ଲାଲ୍‌ଚାନ୍ଦର କୌନ୍‌ ବନେଗା ଲକ୍ଷପତି ଲକି ଡ୍ର

ଭୁବନେଶ୍ୱର,୨୯।୧୦(ଅନୁରାଧା ମହାରଣା): ଲାଲ୍‌ଚାନ୍ଦର ମାଷ୍ଟରକ୍ୟାଣ୍ଟିନ୍‌ ଓ ରଘୁନାଥପୁର ଷ୍ଟୋର ପାଇଁ କୌନ୍‌ ବନେଗା ଲକ୍ଷପତି ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲକି ଡ୍ର ମାଧ୍ୟମରେ ୨ଜଣ କାର୍‌ ଜିତିଥିବାବେଳେ ୪ଜଣ ବାଇକ୍‌ ଏବଂ ୧୬ଜଣ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟୋରର ଗ୍ରାହକ ତଥା ନୟାପଲ୍ଲୀର ଜ୍ୟୋତ୍ସ୍ନାରାଣୀ ମହନ୍ତ ଏକ କାର୍‌ ଜିତିଥିବାବେଳେ ବି. ପାତ୍ର ଏବଂ ରୁନୁବାଳା ସାହୁ ବାଇକ୍‌ ଏବଂ ୮ ଜଣ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଜିତିଛନ୍ତି। ବିଜେତାଙ୍କ ମଧ୍ୟରେ କେନ୍ଦୁଝର, ଖୋର୍ଦ୍ଧା, ଜଟଣୀ, ବାରଙ୍ଗ ଅଞ୍ଚଳର ବ୍ୟକ୍ତିଙ୍କ ନାମ ଥିବାବେଳେ ଖଣ୍ଡଗିରି ଅଞ୍ଚଳର ରୋଜାଲିନ୍‌ ମହାପାତ୍ର କାର୍ଯ୍ୟକ୍ରମରେ ପହଞ୍ଚତ୍ ଅତିଥିଙ୍କଠାରୁ ଚେକ୍‌ ଗ୍ରହଣ କରିଥିଲେ। ଦ୍ୱିତୀୟ ଦିନରେ ରଘୁନାଥପୁର ଷ୍ଟୋରର ଗ୍ରାହକ ତଥା ଢେଙ୍କାନାଳର ନିବେଦିତା ପଟ୍ଟନାୟକ କାର୍‌ ଜିତିଥିବାବେଳେ ଭୁବନେଶ୍ୱରର ରାଜେଶ ଶତପଥୀ ଏବଂ କଲ୍ୟାଣୀ ସିଂହ ଗୋଟିଏ ଗୋଟିଏ ବାଇକ୍‌ ଜିତିଥିଲେ। ସେହିପରି କଟକ, ଭୁବନେଶ୍ୱର, ନୟାଗଡ଼, ସୁକିନ୍ଦା, ଜଗତ୍‌ସିଂହପୁର ଆଦି ଅଞ୍ଚଳର ୮ଜଣ ଗ୍ରାହକ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଜିତିଥିଲେ।
କାର୍ଯ୍ୟକ୍ରମରେ ଲାଲ୍‌ଚାନ୍ଦର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କ ସମେତ ଓଲିଉଡ୍‌ ଅଭିନେତା କୁନା ତ୍ରିପାଠୀ, ଅଭିନେତା ଆକାଶ ଦାସନାୟକ, ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ମହାମାରୀ କାରଣରୁ ୨୦୧୯ଠାରୁ କୌନ୍‌ ବନେଗା ଲକ୍ଷପତି ଲକି ଡ୍ର କାର୍ଯ୍ୟକ୍ରମ ହୋଇପାରି ନ ଥିବାବେଳେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମ କରାଯାଇଥିବା ହଂସ ସୂଚନା ଦେଇଥିଲେ । ଗ୍ରାହକମାନେ କିପରି ଠକାମିର ଶିକାର ନ ହୋଇ ଠିକ୍‌ ମୂଲ୍ୟରେ ଶୁଦ୍ଧ ଗହଣା କିଣିପାରିବେ ସେ ଦିଗରେ ଆଲୋଚନା କରିଥିଲେ। ଏହାସହ ଦୀପାବଳି ପାଇଁ ସ୍ବତନ୍ତ୍ର ଅଫର ମଧ୍ୟ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଗ୍ରାହକଙ୍କ ମଧ୍ୟରେ ସ୍ବତନ୍ତ୍ରଭାବେ ଲକି ଡ୍ର କରାଯାଇଥିଲା। ଏଥିରେ ଗ୍ରାହକ ଯାଜ୍ଞସେନୀ ପଣ୍ଡାଙ୍କୁ ମଧ୍ୟ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଚେକ୍‌ ଆକାରରେ ପ୍ରଦାନ କରାଯାଇଥିଲା। ଗ୍ରାହକମାନେ ଗହଣା କିଣିବା ସମୟରେ ସଂଗ୍ରହ କରିଥିବା କୁପନଗୁଡ଼ିକ ମଧ୍ୟରୁ ଏହି ନାମ ଘୋଷଣା ହୋଇଥିଲା। କୁନା ତ୍ରିପାଠୀ ମଜାଳିଆ ଢଙ୍ଗରେ ନାମଗୁଡ଼ିକ ଘୋଷଣା କରିବା ସହ ସମ୍ପୃକ୍ତ ବିଜେତାଙ୍କୁ ଯୋଗାଯୋଗ କରାଯାଇଥିଲା। ରବିବାର କଟକ ଷ୍ଟୋର ପାଇଁ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?