ଲାଲଚାନ୍ଦ୍‌ର ଗ୍ରେଟ୍‌ ମନ୍‌ସୁନ୍‌ ଅଫର

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଗ୍ରେଟ୍‌ ମନ୍‌ସୁନ୍‌ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମୌସୁମୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଲଚାନ୍ଦ୍‌ ଉକ୍ତ ଅଫର ଅଧୀନରେ ‘ସିମ୍ପଲି ବିଉଟିଫୁଲ’ ନାମକ ଏକ କାରୁକାର୍ଯ୍ୟ ଭରା କଲେକ୍ସନକୁ ସାମିଲ କରାଇଛି। ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଗୁରୁବାର ସ୍ଥାନୀୟ ହୋଟେଲ ଦ ନ୍ୟୁ ମାରିଅନ୍‌ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଫର ଜରିଆରେ ଗ୍ରାହକମାନେ ଅନେକ ସୁବିଧା ଓ ନୂତନ କଲେକ୍ସନର ଗହଣା ସଂଗ୍ରହ କରିପାରିବେ। ବିଶେଷକରି ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କ ସୁନାଗହଣାର ଗ୍ରାମ୍‌ ପିଛା ଗଢ଼ା ମୂଲ୍ୟ ଫ୍ଲାଟ୍‌ ୬୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫%ର ରିହାତି ରହିଥିବାବେଳେ ମନୋନୀତ ଅନ୍ତର୍ଜାତୀୟ ବ୍ରାଣ୍ଡେଡ୍‌ ଘଣ୍ଟା ଉପରେ ଫ୍ଲାଟ୍‌ ୧୫%ର ରିହାତି ଦିଆଯାଉଛି। ଏପରିକି ବ୍ରାଣ୍ଡେଡ୍‌ ରୁପା ସାମଗ୍ରୀ ଉପରେ ଫ୍ଲାଟ୍‌ ୧୫% ରିହାତି ସାଙ୍ଗକୁ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦%ର ରିହାତି ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଲାଲଚାନ୍ଦ୍‌ ଜୁଏଲର୍ସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଞ୍ଜୟ ହଂସ କହିଛନ୍ତି, ଗତ ୭୫ ବର୍ଷ ଧରି ସାରା ରାଜ୍ୟରେ ଳାଲଚାନ୍ଦ ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ୍‌ ହୋଇ ରହି ଆସିଛି। ଏପରିକି ଉଚ୍ଚମାନର ସୁନା, ସୁନା ମୂଲ୍ୟ ଏବଂ ସର୍ବନିମ୍ନ ଗଢ଼ା ମୂଲ୍ୟ ହିଁ ଲାଲଚାନ୍ଦକୁ ବେଶ୍‌ ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ କରାଇପାରିଛି। ଏହି ଅଫର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରସ୍ଥିତ ଲାଲଚାନ୍ଦ ଶୋ’ରୁମ୍‌ରେ ଉପଲବ୍ଧ। ବିଶେଷକରି ଆମର ସମସ୍ତ ଶୋ’ରୁମ୍‌ରେ ଗ୍ରାହକମାନେ ଏଚ୍‌ୟୁଆଇଡି ହଲ୍‌ମାର୍କ ଯୁକ୍ତ ସୁନା, ସାର୍ଟିଫାଏଡ୍‌ ହୀରା ଏବଂ ରୁପାର ବିଭିନ୍ନ ଡିଜାଇନ୍‌ ଅଳଙ୍କାର ପାଇପାରିବେ। ଅପରପକ୍ଷରେ ଚଳିତ ବର୍ଷର ମୌସୁମୀ ଆରମ୍ଭ ହୋଇଯାଇଥିବା ବେଳେ ଲାଲଚାନ୍ଦ୍‌ ପକ୍ଷରୁ ‘ସିମ୍ପଲି ବିୟୁଟିଫୁଲ’ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଅନେକ ଆକର୍ଷଣୀୟ ଅଫର ସାମିଲ ରହିଛି। ସେହିପରି ବାହୁଡ଼ାଯାତ୍ରା ଉପଲକ୍ଷେ ହଂସ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି, ବଜାରରେ ଅନେକ ପ୍ରକାର ଆକର୍ଷଣୀୟ ଅଫର ଦିଆଯାଉଛି। ତେବେ ସେମାନଙ୍କ ଅଫରରେ ଅନେକ ପ୍ରକାର ଲୁକ୍କାୟିତ ସର୍ତ୍ତାବଳୀ ଥିବା ବେଳେ ଲାଲଚାନ୍ଦ୍‌ ସର୍ବଦା ସ୍ବଚ୍ଛ ଏବଂ ବିନା କୌଣସି ସର୍ତ୍ତରେ ଅଫର ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri