ଲାଲ୍‌ଚାନ୍ଦ୍‌ର ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌ ଅଫର ଘୋଷଣା, ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୭।୩: ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌ ’ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ସୁନା, ରୁପା ଏବଂ ହୀରା ଅଳଙ୍କାରର ସ୍ବତନ୍ତ୍ର ସଂଗ୍ରହକୁ ଗ୍ରାହକମାନେ କ୍ରୟ କରିପାରିବେ। ବିଶେଷକରି ଚଳିତ ବର୍ଷର ବିବାହ ଋତୁକୁ ନଜରରେ ରଖି ଲାଲ୍‌ଚାନ୍ଦ୍‌ର ସମସ୍ତ ଟ୍ରେଣ୍ଡି ଏବଂ ଏକ୍ସକ୍ଲୁସିଭ୍‌ ଡିଜାଇନ ଗହଣା ଉପରେ ଅନେକ ଆକର୍ଷଣୀୟ ଅଫର ରଖାଯାଇଛି। ସେହିଭଳି ଏହି ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌’ ଅଫରରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ାମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୯୯ ଟଙ୍କା ଏବଂ ହୀରା ମୂଲ୍ୟର ପ୍ରତି କ୍ୟାରେଟ୍‌ ଉପରେ ଫ୍ଲାଟ୍‌ ୨୭,୫୦୦ଟଙ୍କାର ରିହାତି ପ୍ରଦାନ କରାଯାଉଛି। ଏହା ସହ ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ହାତଘଣ୍ଟା ବ୍ରାଣ୍ଡଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଓ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ସହ ଲାଲ୍‌ଚାନ୍ଦ୍‌ର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ଲାଲ୍‌ଚାନ୍ଦ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଲାଲ୍‌ଚାନ୍ଦ୍‌ର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ କହିଛନ୍ତି, ଗ୍ରାହକମାନଙ୍କ ପସନ୍ଦ ଏବଂ ଚାହିଦାକୁ ଦୃଷ୍ଟିରେ ରଖି ଏହି ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌’ ଅଫରର ଘୋଷଣା କରାଯାଇଛି। ଏପରିକି ଏହି ସୀମିତ ସମୟ ଅଫର ମାଧ୍ୟମରେ ସର୍ବୋତ୍କୃଷ୍ଟ ସଂଗ୍ରହର ଲାଭ ଉଠାଇବା ସୁଯୋଗ ଦିଆଯାଉଛି। ସେହିଭଳି ଲାଲ୍‌ଚାନ୍ଦ୍‌ର ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାର ଗଢ଼ାମୂଲ୍ୟ ସର୍ବନିମ୍ନ ରଖାଯାଇଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

ଓଡ଼ିଶା ଅଳଙ୍କାର ଶିଳ୍ପ ବଜାରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତକୁ ଗୁରୁତ୍ୱ ଦେଇଆସୁଛି। ଗ୍ରାହକମାନେ ଠକାମିର ଶିକାର ନ ହେବା ପାଇଁ ଲାଲ୍‌ଚାନ୍ଦ୍‌ ପ୍ରାରମ୍ଭରୁ ଆଜିଯାଏଁ ମିଡିଆ ସଚେତନତା ଅଭିଯାନ ଚଳାଇ ଆସୁଛି। ଏପରିକି ସୁନାର ଗୁଣବତ୍ତା ସହ ‘ଅପ୍‌ ଟୁ’ ସ୍କାମ୍‌, ସର୍ତ୍ତମୂଳକ କିମ୍ବା ବିଭ୍ରାନ୍ତିକର ଅଫରରୁ ଦୂରେଇ ରହିବା ଏବଂ ଅଳଙ୍କାର କ୍ରୟ ସମୟରେ ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ପାଇଁ ଗ୍ରାହକଙ୍କୁ ପରାମର୍ଶ ଦେଇଆସୁଛି। କେବଳ ସେତିକି ନୁହେଁ, କେବଳ ଗ୍ରାହକଙ୍କ ସୁବିଧା ପାଇଁ ଜନଗହଳିପୂର୍ଣ୍ଣ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ଥିବା ଶୋ’ରୁମ୍‌ର ପଛ ପାର୍ଶ୍ୱସ୍ଥ ନୂତନ ଦ୍ୱାରରେ ପର୍ଯ୍ୟାପ୍ତ ପାର୍କିଂର ସୁବ୍ୟବସ୍ଥା ସହ ସମ୍ମୁଖ ଦ୍ୱାର ନିକଟରେ ଭାଲେ ପାର୍କିଂର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri