ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍‌ଲାଇନ୍‌ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ  ଚନ୍ଦ୍ର ପାତ୍ର।

ଅନ୍ୟପକ୍ଷେ,  ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ ଦଣ୍ଡ ମାରି ମାରି ଯାଜପୁର ଜିଲାପାଳଙ୍କ ଅଫିସକୁ ଆସିଥିଲେ।

ଜିଲାପାଳ ଅଫିସ ସମ୍ମୁଖରେ ଧାନ ଲୋଡ ଥିବା ଗାଡ଼ି ସହ ପ୍ରତିବାଦ ସଭା କରିଥିଲେ । ସେମାନଙ୍କର ମୁଖ୍ୟ ଦାବି ଚାଷୀମାନଙ୍କର ଥିବା ବଳକା ଧାନ, ଟୋକନ ଲାପ୍ସ ଧାନ ଓ ଭାଗଚାଷୀଙ୍କର ଟୋକନ ବିହୀନ ଧାନକୁ କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଜିଲା ପ୍ରଶାସନ ଧାନ କିଣନ୍ତୁ । ଆଜି ଜିଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ରହିଥିବା ବେଳେ ଚାଷୀମାନେ ଅଫିସ ସମ୍ମୁଖରେ ବସି ରହିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Dharitri – Odisha’s No.1 Odia Daily

Share