ଦେବୋତ୍ତର ବିଭାଗ ଜମି ଅସୁରକ୍ଷିତ

ସୋନପୁର,୧୧।୪(ନି.ପ୍ର.): ମନ୍ଦିରମାଳିନୀ ତଥା ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲାରେ ରହିଛି ଶତାଧିକ ଏକର ଦୋବୋତ୍ତର ଜମି। ଏହି ସବୁ ଜମି ଜିଲା ସଦର ମହକୁମା ସମେତ ଗ୍ରାମାଞ୍ଚଳରେ ଦେବାଦେବୀଙ୍କ ନାମରେ ରହିଛି। ବିଭିନ୍ନ ମନ୍ଦିରର ସେବାୟତଙ୍କ ନାମରେ ମଧ୍ୟ ଶତାଧିକ ଏକର ମୂଲ୍ୟବାନ ଜମିଅଛି। ଗଡଜାତ ଅମଳରେ ରାଜାମାନେ ଦେବାଦେବୀଙ୍କ ଦୈନିକ ରୀତିନୀତି, ବଳୀଯାତ୍ରା ଓ ସେବା କାର୍ଯ୍ୟ ପାଇଁ ସେବାୟତଙ୍କୁ ମୂଲ୍ୟବାନ ଜମି ଦେଇଥିଲେ। ଏହି ସବୁ ଜମିକୁ ସେବାୟତମାନେ ଭୋଗ ଦଖଲ କରି ଆସୁଛନ୍ତି। ଅନ୍ୟ ସବୁ ଜମିର ଆୟରୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଥାଏ। କିନ୍ତୁ ଏବେ ଦେବୋତ୍ତର ବିଭାଗର ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ଆଉ କିଛି ଜମିକୁ ସେବାୟତମାନେ ଚଞ୍ଚକତା କରି ବିକ୍ରି କରିଛନ୍ତି। ଏହି ଜମି କୌଣସିମତେ ବିକ୍ରି ହୋଇ ପାରିବ ନାହିଁ ବୋଲି ନିୟମ ଥିଲେ ମଧ୍ୟ କେତେକ ତହସିଲଦାରଙ୍କ କାରଣରୁ ପୂର୍ବରୁ ଜମି ବେଆଇନଭାବେ ବିକ୍ରି ହୋଇଛି।
ସୂଚନା ଅନୁଯାୟୀ ସୁବର୍ଣ୍ଣମେରୁ ମନ୍ଦିର ପାଇଁ ୭୫.୦୮୪ ଏକର, ସୁରେଶ୍ୱରୀ ମନ୍ଦିର ପାଇଁ ୭.୪୨ ଏକର, ସମଲେଇ ମନ୍ଦିର ପାଇଁ ୧୭୨.୯୩୯ ଏକର, ବୃନ୍ଦାବନ ବିହାରୀ ମନ୍ଦିର ପାଇଁ ୩୦ ଏକର, ମାଣିକେଶ୍ୱରୀ ମନ୍ଦିର ପାଇଁ ୧୧.୯୮୦ ଏକର, ବୈଦ୍ୟନାଥର କୁଶଳେଶ୍ୱର ମହାଦେବଙ୍କ ପାଇଁ ୫.୭୭୦ ଏକର ଜମି ରହିଛି। ବିନିକା ବ୍ଲକର ସକ୍‌ମା ଗ୍ରାମରେ ଶତାଧିକ ଏକ ଜମି ସେବାୟତଙ୍କୁ ଦିଆଯାଇଛି। କିନ୍ତୁ ମନ୍ଦିରଗୁଡିକର ଏତେ ଜମି ଥିଲେ ମଧ୍ୟ ଦେବାଦେବୀଙ୍କ ପାଖରେ ଭୋଗ ଲଗାଇବା ପାଇଁ ଟଙ୍କା ନାହିଁ। ଦେବୋତ୍ତର ବିଭାଗ ମାସକୁ ଜଗନ୍ନାଥ ମନ୍ଦିର ପାଇଁ ୧ହଜାର ୨୦୦ଟଙ୍କା, ବୈଦ୍ୟନାଥ ମନ୍ଦିର ପାଇଁ ୩୦୦ଟଙ୍କା, ବୃନ୍ଦାବନ ବିହାରୀ ମନ୍ଦିର ପାଇଁ ୮୦୦ଟଙ୍କା ଓ ହନୁମାନ ମନ୍ଦିର ପାଇଁ ୫୦୦ଟଙ୍କା ଦେଉଛନ୍ତି। ଏତିକି ଟଙ୍କାରେ ଦେବାଦେବୀଙ୍କ ଗୋଟିଏ ବେଳା ଭୋଗ ପ୍ରସ୍ତୁତ ମଧ୍ୟ କଷ୍ଟ ହୋଇପଡୁଛି। କେବଳ ସେତିକି ନୁହେଁ ପୂଜକ ମାନେ ବିନା ପାରିଶ୍ରମିକରେ ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ମନ୍ଦିର ପାଇଁ ଚାଷ ଜମି ରହିଥିଲେ ମଧ୍ୟ ଅଧିକାଂଶ ଜମି ଜବର ଦଖଲରେ ରହିଛି। ସୋନପୁର ସହରରେ କେତେକ ବଡ ବଡିଆ ଲୋକ ଏହି ଜମିକୁ ଜବରଦଖଲ କରିଥିବାରୁ ପ୍ରଶାସନ ତାହା ହଟାଇବାକୁ ସାହାସ କରୁନାହିଁ। ଦେବୋତ୍ତର ଜମିରେ ଲୋକେ କୋଠା ନିର୍ମାଣ କରି ରହୁଛନ୍ତି। ଆଉ କେତେକ ଷ୍ଟଲ ନିର୍ମାଣ କରି ବ୍ୟବସାୟୀଙ୍କଠାରୁ ଭଡା ଆଦାୟ କରୁଛନ୍ତି। ଉପଜିଲାପାଳମାନେ ସୋନପୁର ଦୋବୋତ୍ତର ଅଧିକାରୀ ଦାୟିତ୍ୱରେ ରହୁଛନ୍ତି। କାର୍ଯ୍ୟବ୍ୟସ୍ତତା ଭିତରେ ସେମାନେ ଦୋବୋତ୍ତର ଜମିକୁ ସୁରକ୍ଷା ଦେଇ ପାରୁନାହାନ୍ତି। ଜବରଦଖଲ ଓ ବେଆଇନ ଭାବେ ଜମି ବିକ୍ରି ଦିନକୁ ଦିନ ବଢି ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରଶାସନ ଓ ଦୋବୋତ୍ତର ବିଭାଗ ଦେବୋତ୍ତର ଜମିରୁ ଜବରଦଖଲ ହଟାଇବା ସହ ଓ ବିକ୍ରି ହୋଇଥିବା ଜମି ପୁନଃ ଦେବାଦେବୀଙ୍କ ନାମକୁ ଫେରାଇ ଆଣିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri