ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି ପେଟିରେ ୧୮୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧୦ ହଜାର ୮ଶହ(୧୦୮୦ ଲିଟର) ନିଷିଦ୍ଧ କଫସିରପ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ଏ ସମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହୋଲି ପାଇଁ ପଶ୍ଚିମବଙ୍ଗରୁ ବ୍ୟାପକ ପରିମାଣର କଫ ସିରପ ସମ୍ବଲପୁର ଆସୁଥିବା ସମ୍ପର୍କରେ ସଦର ଥାନା ପୋଲିସକୁ ଖବର ମିଳିଥିଲା।

ଉକ୍ତ ଖବର ଆଧାରରେ ପୋଲିସ ଟିମ୍‌ ନିଲଡୁଙ୍ଗୁରିରେ ଚଢ଼ାଉକରି ବେଆଇନ ଭାବେ ଏକ ଟ୍ରକ୍‌(ଓଡି-୨୩-ପି-୩୪୦୬)ରେ ବୋଝେଇ ହୋଇ ସମ୍ବଲପୁର ଆସୁଥିବା କଫସିରପକୁ ଜବତ କରିଥିଲା। ଉକ୍ତ କଫସିରପ୍‌ ପଶ୍ଚିମବଙ୍ଗ ହୁଗୁଳି ଜିଲା ଡାନ୍‌କୁନୀରୁ ସମ୍ବଲପୁର ଆସୁଥିବା ଜଣାପଡ଼ିଛି। ସଦର ଥାନା ପୋଲିସ କଫ ସିରପ ସହ ଗୋଟିଏ ଟ୍ରକ୍‌, ଗୋଟିଏ ବୋଲେରୋ, ୨ଟି ଟେମ୍ପୁ, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ, ୧୨ଟି ମୋବାଇଲ ଫୋନ୍‌ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଛି। ଜବତ କଫ ସିରପର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri