ବେଜିଂ-ସାଂଘାଇରେ ହାହାକାର, ଘରେ ସାମଗ୍ରୀ ଡେଲିଭରୀ ମନା…

ବେଜିଂ, ୧୦।୫ : କରୋନା ସଂକ୍ରମଣ ଯୋଗୁଁ ଚାଇନାରେ ସଙ୍କଟ ଦେଖାଦେଇଛି। ରାଜଧାନୀ ବେଜିଂ ଏବଂ ବାଣିଜି୍ୟକ ସହର ସାଂଘାଇରେ କଟକଣା କଡାକଡି କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଘରେ ବନ୍ଦୀ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଡେଲିଭରୀ ମଧ୍ୟ ବନ୍ଦ କରି ଦିଆଯାଇଛି। ଲୋକେ ଭୋକରେ ଛଟପଟ ହେଉଛନ୍ତି।

ସରକାରଙ୍କ ଶୂନ କୋଭିଡ୍‌ ନିୟମ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ମେ’ ୯ରେ, ଚାଇନାରେ ୩,୪୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୩୫୭ ଜଣଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା ଏବଂ ୩୧୧୮ ଜଣଙ୍କଠାରେ କରୋନାର କୌଣସି ଲକ୍ଷଣ ମିଳି ନ ଥିଲା। ଚାଇନାରେ ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ୫୧୯୧ ଜଣଙ୍କର ମୃତ୍ୟୁ ଘଟିଛି।

ଏଥର ଚାଇନା କରୋନା ସଂକ୍ରମଣ ରୋକିବାରେ ପଛରେ ପଡିଥିବା ଜଣାପଡିଛି। ଏହାର ଶୂନ କୋଭିଡ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସାଂଘାଇରେ ଦେଢ଼ ମାସ ଧରି ଲକଡାଉନ ବଳବତ୍ତର ରହିଛି। ସଂକ୍ରମଣକୁ ରୋକିବା ପାଇଁ ପ୍ରତିବନ୍ଧକକୁ କଡାକଡି କରାଯାଇଛି। ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ସାଂଘାଇର ୧୬ ଟି ଜିଲ୍ଲାର ଚାରି ଜିଲାକୁ ସପ୍ତାହ ଶେଷରେ ନୋଟିସ ଦିଆଯାଇଥିଲା ଯେ ଲୋକେ ନିଜ ଘର ଛାଡି ପାରିବେ ନାହିଁ । ସେମାନେ କୌଣସି ସାମଗ୍ରୀର ଡେଲିଭରୀ ମଧ୍ୟ ନେଇ ପାରିବେ ନାହିଁ। ପୂର୍ବରୁ ଆବାସିକ ଅଞ୍ଚଳରେ ବୁଲିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ଏବେ ଏହାକୁ ବନ୍ଦ କରାଯାଇଛି।

ସାଂଘାଇରେ ଏହି ନୂତନ ପ୍ରତିବନ୍ଧକକୁ ବିରୋଧ କରାଯାଉଛି। ଅନ୍ୟପକ୍ଷରେ ବେଜିଂରେ ଏପର୍ଯ୍ୟନ୍ତ ସବୁଠାରୁ କଠୋର ପ୍ରତିବନ୍ଧକ ଘୋଷଣା କରାଯାଇଛି। ଦକ୍ଷିଣ-ପଶ୍ଚିମ ବେଜିଂରେ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଲୋକଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଜନସାଧାରଣ ପରିବହନ ମଧ୍ୟ ବନ୍ଦ ରହିଛି। ଅନେକ କୋଠା ଏବଂ ପାର୍କକୁ ମଧ୍ୟ ସିଲ କରାଯାଇଛି।

କରୋନାର ନୂଆ ଲହର ଦ୍ୱାରା ଚାଇନାର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦେଶର ରପ୍ତାନି ଅଭିବୃଦ୍ଧି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠାରୁ ଦୁର୍ବଳ ଅବସ୍ଥାରେ ରହିଛି। ଏହା ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri