ଅନୁଗୋଳରେ ହେବ ସର୍ବବୃହତ୍‌ ଇସ୍ପାତ କାରଖାନା: ଜେଏସ୍‌ପି

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର (ଜେଏସ୍‌ପି) ଓଡ଼ିଶାର ଅନୁଗୋଳଠାରେ ବିଶ୍ୱର ସର୍ବବୃହତ୍‌ ଇସ୍ପାତ କାରଖାନା ନିର୍ମାଣ କରିବ ବୋଲି ଲୋକ ସଭା ସଦସ୍ୟ ତଥା ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏଭଳି କିଛି କହିଛନ୍ତି। ଏପରିକି ଜେଏସ୍‌ପି ଆସନ୍ତା ୬ବର୍ଷ ମଧ୍ୟରେ ବାର୍ଷିକ ୨୫.୨ ନିୟୁତ ଟନ୍‌ ଉତ୍ପାଦନ ସହ ବିଶ୍ୱର ସର୍ବବୃହତ୍‌ ଉତ୍ପାଦକ ଭାବେ ମଧ୍ୟ ପରିଗଣିତ ହେବ ବୋଲି ନବୀନ ମତବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀ ଓଡ଼ିଶାରେ ବର୍ତ୍ତମାନ ବାର୍ଷିକ ୬ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ବିଶିଷ୍ଟ କାରଖାନା ଅନୁଗୋଳଠାରେ ପ୍ରତିଷ୍ଠା କରିଛି। ଏପରିକି କମ୍ପାନୀ ଅନୁଗୋଳ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ଆବଶ୍ୟକ କାର୍ଯ୍ୟ କରୁଛି ଏବଂ ଆସନ୍ତା ବର୍ଷକ ମଧ୍ୟରେ ଏହି କାରଖାନା ବାର୍ଷିକ ୧୨ନିୟୁତ ଟନ୍‌ ଇସ୍ପାତ ନିର୍ମାଣ କ୍ଷମତା ହାସଲ କରିବ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜେଏସ୍‌ପି ଅଧ୍ୟକ୍ଷ ନବୀନଙ୍କ ନେତୃତ୍ୱରେ ଭାରତୀୟ ଇସ୍ପାତ ସଂଘ (ଇଣ୍ଡିଆନ ଷ୍ଟିଲ୍‌ ଆସୋସିଏଶନ ବା ଆଇଏସ୍‌ଏ)ର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ଅତିଥି ଭବନଠାରେ ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏପରିକି ଇସ୍ପାତ ନିର୍ମାତାମାନଙ୍କୁ ନେଇ ଗଠିତ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ସରକାରଙ୍କ ଅଧୀନରେ ଓଡ଼ିଶା ଇସ୍ପାତ ଶିଳ୍ପର ଭବିଷ୍ୟତ ଉନ୍ନତ ହେବ ବୋଲି ଆଶା ପ୍ରକଟ କରିଥିଲେ।
ସେହିଭଳି ଭାରତୀୟ ଇସ୍ପାତ ଶିଳ୍ପରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜିନ୍ଦଲ ବିସ୍ତୃତ ଭାବେ ଆଲୋଚନା କରିବା ସହ ଇସ୍ପାତ ଶିଳ୍ପରେ ସବୁଜ ଶକ୍ତି ଏବଂ ସଷ୍ଟେନେବିଲିଟି ଅଭ୍ୟାସର ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ। ଏପରିକି ରାଜ୍ୟର ଅର୍ଥନୈତିକ ବିକାଶରେ ଉନ୍ନତି ଆଣିବା ପାଇଁ ଇସ୍ପାତ ଶିଳ୍ପର ଅଧିକ ସମ୍ପ୍ରସାରଣ ପାଇଁ ସମ୍ଭାବ୍ୟ ସୁଯୋଗ ସମ୍ପର୍କରେ ମଧ୍ୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।
ସେହିପରି ରାଜ୍ୟରେ ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଅଭିବୃଦ୍ଧି ଏବଂ ସ୍ଲରି ପାଇପଲାଇନ ଭଳି ସଷ୍ଟେନେବିଲିଟି ପ୍ରକଳ୍ପର ଆବଶ୍ୟକତା ଉପରେ ଏହି ପ୍ରତିନିଧି ଦଳ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ନବୀନ ଜିନ୍ଦଲ କହିଥିଲେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଓଡ଼ିଶାରେ ସର୍ବବୃହତ୍‌ ଇସ୍ପାତ କାରଖାନା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବା ସହ କମ୍ପାନୀର ଅନୁଗୋଳ ଇସ୍ପାତ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ସହିତ ଏବଂ ଆସନ୍ତା ବର୍ଷ ମଧ୍ୟରେ ଏହି କାରଖାନା ବାର୍ଷିକ ୧୨ ନିୟୁତ ଟନ୍‌ ଇସ୍ପାତ ନିର୍ମାଣ କ୍ଷମତା ହାସଲ କରିବ।
ସୂଚନାଯୋଗ୍ୟ, ନବୀନ ଜିନ୍ଦଲ ଏହି ଗସ୍ତ ସମୟରେ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଗ୍ରାମ ତରଙ୍ଗ ପ୍ରକଳ୍ପ ଏବଂ ୱାଲର୍‌ଡ ସ୍କିଲ୍‌ ସେଣ୍ଟର ଆଦି ପରିଦର୍ଶନ କରିବା ସହ ଏହି ଶିକ୍ଷାନୁଷ୍ଠାନଗୁଡିକ ଦ୍ୱାରା ପରିଚାଳିତ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ। ଏପରିକି ଉକ୍ତ ଅନୁଷ୍ଠାନଗୁଡିକର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଭିତ୍ତିଭୂମିକୁ ନବୀନ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri