ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସର୍ବଶେଷ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ୪୦.୦୫ କୋଟି ଲୋକ ଖୋଲିଛନ୍ତି। ଏହି ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ୧.୩୦ ଲକ୍ଷ କୋଟିରୁ ଅଧିକ ହୋଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ (ଡିଏଫଏସ) ଏକ ଟୁଇଟ ଜରିଆରେ ଏହି ସୂଚନା ଦେଇଛି। ପିଏମ୍‌ଜେଡିଓ୍ବାଇ ଅଧୀନରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏବେ ଏହା ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ। ଜନ ଧନ ଆକାଉଣ୍ଟରେ ଏହି ସଫଳତା ଯୋଜନାର ଷଷ୍ଠ ବାର୍ଷିକୀ ପୂର୍ବରୁ କିଛି ଦିନ ପୂର୍ବରୁ ହାସଲ କରିଛି। ଏହି ଯୋଜନା ୨୮ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ସହିତ ଯୋଡିବା।

ଜନ ଧନ ଆକାଉଣ୍ଟରେ ଏହି ସୁବିଧା ଉପଲବ୍ଧ
ପିଏମ୍‌ଜେଡିଓ୍ବାଇ ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକ ହେଉଛି ମୌଳିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ
ଏହାସହ ରୁପେ ଡେବିଟ କାର୍ଡ ଏବଂ ଆକାଉଣ୍ଟଧାରୀଙ୍କୁ ଓଭରଡ୍ରାଫ୍ଟ ଦେବା ପାଇଁ ଅତିରିକ୍ତ ସୁବିଧା ଦିଆଯାଏ
ଆକାଉଣ୍ଟ ଧାରକ ସବୁବେଳେ ଏହି ଆକାଉଣ୍ଟରେ ସର୍ବନିମ୍ନ ପରିମାଣ ବଜାୟ ରଖିବା ଆବଶ୍ୟକ ନାହିଁ
ଏହି ଯୋଜନାର ସଫଳତା ପାଇଁ ୨୦୧୮ ଜାନୁୟାରୀ ୨୮ପରେ ଖୋଲାଯାଇଥିବା ଆକାଉଣ୍ଟଧାରୀମାନଙ୍କ ପାଇଁ ସରକାର ଦୁର୍ଘଟଣା ବୀମା ରାଶି ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୧ଲକ୍ଷ ଟଙ୍କା ରଖାଯାଇଥିଲା।
ଏହା ସହିତ ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ସୀମା ମଧ୍ୟ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ

ନୂଆଦିଲ୍ଲୀ, ୩।୨(ପି.ଟି.): ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ...

କଂଗ୍ରେସର ଦୁଇଟି କାର୍ଯ୍ୟ: ଇଭିଏମ୍‌ରେ ଦୋଷ ଖୋଜିବା, ମୋଦିଙ୍କୁ ଗାଳି ଦେବା

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ପ୍ରଚାର ସମୟରେ ବିଭିନ୍ନ ଦଳର ନେତାମାନେ ପରସ୍ପର ଉପରେ କାଦୁଅଫିଙ୍ଗା ରାଜନୀତି...

ସିଏଏ ନିଅଁ।ରେ ଜଳୁଛି ଦେଶ: କେନ୍ଦ୍ର ଜାରି କଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ...

ଉଦ୍ଧବ ସରକାରଙ୍କ ୪୦୦ ସରକାରୀ ନିର୍ଦ୍ଦେଶର ହେବ ସମୀକ୍ଷା, କହିଲେ ଫଡ଼ନଭିସ…

ମୁମ୍ବାଇ, ୨୬।୭ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ କାର୍ଯ୍ୟକାଳର ଶେଷ ଦିନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ୪୦୦ଟି ସରକାରୀ...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ...

ସେନ୍‌କୋ ପକ୍ଷରୁ ଟ୍ରିଆ ସମ୍ଭାର ଉନ୍ମୋଚିତ

ଭୁବନେଶ୍ୱର,୧୧।୮: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ନୂଆ ଟ୍ରିଆ ସମ୍ଭାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହା ବିଶେଷକରି ନିତିଦିନିଆ ପରିଧାନ ପାଇଁ ସୁନା, ରୁପା...

ନିର୍ଭୟା ମାମଲାର ଦୋଷୀଙ୍କୁ ଖୁବ୍‌ଶୀଘ୍ର ମିଳିପାରେ ଫାଶୀ: ତିହାର ଜେଲ୍‌ରେ ନାହାନ୍ତି ଘାତକ

ନୂଆଦିଲ୍ଲୀ,୩।୧୨: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ନିକଟରେ ଆଉ ଆଇନର ଆଶ୍ରୟ ନେବାକୁ କୌଣସି ବାଟ ନ ଥିବା ଜଣାପଡିଛି। ତେଣୁ ଏମାନଙ୍କ ଫାଶୀ...

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା...

Advertisement
Archives

Model This Week