରି ଲୁକ୍‌ ବାଲା ପ୍ଲାଜୋ ଡିଜାଇନ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାଏ। ଏହାକୁ କ୍ୟାରି କରିବା ବହୁତ ସହଜ ହୋଇଥାଏ। ଏହି ସୁଟ୍‌ରେ ହାଇନେକ୍‌,କଲର ନେକ୍‌ କିମ୍ବା ଭି ନେକ୍‌ ଲାଇନକୁ ଆପଣ ନିଜ ହିସାବରେ ଚୟନ କରିପାରିବେ।
ଅନାରକଲି ଡିଜାଇନ: ଅନାରକଲି ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ସୁଟ୍‌ ପୁରୁଣା ଯୁଗରେ ବହୁତ ପସନ୍ଦ କରାଯାଉଥିଲା; ଯାହାର ଫ୍ୟାଶନ ଆଜି ବି ଆଉଟ୍‌ ହୋଇନାହିଁ। ଏଥିରେ ପାଦ ପର୍ଯ୍ୟନ୍ତ ଫର୍କ ଷ୍ଟାଇଲ୍‌ କୁର୍ତ୍ତି ଫ୍ରିଲ୍‌ ସହିତ ଆସିଥାଏ। ସେଠି ଏହାର ବଟମ୍‌ କଥା କହିଲେ ଏଥିରେ ଚୁଡିଦାର କରି ପିନ୍ଧାଯାଇପାରିବ ନ ହେଲେ ଆଙ୍କେଲ ଲେଙ୍ଗ୍‌ଥ ଲେଙ୍ଗିଗ୍ସ ପିନ୍ଧିପାରିବେ।
ଲେହେଙ୍ଗା କୁର୍ତ୍ତା ଡିଜାଇନ: ଲେହେଙ୍ଗା କୁର୍ତ୍ତା ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ସୁଟ୍‌ ଦେଖିବାକୁ ବହୁ ସୁନ୍ଦର ଓ ଆଟ୍ରାକ୍ଟିଭ୍‌ ମଧ୍ୟ ଲାଗିଥାଏ। ଏଥିରେ ଆପଣ ସ୍ଲିମ୍‌ ଦେଖାଯିବା ସହ ଭଲ ମଧ୍ୟ ଦେଖାଯିବେ। ହେଭି ଲେହେଙ୍ଗା କୁର୍ତ୍ତି ସହିତ ସବୁବେଳେ ହାଲ୍‌କା ଦୁପଟ୍ଟା ହିଁ ପସନ୍ଦ କରନ୍ତୁ।
ପଟିଆଲା ସୁଟ୍‌ ଡିଜାଇନ: ଆଜିକାଲି ସବୁ ମହିଳାଙ୍କୁ ପଟିଆଲା ସୁଟ୍‌ ବେଶ୍‌ ପସନ୍ଦ ଆସୁଛି। ଏଥିରେ ଆପଣ ସର୍ଟ କୁର୍ତ୍ତି ପିନ୍ଧିଲେ ଭଲ ମାନିଥାଏ।
ଷ୍ଟ୍ରେଟ୍‌ ପ୍ୟାଣ୍ଟ ଡିଜାଇନ୍‌ : ଲଙ୍ଗ୍‌ କୁର୍ତ୍ତି ସହିତ ସର୍ଟ ଆଙ୍କଲ ଲେଙ୍ଗ୍‌ନ୍ଥ ଷ୍ଟ୍ରେଟ୍‌ ପ୍ୟାଣ୍ଟ ଆଜିକାଲି ଯୁବତୀଙ୍କ ବେଶ୍‌ ପସନ୍ଦ। ଏହାକୁ ଆପଣ ସାଲଓ୍ବାର ସୁଟ୍‌ ଡିଜାଇନ ବେଶ୍‌ ପସନ୍ଦ ଆସୁଛି। ମହିଳାମାନେ ବି ଏହାକୁ ଟ୍ରାଏ କରୁଛନ୍ତି।