Posted inଜାତୀୟ

ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା

ନୂଆଦିଲ୍ଲୀ,୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ତାଙ୍କର ଭାରତୀୟ ନାଗରିକତା ପରିତ୍ୟାଗ କରି ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଭାନୁଆଟୁ ଏକ ଛୋଟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଯାହା ଏହାର ଟିକସ-ଅନୁକୂଳ ନୀତି ଏବଂ ପ୍ରତ୍ୟାର୍ପଣ ଚୁକ୍ତିନାମା ଅଭାବ ପାଇଁ କୁଖ୍ୟାତ।

ଅନ୍ତର୍ଜାତୀୟ ସୂତ୍ରରୁ ପ୍ରାପ୍ତ ଲଳିତ ମୋଦିଙ୍କ ଭାନୁଆଟୁ ପାସପୋର୍ଟର ଏକ କପିରୁ ଜଣାପଡିଛି ଯେ ତାଙ୍କର ନୂତନ ନାଗରିକତା ଡିସେମ୍ବର ୩୦ ୨୦୨୪ ରେ ଆନୁଷ୍ଠାନିକ ଭାବରେ ଅନୁମୋଦନ କରାଯାଇଥିଲା। ଏବେ ବୈଦେଶିକ ମନ୍ତ୍ରଣାଳୟ ଏକ ଜାତୀୟ ଗଣମାଧ୍ୟମର ଖବରକୁ ନିଶ୍ଚିତ କରିଛି ଏବଂ ଲଳିତ ମୋଦି ଭାନୁଆଟୁ ନାଗରିକତା ହାସଲ କରିଥିବା ସ୍ବୀକାର କରିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଶୁକ୍ରବାର କହିଛନ୍ତି ଯେ ଲଳିତ ମୋଦି ଲଣ୍ଡନରେ ଥିବା ଭାରତୀୟ ହାଇକମିଶନଙ୍କ ନିକଟରେ ତାଙ୍କ ପାସପୋର୍ଟ ଜମା କରିବାକୁ ଆବେଦନ କରିଛନ୍ତି। ବିଦ୍ୟମାନ ନିୟମ ଏବଂ ପ୍ରକ୍ରିୟା ଅନୁସାରେ ଏହାର ତଦନ୍ତ କରାଯିବ। ଆମକୁ ଏହା ମଧ୍ୟ କୁହାଯାଇଛି ଯେ ସେ ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଆମେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରୁଛୁ।

ଆର୍ଥିକ ଦୁର୍ନୀତି, ମନି ଲଣ୍ଡରିଂ ଏବଂ ବୈଦେଶିକ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗରେ ୨୦୧୦ ମସିହାରେ ଭାରତରୁ ପଳାୟନ କରିଥିବା ଲଳିତ ମୋଦି ବହୁ ବର୍ଷ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଅଧୀନରେ ଅଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ, ବିଦେଶୀ ନାଗରିକତା ହାସଲ କରିବା ଦ୍ୱାରା, ଭାରତ ଦ୍ୱାରା ତାଙ୍କୁ ପ୍ରତ୍ୟର୍ପଣ କରିବା ପ୍ରୟାସ ଜଟିଳ ହୋଇଯିବ। ପୂର୍ବରୁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଆଇନରୁ ଖସିଯିବା ପାଇଁ ଆଣ୍ଟିଗୁଆର ନାଗରିକତା ହାସଲ କରିଥିଲେ।

ଭାରତୀୟ କର୍ତ୍ତୃପକ୍ଷଙ୍କ ନିରନ୍ତର ପ୍ରୟାସ ସତ୍ତ୍ୱେ, ଲଳିତ ମୋଦି ସଫଳତାର ସହ ମାମଲାରୁ ବଞ୍ଚିଛନ୍ତି ଏବଂ ମୁଖ୍ୟତଃ ଲଣ୍ଡନରେ ରହୁଛନ୍ତି। ଏପରି ପରିସ୍ଥିତିରେ ନାଗରିକତା ପାଇବା ପରେ ଭାରତ ସରକାର ଏବଂ ଇଡି ଏବେ ମୋଦିଙ୍କ ପ୍ରତ୍ୟର୍ପଣକୁ ସୁରକ୍ଷିତ କରିବା ପାଇଁ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri