ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ରମ୍ଭା ନିକଟ ହରିପୁର ବୁରୁଡିର ପ୍ରଶାନ୍ତି ନାହାକ(୩୦), ପୁଷ୍ପାଞ୍ଜଳି ନାହାକ ଓରଫ ମିନି(୩୧) ଓ ତାଙ୍କ ଭାଇ ଶାନ୍ତନୁ କୁମାର ନାହାକ(୩୫) ଓ ଶିପକୁଡା ଗ୍ରାମର ବାସନ୍ତୀ ନାହାକ ଓରଫ ପାଞ୍ଚେଇ(୫୨)। ସେମାନଙ୍କ ନିକଟରୁ ଇ-ଷ୍ଟାମ୍ପ୍‌ ପେପର, ପାର୍ଟିସନ ଡିଡ୍‌, ଟ୍ରେସ୍‌ ମ୍ୟାପ୍‌, ଆଧାର କାର୍ଡ, ଇସି, ମନି ରସିଦ, ସେଲ୍‌ ଡିଡ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି।
ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ସୂଚନାପ୍ରକାରେ, ଅଭିଯୁକ୍ତ ମହିଳା ପ୍ରଶାନ୍ତି ଏବଂ ମଧୁରଚୁଆ ଗ୍ରାମର କବିତା ନାହାକ ଗୁଜୁରାଟରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା। ୨୦୧୯ରେ ଉଭୟ କନିଷି ତହସିଲ ଅନ୍ତର୍ଗତ କରାପଲ୍ଲୀ ମୌଜାରେ ମିଳିତଭାବେ ୧୭୪୨ ଡେସିମିଲ ଜମି କିଣିଥିଲେ। ତେବେ ସେହି ଜମିଟି ଦୀର୍ଘ ଦିନ ଧରି ପ୍ରଶାନ୍ତି ଓ କବିତାଙ୍କ ନାମରେ ପଞ୍ଜୀକରଣ ହୋଇ ନ ଥିବାରୁ ବର୍ତ୍ତମାନ ଯାଏ ଜମି ବିକିଥିବା ମାଲିକଙ୍କ ନାଁରେ ଥିଲା। ସେହିକ୍ରମରେ ପ୍ରଶାନ୍ତି ଉକ୍ତ ଜମିକୁ ନିଜର ଏବଂ କବିତାଙ୍କ ନଁାରେ କରିବାକୁ ବ୍ରହ୍ମପୁର ଉପନିବନ୍ଧକ-୨ଙ୍କ କାର୍ଯ୍ୟାଳୟକୁ ଯାଇ ଜମିର ସଂଶୋଧିତ ଦସ୍ତାବିଜ ପାଇଁ ଆବେଦନ କରିଥିଲେ। ଏହାପରେ କବିତାଙ୍କୁ ଗୁଜୁରାଟରୁ ବ୍ରହ୍ମପୁର ଆସିବାକୁ ସେ କହିଥିଲେ। ହେଲେ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁ କବିତା ଆସିପାରିବେ ନାହିଁ ବୋଲି କହିଥିଲେ। ପରେ ପ୍ରଶାନ୍ତି ସେହି ଜମି ନିଜ ନାମରେ ପଞ୍ଜୀକରଣ ପାଇଁ କବିତାଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ କବିତା ଭାବେ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଛିଡ଼ା କରାଇ ଜମି ପଞ୍ଜୀକରଣ ପାଇଁ ଯୋଜନା କରିଥିଲେ। ପ୍ରଶାନ୍ତିଙ୍କ କହିବା ମୁତାବକ ବାସନ୍ତୀ ନାହାକ ନିଜକୁ କବିତା ନାହାକ ବୋଲି ଦର୍ଶାଇ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ସେହିପରି ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ଶାନ୍ତନୁ ସାକ୍ଷୀ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ବାସନ୍ତୀ ଜମି ପଞ୍ଜୀକରଣ ପାଇଁ ନିଜ ଆଧାର କାର୍ଡ ଦେଇଥିଲେ। ହେଲେ ଆଖି ଓ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ବେଳେ ପ୍ରକୃତ ଜମି ମାଲିକ କବିତାଙ୍କ ତଥ୍ୟ ସହ ତାହା ମେଳ ଖାଇ ନ ଥିଲା। ବାସନ୍ତୀ ପ୍ରକୃତ ଜମି ମାଲିକ ତଥା କବିତା ନୁହେଁ ବୋଲି ଜଣାପଡ଼ିଥିଲା। ଉପନିବନ୍ଧକ ସମରଜିତ ତ୍ରିପାଠୀଙ୍କ ପକ୍ଷରୁ ଏହି ଜାଲିଆତି ଏବଂ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ.୩୮୩/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ ପରେ ରବିବାର କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri