କେନ୍ଦୁଝରରେ ‘ଲକ୍ଷ୍ମୀ’ ବସ୍‌ ସେବା ଆରମ୍ଭ

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ୫ଟି ଜିଲାରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। କେନ୍ଦୁଝର, ବରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ନିକଟ ପଡିଆରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷ୍ମୀ’ ବସ୍‌ ଜିଲାରେ ଗ୍ରାମର ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦ୍ବାରା ପିଲାମାନେ କଲେଜ ଯିବେ। ରୋଗୀ ମେଡ଼ିକାଲ ଓ ଚାଷୀମାନେ ବଜାର ଯାଇ ବିକ୍ରିବଟା କରି ବିଭିନ୍ନ ସୁବିଧା ପାଇବେ। ଲୋକେ ସୁବିଧାରେ ଜଗନ୍ନାଥ ଦର୍ଶନ କରିପାରିବେ। ପର୍ଯ୍ୟାୟ କ୍ରମେ ଫେବୃଆରୀ ଶେଷସୁଦ୍ଧା ସବୁ ଜିଲାରେ ଏହି ସେବା ଆରମ୍ଭ ହେବ। ଏହି ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ଏହି ସେବା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସୁଗମ ହେବ। ଏଥିପାଇଁ ଯାତାୟାତ ସୁରକ୍ଷା ପାଇଁ ଦକ୍ଷତା ସମ୍ପନ୍ନ ଚାଳକଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ସୁବିଧା, ସୁରକ୍ଷା, ସମ୍ମାନ ଦେଲେ ପ୍ରକୃତ ଲକ୍ଷ୍ମୀ ବଢ଼ିବ। କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ବଦ୍ରି ନାରାୟଣ ପାତ୍ର, ଜଗନ୍ନାଥ ସିଂ, ଭାଗିରଥି ସେଠୀ, ମିନାକ୍ଷୀ ମହାନ୍ତ, ସତନ୍ତ୍ର ଉନ୍ନୟନ କାଉନସିଲର ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଜିଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। ବିଧାୟକ ଓ ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ବଦ୍ରି ନାରାୟଣ ପାତ୍ର ଅଭିଭାଷଣ ଦେଇ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

ଦୁଃସାହାସିକ ଖେଳ ପ୍ରଦର୍ଶନ କଲେ ଛାତ୍ରୀଛାତ୍ର: ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୬।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସର କ୍ୟାମ୍ପରୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri