ଲକ୍ଷ୍ମୀବିଳାସ ବ୍ୟାଙ୍କ ଜମାକାରୀଙ୍କୁ ଆର୍‌ବିଆଇର ଆଶ୍ୱାସନା

ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ କଟକଣା ଲାଗୁ କରିଛି। ଆଗାମୀ ଗୋଟିଏ ମାସ ଯାଏ ଏହି ବ୍ୟାଙ୍କର ଜମାକାରୀ କେବଳ ୨୫ ହଜାର ଟଙ୍କା ଉଠାଣ କରିପାରିବେ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ଅନୁମତି ନେଇ ଏହି ସୀମାଠାରୁ ଅଧିକ ଉଠାଣ କରିହେବ। ବ୍ୟାଙ୍କର ସ୍ଥିତିକୁ ନେଇ ବର୍ତ୍ତମାନ ଲୋକମାନେ ଆଶଙ୍କାରେ ରହିଛନ୍ତି। ଜମା ଅର୍ଥ କ’ଣ ହେବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ପରିଚାଳନା ଲାଗି ନିଯୁକ୍ତ ଆଡମିନିଷ୍ଟ୍ରେଟର ଟି.ଏନ୍‌. ମୋହନ ଜମାକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀବିଳାସ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ବ୍ୟାଙ୍କ ନିକଟରେ ନଗଦ ଅର୍ଥ ରହିଛି। ବ୍ୟାଙ୍କ ଲୋକଙ୍କ ଟଙ୍କା ଫେରାଇବାକୁ ସମର୍ଥ।
ଏହି ବ୍ୟାଙ୍କକୁ ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ଇଣ୍ଡିଆ ବ୍ୟାଙ୍କ ସହ ମିଶ୍ରଣ ନେଇ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ସୁପାରିସ କରିଛି। ଏହି ପ୍ରକ୍ରିୟା ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେବ ବୋଲି ମୋହନ ସ୍ପଷ୍ଟ କରିଛନ୍ତି। ବ୍ୟାଙ୍କରେ ୨୦ ହଜାର କୋଟି ଟଙ୍କା ଜମା ରହିଥିବା ବେଳେ ଅଗ୍ରିମ ଭାବେ ଏହା ପ୍ରାୟ ୧୭ ହଜାର କୋଟି ଟଙ୍କା ପ୍ରଦାନ କରିଛି। ଲକ୍ଷ୍ମୀବିଳାସ ବ୍ୟାଙ୍କର ପୁନରୁଦ୍ଧାର ଲାଗି ଡିବିଏସ୍‌ ବ୍ୟାଙ୍କକୁ ଚୟନ କରାଯାଇଛି। ଏହି କାମ ଲାଗି କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ବଛାଯାଇନାହିଁ। ଲକ୍ଷ୍ମୀବିଳାସ ବ୍ୟାଙ୍କର କାର୍ଯ୍ୟାଳୟ ଚେନ୍ନାଇରେ ରହିଛି। ତାମିଲନାଡୁର କୁରୁରରେ ଏହା ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲା। ବ୍ୟାଙ୍କର ଏନ୍‌ପିଏ ବଢିବା ଯୋଗୁ ଏହା ଉପରେ ଚାପ ସୃଷ୍ଟି ହୋଇଛି। କ୍ଷୁଦ୍ର ବାଣିଜ୍ୟକୁ ଋଣ ପ୍ରଦାନ କରିବା ଉପରେ ଏହା ପ୍ରଥମେ ଧ୍ୟାନ କେନ୍ଦ୍ରିତ କରିଥିଲା। ମାତ୍ର ଏହା ବଡ ସଂସ୍ଥାଗୁଡିକ ଋଣ ପ୍ରଦାନ କରିବାରୁ ସଙ୍କଟର ସମ୍ମୁଖୀନ ହୋଇଛି।
୨୦୧୬-୧୭ରେ ର଼୍ୟାନ୍‌ବାକ୍ସିର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂ ଏବଂ ସିବିନ୍ଦର ସିଂଙ୍କୁ ୭୨୦ କୋଟି ଟଙ୍କାର ଋଣ ପ୍ରଦାନ କରିବା ପରେ ବ୍ୟାଙ୍କର ଅସୁବିଧା ଆରମ୍ଭ ହୋଇଯାଇଥିଲା। ମାର୍ଚ୍ଚରେ ସରକାର ୟେସ୍‌ ବ୍ୟାଙ୍କକୁ ମୋରାଟୋରିୟମ ପରିସରରେ ରଖିଥିଲେ। ଦ୍ୱିତୀୟ ବ୍ୟାଙ୍କ ଭାବେ ବର୍ତ୍ତମାନ ଆର୍‌ବିଆଇ ଲକ୍ଷ୍ମୀବିଳାସ ବ୍ୟାଙ୍କ କ୍ଷେତ୍ରରେ ହସ୍ତକ୍ଷେପ କରିଥିବା ଜଣାପଡିଛି। ୨୦୧୯ ସେପ୍ଟେମ୍ବରରେ ଏହି ବ୍ୟାଙ୍କର ସ୍ଥିତି ବେଶି ବିଗିଡିଥିଲା। ସ୍ଥିତିକୁ ସମ୍ଭାଳିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କ ବିରୋଧରେ ପ୍ରମ୍ପଟ କରେକ୍ଟିଭ ଆକ୍ସନ ଫ୍ରେମ୍‌ଓ୍ବାର୍କ ଲାଗୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri