ସମସ୍ତ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା: ରାଜସ୍ବ ମନ୍ତ୍ରୀ

ସମ୍ବଲପୁର/ରେଙ୍ଗାଲି,୧ା୮(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲାହୀରାକୁଦ ଜଳଭଣ୍ଡାର ବିସ୍ଥାପିତଙ୍କୁ ପ୍ରଥମଥର ପାଇଁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ଫଳରେ ଦୀର୍ଘ ୭୦ବର୍ଷ ପରେ ବିସ୍ଥାପିତ ପରିବାରଙ୍କ ଆଶା ପୂରଣ ହୋଇଛି।

ରେଙ୍ଗାଲି ତହସିଲ କୁର୍ଲା ଗ୍ରାମରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ହୀରାକୁଦ ଜଳଭଣ୍ଡାରରେ ବିଲୀନ ହୋଇଥିବା ଗ୍ରାମଗୁଡ଼ିକର ପରିବାର ବିସ୍ଥାପିତ ହୋଇ ରେଙ୍ଗାଲି ତହସିଲ ଅଧୀନ ସାଲଡ ପଞ୍ଚାୟତ ଅନ୍ତର୍ଗତ କୁର୍ଲା ଓ ନିସାନଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଠୁଁଟିକରବଗା ଗ୍ରାମରେ ବସବାସ କରୁଥିଲେ।

୭୦ବର୍ଷ ଧରି ଏଠାରେ ରହି ଆସୁଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ ପଟ୍ଟା ମିଳି ନ ଥିଲା। ପରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜମିରେ ଗଢ଼ି ଉଠିଥିବା ଉକ୍ତ ଗ୍ରାମଦ୍ୱୟକୁ ଜଳସମ୍ପଦ ବିଭାଗ ଗତ ଜୁଲାଇ ୨୫ ତାରିଖରେ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଥିଲା। ଫଳରେ ତୁରନ୍ତ ଉକ୍ତ ଗ୍ରାମଦ୍ୱୟକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଥିଲା। ରାଜସ୍ବମନ୍ତ୍ରୀ ପୂଜାରୀ ରେଙ୍ଗାଲି ଗସ୍ତ ଅବସରରେ ଗୁରୁବାର ଏଠାରେ ଆୟୋଜିତ କାର୍ଯ୍ୟକ୍ରରେ ଯୋଗଦେଇ କୁର୍ଲା ଓ ଠଁୁଟିକତରବଗା ଗ୍ରାମର ମୋଟ ୨୨୧ ବିସ୍ଥାପିତ ପରିବାରଙ୍କୁ ଘରଡିହ ଓ ଚାଷଜମି ପଟ୍ଟା ବଣ୍ଟନ କରିଥିଲେ। ଘର ଡିହ ପାଇଁ ପ୍ରତ୍ୟେକ ପରିବାରକୁ ସର୍ବାଧିକ ୧୦ ଡିସମିଲ ଓ ଚାଷ ପାଇଁ ସର୍ବାଧିକ ୨ ଏକର ଲେଖାଏ ଚାଷଜମିର ପଟ୍ଟା ପ୍ରଦାନ କରିଛନ୍ତି। ଏଥିରେ କୁର୍ଲା ଗ୍ରାମର ୧୬୮ ପରିବାରଙ୍କୁ ମୋଟ ୨୧୬.୦୬ ଏକର ଓ ଠଁୁଟିକତରବଗା ଗ୍ରାମର ୫୩ପରିବାରକୁ ମୋଟ ୧୩୦.୪୫ ଏକର ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି।

ଜମିପଟ୍ଟା ପାଇବା ଫଳରେ ଦୀର୍ଘ ୭ ଦଶନ୍ଧି ପରେ ବିସ୍ଥାପିତଙ୍କ ତୃତୀୟ ପୀଢି ସେମାନଙ୍କ ଅଧିକାର ପାଇବାର ଆଶା ପୂରଣ ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଆଗକୁ ଏଠାରେ ବିସ୍ଥାପିତ ପରିବାର ପାଇଥିବା ଘରଡିହରେ ଆବାସ ଯୋଜନା ଜରିଆରେ ପକ୍କାଘର ନିର୍ମାଣ ସହିତ ବିଜୁଳି, ପାନୀୟ ଜଳ, ଶୌଚାଳୟ ଆଦି ନିର୍ମାଣ କରାଯାଇ ଅଞ୍ଚଳକୁ ଏକ ଉନ୍ନତମାନର ଆବାସିକ ଅଞ୍ଚଳରେ ପରିଣତ କରାଯିବ। ଯଦ୍ୱାରା ଏଠାରେ ବସବାସ କରୁଥିବା ଲୋକେ ଜୀବନ ଧାରଣର ଏକ ଉନ୍ନତ ଜୀବନଶୈଳୀରେ ରୂପାନ୍ତରିତ ହୋଇ ପାରିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଅନ୍ୟଅଞ୍ଚଳରେ ବସବାସ କରୁଥିବା ହୀରାକୁଦ ବିସ୍ଥାପିତଙ୍କୁ ମଧ୍ୟ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଆଗାମୀ ୧ ବର୍ଷ ମଧ୍ୟରେ ଜିଲାର ସମସ୍ତ ହୀରାକୁଦ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି ବୋଲି ରାଜସ୍ବ ମନ୍ତ୍ରୀ ପୂଜାରୀ କହିଛନ୍ତି। ପଟ୍ଟା ବଣ୍ଟନ ସମୟରେ ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାର, ଅତିରିକ୍ତ ତହସିଲଦାର ସୁଜିତ କୁାମର ଶତପଥୀ, ପୂର୍ବତନ ବିଧାୟକ ନାଉରୀ ନାୟକ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ସାଲଡ୍‌ ସରପଞ୍ଚ ସରୋଜ କୁମାର ମେହେର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri