ଲଦାଖ: ମଙ୍ଗଳ ଗ୍ରହର ଅନୁରୂପ

ଭାରତ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଅଗ୍ରଣୀ ଶକ୍ତି। ଚନ୍ଦ୍ର ବିଜୟର ଅଭୂତପୂର୍ବ ସଫଳତା ସହିତ ମଙ୍ଗଳ ଅଭିଯାନ, ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ଆଦିର ସଫଳ ସମ୍ପାଦନ ଏହାର କ୍ଷେତ୍ରରେ କୃତିତ୍ୱର ବାର୍ତ୍ତା ବହନ କରିଥାଏ। ପୁନଶ୍ଚ ନିକଟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଚନ୍ଦ୍ରଯାନ-୪, ଗଗନାୟନ ଆଦି କାର୍ଯ୍ୟକ୍ରମ। ତେବେ ଏସବୁଠାରୁ ଏହାର ଅଧିକ ଉଚ୍ଚାକାଂକ୍ଷା ରହିଛି ପ୍ରଥମେ ଏକ ସ୍ଥାୟୀ ମହାକାଶ ଗବେଷଣାଗାର ପ୍ରତିଷ୍ଠା (୨୦୩୫ ମସିହା) ଏବଂ ତତ୍ପରେ ଚନ୍ଦ୍ରକୁ (୨୦୪୦ ମସିହା) ଏବଂ ମଙ୍ଗଳକୁ ବ୍ୟୋମଚାରୀଙ୍କ ସହିତ ମହାକାଶଯାନ ପ୍ରେରଣ ଏଥିପାଇଁ ଏବେ ପ୍ରାଥମିକ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଗଲାଣି। ଲଦାଖରେ ‘ପୃଥିବୀ ପୃଷ୍ଠରେ ମଙ୍ଗଳ ଅନୁରୂପ ସ୍ଥାପନ ତନ୍ମଧ୍ୟରୁ ଅନ୍ୟତମ।
ସମୁଦ୍ର ପତ୍ତନଠାରୁ ୩୫୦୦ରୁ ୫୭୦୦ ମିଟର ଊର୍ଦ୍ଧ୍ୱରେ ହିମାଳୟ ପର୍ବତମାଳାରେ ଅବସ୍ଥିତ ଏହି ମରୁମୟ ସ୍ଥାନଟିର ପ୍ରାୟ ଦୁଇ ବିଲିୟନ (ହଜାର ନିୟୁତ) ବର୍ଷ ପୂର୍ବେ ବର୍ତ୍ତମାନଠାରୁ ଅଧିକ ଉଷ୍ମ ଏବଂ ଆର୍ଦ୍ର ହୋଇଥିବା ମଙ୍ଗଳପୃଷ୍ଠର ଆନୁମାନିକ ଅବସ୍ଥା ତୁଲ୍ୟ ହୋଇଥିବାର ମନେ କରାଯାଏ। ଏଠାରେ ବାୟୁରେ ରହିଛି ୪୦ ଶତାଂଶ କମ୍‌ ଅମ୍ଳଜାନ ଏବଂ ଏହାର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ -୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ପରିବର୍ତ୍ତିତ ହେଉଥାଏ। ପୁନଶ୍ଚ ଏହି ସ୍ଥାନଟିରେ ରହିଛି ହ୍ରାସ ପାଉଥିବା ହିମବାହ, ଅତ୍ୟଧିକ ଲବଣାକ୍ତ ହ୍ରଦ, ଚିର ତୁଷାରାଚ୍ଛନ ଭୂମି ଏବଂ ଉଷ୍ମ ଝରଣା ଇତ୍ୟାଦି। ଏହାବ୍ୟତୀତ ଏଠାରେ ପତିତ ହୁଏ ଅଧିକ ମାତ୍ରାରେ ବିବିଧ ରଶ୍ମି। ଏହା ଉପରେ ଗବେଷଣା ଚଳାଇଥିବା ଅନ୍ୟତମ ବୈଜ୍ଞାନିକ ସିଦ୍ଧାର୍ଥ ପାଣ୍ଡେଙ୍କ ମତରେ ସାଧାରଣତଃ ଏହିଭଳି କଠୋର ପରିବେଶର ସମ୍ମୁଖୀନ ହେବାକୁ ପଡିବ ବ୍ୟୋମଚାରୀମାନଙ୍କୁ ମଙ୍ଗଳ ଗ୍ରହ ପୃଷ୍ଠରେ। ଏଣୁ ସେମାନଙ୍କୁ ଏଠାରେ ରହି ସେହିସବୁ ଅବସ୍ଥା ସହ ପରଚିତ ହେବା ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବିଗତ ନଭେମ୍ବର ୨୦୨୪ରେ ଆରମ୍ଭ କରିଛି ଦେଶର ପ୍ରଥମ ‘ଅନୁରୂପ ମହାକାଶ ମିଶନ’। ଏ କାର୍ଯ୍ୟକ୍ରମରେ ସହଭାଗିତା ଅଛନ୍ତି ଏହାର ‘ହ୍ୟୁମାନ ସ୍ପେଶ ଫ୍ଲାଇଟ୍‌ କେନ୍ଦ୍ର’, ‘ଆକା ସ୍ପେଶ ଷ୍ଟେଶନ’, ‘ଲଦାଖ ବିଶ୍ୱବିଦ୍ୟାଳୟ’ ଏବଂ ମୁମ୍ବାଇର ‘ଇଣ୍ଡିଆନ୍‌ ଇନଷ୍ଟିୁଚ୍ୟଟ୍‌ ଅଫ ଟେକ୍ନୋଲୋଜି’। ଆଗରୁ ଏଭଳି ୩୦ଟି କେନ୍ଦ୍ର ପ୍ରତିଷ୍ଠା କରିସାରିଲେଣି ଆମେରିକା, ରୁଷିଆ, ଚାଇନା ଏବଂ ପୋଲାଣ୍ଡ ଆଦି ଦେଶ।
ବାଙ୍ଗାଲୋରସ୍ଥିତ ମହାକାଶ ଗବେଷଣା ସଂସ୍ଥା ‘ପ୍ରୋଟୋ ପ୍ଲାବେଟ୍‌’ ଏବଂ ଇସ୍ରୋର ହ୍ୟୁମାନ ସ୍ପେଶ ଫ୍ଲାଇଟ୍‌ ସେଣ୍ଟର ମିଳିତ ଭାବେ ଲାଦାଖର ଲେହଠାରେ ବ୍ୟୋମଚାରୀଙ୍କ ପାଇଁ ବାସସ୍ଥଳୀ ଡିଜାଇନ୍‌, ସୂକ୍ଷ୍ମ ମାଧ୍ୟାକର୍ଷଣ, ଖଗୋଳ ଜୀବବିଜ୍ଞାନ ଆଦିର ଗବେଷଣା ଲାଗି ଚଳିତ ବର୍ଷ ସୁଦ୍ଧା ‘ସ୍ପେଶଓ୍ବାର୍ଡ ବାଉଣ୍ଡ ଇଣ୍ଡିଆ-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ନିର୍ଣ୍ଣୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରାୟ ୧୨ଦିନ ଧରି ଚାଲିବ ଏବଂ ଏହାର ଲକ୍ଷ୍ୟ ରହିବ ମହାକାଶ ଅନୁସନ୍ଧାନ ଗବେଷଣାକୁ ଅଗ୍ରଗାମୀ କରିବା ସହିତ ଆଗାମୀ ପିଢ଼ିର ମହାକାଶ ବିଜ୍ଞାନୀମାନଙ୍କୁ ପ୍ରଶିକ୍ଷଣ ଦେବା।
ବର୍ତ୍ତମାନ ସୁଦ୍ଧା ଲଦାଖଠାରେ ‘ଦ ୟୁରୋପିଆନ୍‌ ସ୍ପେଶ ଏଜେନ୍ସି’ର ‘ଏକ୍ସୋ ମାର୍ସ ମିଶନ’ ଦ୍ୱାରା କେତେକ ପରୀକ୍ଷା ହୋଇସାରିଛି। ଏହା ବାୟୁମଣ୍ଡଳରେ ଜଳଚକ୍ର ଏବଂ ମୃତ୍ତିକା ଲବଣ ମଧ୍ୟରେ ଅନ୍ତର୍କ୍ରିୟା ଅଧ୍ୟୟନ କରିଛି। ପୁନଶ୍ଚ ସ୍ଥାନଟିର ବିବିଧ ସୂକ୍ଷ୍ମ ବିଜ୍ଞାନଭିତ୍ତିକ ଅନୁଧ୍ୟାନରୁ ସୂକ୍ଷ୍ମ ଜୀବାଣୁ ସଂଗ୍ରହାଳୟ ସ୍ଥାପନ କରିବା ସମ୍ଭବ ହେଲାବେଳେ ଏହାର ଭୌଗୋଳିକ ମାନଚିତ୍ର ପ୍ରସ୍ତୁତି, ପୃଷ୍ଠ ଦେଶ ଉପରସ୍ଥ ‘ପରମା ଫ୍ରୋଷ୍ଟ’ ବା ସ୍ଥାୟୀ ତୁଷାର ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆଣିପାରିଛି। ଏହି ଆବିଷ୍କାରଗୁଡିକ ତଥା ସେହିଭଳି ଅନ୍ୟ କେତୋଟି ଲଦାଖରେ ଏକ ସ୍ଥାୟୀ ପ୍ରତିରୂପ ମହାକାଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ମତ ଦେବାରେ ସାହାଯ୍ୟ କରିଛି।
ଏହି କେନ୍ଦ୍ର ପୃଥିବୀ ପୃଷ୍ଠର ପ୍ରାଥମିକ ଜୀବନ ସମ୍ପର୍କରେ ଅନ୍ବେଷଣ କରିବା ସହିତ ଭବିଷ୍ୟତରେ ମଙ୍ଗଳ ବା ଚନ୍ଦ୍ରରେ ବୈଜ୍ଞାନିକ ତଥା ବୈଷୟିକ କ୍ରିୟାକଳାପକୁ ଦିଗଦର୍ଶନ ଦେବ। ପୁଣେସ୍ଥିତ ‘ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଏଜୁକେଶନ ରିସର୍ଚ୍ଚ’ର କେମିକାଲ ଅରିଜିନ୍‌ସ ଅଫ୍‌ ଲାଇଫ୍‌ ବିଜ୍ଞାନଗାରରେ କାର୍ଯ୍ୟରତ ପ୍ରଫେସର ସୁଧା ରାଜମଣିଙ୍କ ମତରେ ଲଦାଖରେ ଅନେକ ଭୂରାସାୟନିକ ଏବଂ ଭୌଗୋଳିକ ରୂପରେଖ ମଙ୍ଗଳ ଗ୍ରହ ସହିତ ଖାପ୍‌ ଖାଇଥାଏ। ଏଣୁ ତାହାର ପ୍ରତିରୂପଟି ସ୍ଥାପନ କରି ସେଥି ସମ୍ପର୍କରେ ବିବିଧ ଅଧ୍ୟୟନ ଓ ଗବେଷଣା କରିବା ପାଇଁ ଏହା ଉତ୍କୃଷ୍ଟ ସ୍ଥାନ
ଲଦାଖର ବିଭିନ୍ନ ଚରମ ଅବସ୍ଥାର ସମାହାର ଏହାକୁ ନିର୍ଦ୍ଦିଷ୍ଟ ରୂପେ ବୈଜ୍ଞାନିକମାନଙ୍କ ପାଇଁ ଆକର୍ଷଣୀୟ କରିଛି। କାରଣ ଏହାର ପୃଷ୍ଠଦେଶରେ ଚାଲିଥିବା ପ୍ରକ୍ରିୟାଗୁଡିକ ମଙ୍ଗଳ ଗ୍ରହ ସହ କିଛି ମାତ୍ରାରେ ସମାନ ହୋଇପାରେ ବୋଲି ସେମାନେ ମତ ରଖନ୍ତି। ଏଣୁ ଏଠାରେ ତାହାର ଏକ ଅନୁରୂପ ପ୍ରତିଷ୍ଠା କରି ଭାବି ବ୍ୟୋମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ସପକ୍ଷରେ ସେମାନେ ମତ ଦିଅନ୍ତି।
ଅବଶ୍ୟ ଏହାର ପ୍ରତିଷ୍ଠା ଏବଂ ତାହାକୁ ଚଳାଇ ରଖିବା ପାଇଁ ଆବଶ୍ୟକ ଅଜସ୍ର ଅର୍ଥ ଏବଂ ମାନବ ସମ୍ବଳ। ତେବେ ଏଥିରୁ ଯଥେଷ୍ଟ ପ୍ରତିଦାନ ମିଳିବାର ସମ୍ଭାବନା ମଧ୍ୟ ଖୁବ୍‌ ଉଜ୍ଜ୍ୱଳ। କାରଣ ଏହାର ଅନେକ ପୃଥିବୀଭିତ୍ତିକ ବ୍ୟବହାର ରହିଛି। ଉଦାହରଣସ୍ବରୂପ ସେଗୁଡିକର ଅନ୍ତର୍ଭୁକ୍ତ ହେଲା ଚରମ ପରିବେଶ ମଧ୍ୟରେ ସୂକ୍ଷ୍ମ ଜୀବାଣୁମାନଙ୍କ ଉପରେ ଅଧ୍ୟୟନ, ଯାହାକି ଜୈବପ୍ରଯୁକ୍ତି କ୍ଷେତ୍ରରେ ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ଦିଗ୍‌ଦର୍ଶନ ଦେଇପାରେ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri