ଦେବୋତ୍ତର ବିଭାଗ ଜମି ଅସୁରକ୍ଷିତ

ସୋନପୁର,୧୧।୪(ନି.ପ୍ର.): ମନ୍ଦିରମାଳିନୀ ତଥା ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲାରେ ରହିଛି ଶତାଧିକ ଏକର ଦୋବୋତ୍ତର ଜମି। ଏହି ସବୁ ଜମି ଜିଲା ସଦର ମହକୁମା ସମେତ ଗ୍ରାମାଞ୍ଚଳରେ ଦେବାଦେବୀଙ୍କ ନାମରେ ରହିଛି। ବିଭିନ୍ନ ମନ୍ଦିରର ସେବାୟତଙ୍କ ନାମରେ ମଧ୍ୟ ଶତାଧିକ ଏକର ମୂଲ୍ୟବାନ ଜମିଅଛି। ଗଡଜାତ ଅମଳରେ ରାଜାମାନେ ଦେବାଦେବୀଙ୍କ ଦୈନିକ ରୀତିନୀତି, ବଳୀଯାତ୍ରା ଓ ସେବା କାର୍ଯ୍ୟ ପାଇଁ ସେବାୟତଙ୍କୁ ମୂଲ୍ୟବାନ ଜମି ଦେଇଥିଲେ। ଏହି ସବୁ ଜମିକୁ ସେବାୟତମାନେ ଭୋଗ ଦଖଲ କରି ଆସୁଛନ୍ତି। ଅନ୍ୟ ସବୁ ଜମିର ଆୟରୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିଥାଏ। କିନ୍ତୁ ଏବେ ଦେବୋତ୍ତର ବିଭାଗର ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ଆଉ କିଛି ଜମିକୁ ସେବାୟତମାନେ ଚଞ୍ଚକତା କରି ବିକ୍ରି କରିଛନ୍ତି। ଏହି ଜମି କୌଣସିମତେ ବିକ୍ରି ହୋଇ ପାରିବ ନାହିଁ ବୋଲି ନିୟମ ଥିଲେ ମଧ୍ୟ କେତେକ ତହସିଲଦାରଙ୍କ କାରଣରୁ ପୂର୍ବରୁ ଜମି ବେଆଇନଭାବେ ବିକ୍ରି ହୋଇଛି।
ସୂଚନା ଅନୁଯାୟୀ ସୁବର୍ଣ୍ଣମେରୁ ମନ୍ଦିର ପାଇଁ ୭୫.୦୮୪ ଏକର, ସୁରେଶ୍ୱରୀ ମନ୍ଦିର ପାଇଁ ୭.୪୨ ଏକର, ସମଲେଇ ମନ୍ଦିର ପାଇଁ ୧୭୨.୯୩୯ ଏକର, ବୃନ୍ଦାବନ ବିହାରୀ ମନ୍ଦିର ପାଇଁ ୩୦ ଏକର, ମାଣିକେଶ୍ୱରୀ ମନ୍ଦିର ପାଇଁ ୧୧.୯୮୦ ଏକର, ବୈଦ୍ୟନାଥର କୁଶଳେଶ୍ୱର ମହାଦେବଙ୍କ ପାଇଁ ୫.୭୭୦ ଏକର ଜମି ରହିଛି। ବିନିକା ବ୍ଲକର ସକ୍‌ମା ଗ୍ରାମରେ ଶତାଧିକ ଏକ ଜମି ସେବାୟତଙ୍କୁ ଦିଆଯାଇଛି। କିନ୍ତୁ ମନ୍ଦିରଗୁଡିକର ଏତେ ଜମି ଥିଲେ ମଧ୍ୟ ଦେବାଦେବୀଙ୍କ ପାଖରେ ଭୋଗ ଲଗାଇବା ପାଇଁ ଟଙ୍କା ନାହିଁ। ଦେବୋତ୍ତର ବିଭାଗ ମାସକୁ ଜଗନ୍ନାଥ ମନ୍ଦିର ପାଇଁ ୧ହଜାର ୨୦୦ଟଙ୍କା, ବୈଦ୍ୟନାଥ ମନ୍ଦିର ପାଇଁ ୩୦୦ଟଙ୍କା, ବୃନ୍ଦାବନ ବିହାରୀ ମନ୍ଦିର ପାଇଁ ୮୦୦ଟଙ୍କା ଓ ହନୁମାନ ମନ୍ଦିର ପାଇଁ ୫୦୦ଟଙ୍କା ଦେଉଛନ୍ତି। ଏତିକି ଟଙ୍କାରେ ଦେବାଦେବୀଙ୍କ ଗୋଟିଏ ବେଳା ଭୋଗ ପ୍ରସ୍ତୁତ ମଧ୍ୟ କଷ୍ଟ ହୋଇପଡୁଛି। କେବଳ ସେତିକି ନୁହେଁ ପୂଜକ ମାନେ ବିନା ପାରିଶ୍ରମିକରେ ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ମନ୍ଦିର ପାଇଁ ଚାଷ ଜମି ରହିଥିଲେ ମଧ୍ୟ ଅଧିକାଂଶ ଜମି ଜବର ଦଖଲରେ ରହିଛି। ସୋନପୁର ସହରରେ କେତେକ ବଡ ବଡିଆ ଲୋକ ଏହି ଜମିକୁ ଜବରଦଖଲ କରିଥିବାରୁ ପ୍ରଶାସନ ତାହା ହଟାଇବାକୁ ସାହାସ କରୁନାହିଁ। ଦେବୋତ୍ତର ଜମିରେ ଲୋକେ କୋଠା ନିର୍ମାଣ କରି ରହୁଛନ୍ତି। ଆଉ କେତେକ ଷ୍ଟଲ ନିର୍ମାଣ କରି ବ୍ୟବସାୟୀଙ୍କଠାରୁ ଭଡା ଆଦାୟ କରୁଛନ୍ତି। ଉପଜିଲାପାଳମାନେ ସୋନପୁର ଦୋବୋତ୍ତର ଅଧିକାରୀ ଦାୟିତ୍ୱରେ ରହୁଛନ୍ତି। କାର୍ଯ୍ୟବ୍ୟସ୍ତତା ଭିତରେ ସେମାନେ ଦୋବୋତ୍ତର ଜମିକୁ ସୁରକ୍ଷା ଦେଇ ପାରୁନାହାନ୍ତି। ଜବରଦଖଲ ଓ ବେଆଇନ ଭାବେ ଜମି ବିକ୍ରି ଦିନକୁ ଦିନ ବଢି ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରଶାସନ ଓ ଦୋବୋତ୍ତର ବିଭାଗ ଦେବୋତ୍ତର ଜମିରୁ ଜବରଦଖଲ ହଟାଇବା ସହ ଓ ବିକ୍ରି ହୋଇଥିବା ଜମି ପୁନଃ ଦେବାଦେବୀଙ୍କ ନାମକୁ ଫେରାଇ ଆଣିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri