ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହେଲା ରମାକାନ୍ତ ରଥଙ୍କ ଶେଷକୃତ୍ୟ

ପୁରୀ,୧୭।୩: ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।

ବିଶିଷ୍ଟ କବି ରମାକାନ୍ତଙ୍କ ରବିବାର ଭୋର ପ୍ରାୟ ୪ଟା ୩୦ରେ ଖାରବେଳନଗରସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଶନିବାର ରାତି ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ତାଙ୍କର ଅକ୍ସିଜେନ୍‌ ଲାଗିଥିଲା। ହେଲେ ଭୋରରେ ତାଙ୍କର ଦେହାନ୍ତ ହୋଇଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା।