Posted inଜାତୀୟ

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା ଲଗାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁଯାୟୀ ମହିଳା ଜଣକ ଶାକରପୁରରେ ଏକ ଭଡ଼ାଘରେ ଏକୁଟିଆ ରହି ସିଭିଲ୍‌ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଘର ମାଲିକଙ୍କ ପୁଅ ଅଭିଯୁକ୍ତ କରନ ବିଲ୍ଡିଂର ଅନ୍ୟ ମହଲାରେ ରହୁଥିବାରୁ ମହିଳା ଜଣକ ଘରର ଚାବି ତାଙ୍କୁ ଦେଇ ନିଜ ଗାଁକୁ ଯାଉଥିଲେ। ମହିଳା ନିଜ ହ୍ବାଟ୍ସଆପ୍‌ ଆକାଉଣ୍ଟରେ କେତେକ ଅଜବ ଘଟଣା ଦେଖିଥିଲେ। ହ୍ବାଟ୍ସଆପ୍‌ ସହ ଏକ ଅଜଣା ଲାପ୍‌ଟପ୍‌ ଲିଙ୍କ୍‌ ହୋଇଥିବା ଜାଣିବା ପରେ ସେ ଏହାକୁ ତୁରନ୍ତ ଲଗ୍‌ଆଉଟ୍‌ କରିଦେଇଥିଲେ। ତାଙ୍କ ଉପରେ କେହି ଗୁପ୍ତଚରଗିରି କରୁଥିବା ମହିଳା ସନ୍ଦେହ କରି ଆପାର୍ଟମେଣ୍ଟରେ ଖୋଜାଖୋଜି କରିବାରୁ ବାଥ୍‌ରୁମ୍‌ରେ ଲାଗିଥିବା ବଲ୍‌ବ ହୋଲ୍ଡରରେ ଏକ କ୍ୟାମେରା ଇନ୍‌ଷ୍ଟାଲ ହୋଇଥିବା ଦେଖିବାକୁ ପାଇଥିଲେ।

ଏହା ପରେ ସେ ପିସିଆର୍‌କୁ କଲ୍‌ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତଲାସି ନେବା ପରେ ମହିଳାଙ୍କ ବେଡ୍‌ରୁମ୍‌ରେ ଏକ ବଲ୍ଡହୋଲ୍ଡରେ ଆଉ ଏକ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା। ଅନ୍ୟ କେହି ତାଙ୍କ ରୁମ୍‌କୁ ଆସୁଥିଲେ କି ବୋଲି ପୋଲିସ ପଚାରିବାରୁ ମହିଳା ଜଣଙ୍କ କରନ୍‌ଙ୍କୁ ଚାବି ଦେଇଯାଉଥିବା କହିଥିଲେ। କରନ ଇଲେକ୍ଟ୍ରୋନିକ୍ସ ବଜାରରୁ ୩ଟି ସ୍ପାଏ କ୍ୟାମେରା କିଣି ୨ଟିକୁ ମହିଳାଙ୍କ ବେଡ୍‌ରୁମ୍‌ ଓ ବାଥ୍‌ରୁମ୍‌ରେ ଲଗାଇଥିବା ସ୍ବୀକାର କରିଛନ୍ତି। ଉକ୍ତ କ୍ୟାମେରାକୁ ଅନ୍‌ଲାଇନ ଅପରେଟ କରାଯାଇ ପାରୁ ନ ଥିବାରୁ ଫଟୋ ମେମୋରି କାର୍ଡରେ ଷ୍ଟୋର ହୋଇ ରହୁଥିଲା। ସେଥିପାଇଁ କରନ ମହିଳାଙ୍କ ରୁମ୍‌ର ବିଦ୍ୟୁତ୍‌ ରିପେୟାରିଂ କରିବା ବାହାନାରେ ବାରମ୍ବାର ଚାବି ମାଗି ଭିଡିଓଗୁଡ଼ିକୁ ନିଜ ଲାପ୍‌ଟପ୍‌କୁ ଟ୍ରାନ୍ସଫର କରୁଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri