କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି ରାସ୍ତା କାମ ଚାଲିଥିବା ବେଳେ ଏହି ମାଟି ଅତଡ଼ା ଧସିଛି। ଫଳରେ ୨ଟି ଜେସିବି ପାହାଡ଼ ତଳକୁ ଖସିପଡ଼ିଥିବା ସୂଚନାରୁ ପ୍ରକାଶ।

ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ କଳିଙ୍ଗା ଘାଟି ଅବସ୍ଥିତ। ଘାଟି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଛୋଟ ବଡ଼ ଯାନବାହନ ଚଳାଚଳ କରୁଛି। ଏହି ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘାଟିରେ ହେଉଛି। ତେଣୁ ବିଭିନ୍ନ ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପାହାଡ଼ କାଟି ରାସ୍ତାକୁ ଚଉଡ଼ା କରୁଛନ୍ତି। ଘାଟିର ଅଧିକାଂଶ ଅଞ୍ଚଳ ଚଉଡ଼ା ହୋଇଗଲାଣି କିନ୍ତୁ ଘାଟି ଉପରେ ଥିବା ଅନ୍ଧାରୀ କୋଟି ମନ୍ଦିର ନିକଟରେ ୧୦୦ ମିଟର ରାସ୍ତା ସମ୍ପ୍ରସାରଣ ହୋଇପାରି ନ ଥିଲା। ସଂପୃକ୍ତ ସ୍ଥାନଟି ପଥର କାଟିବା ବିପଜ୍ଜନକ ଥିବାରୁ ସେଠାରେ ମାଟି ପୋତି ପଥରକୁ ପଥର ବାନ୍ଧି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୨ ବର୍ଷ ହେବ ଚାଲିଛି। ପ୍ରାୟ ୨୦୦ରୁ ଊଦ୍ଧର୍‌ବ ଫୁଟ ଉଚ୍ଚରେ ମାଟି ଏବଂ ପଥର ପକାଇ ଥାକଥାକ କରି ପୋତାଯାଉଛି। କିନ୍ତୁ ମଝିରେ ମଝିରେ ତାହା ଭୁଶୁଡ଼ି ପଡୁଛି । ଫଳରେ କାର୍ଯ୍ୟ କିଛିଦିନ ବ୍ୟାହତ ହେଉଛି। ଏହିଭଳି ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ତେଣୁ ମାଟି ଅତଡା ପୁଣି ଭୁଶୁଡି ପଡ଼ିଛି। ଏହାଦ୍ବାରା ଯାନବାହନ ଚଳାଚଳ କୌଣସି ପ୍ରଭାବିତ ହୋଇନାହିଁ। କାମ ଠିକ୍‌ ଭାବେ ହେଉ ନ ଥିବାରୁ ଏଭଳି ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅପରପକ୍ଷେ ମାଟିରେ ଦବି ଯାଇଥିବା ଭାରିଯାନ ଗାଡ଼ିଗୁଡିକୁ ବାହାର କରିବା ସହ କାମ ପୁନର୍ବାର ଆରମ୍ଭ କରିବା ପାଇଁ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହା ପୁର୍ବରୁ ଆହୁରି ଏକାଧିକ ଥର ମାଟି ଅତଡ଼ା ସେଠାରେ ଖସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri