ପାଟନା,୨୫।୧: ବିହାରର ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଗୋଟିଏ ରାଷ୍ଟ୍ରୀୟ ଜନତା ଦଳ ବା RJD ପାଇଁ ଆଜି ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଦଳ ତେଜସ୍ବୀ ଯାଦବଙ୍କୁ RJDର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବରେ ମନୋନୀତ କରିଛି।
RJDର ଜାତୀୟ ଅଧ୍ୟକ୍ଷ ପଦ ପୂର୍ବରୁ ଲାଲୁ ଯାଦବଙ୍କ ପାଖରେ ଥିଲା। ସେ ୧୯୯୭ ମସିହାରେ ଦଳର ପ୍ରତିଷ୍ଠା ହେବା ପରଠାରୁ ଏହି ପଦବୀରେ ଥିଲେ। RJDର ଏହି ନିଷ୍ପତ୍ତି ସହିତ, ଦଳରେ ଲାଲୁ ଯୁଗ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି। ତେଜସ୍ବୀ ଯାଦବ ଏବେ ଦଳର ହାଇକମାଣ୍ଡ ହେବେ।
ଦଳ ଏହାର ଅଫିସିଆଲ X ହ୍ୟାଣ୍ଡେଲରେ ପୋଷ୍ଟ କରିଛି, ‘ଏକ ନୂତନ ଯୁଗର ଆରମ୍ଭ! ତେଜସ୍ବୀ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି।’
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଯୋଗ ଦେଇଥିବା RJDର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଉଦଘାଟନୀ ଅଧିବେଶନରେ ଏହି ଘୋଷଣା କରାଯାଇଥିଲା। ଲାଲୁ ଯାଦବ ଅନ୍ୟ ଶୀର୍ଷ ନେତାଙ୍କ ଉପସ୍ଥିତିରେ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
Dharitri – The Largest & Most Trusted Odia Daily

