ଆର୍‌ଜିଏଚ୍‌ରେ ଷ୍ଟ୍ରେଚର, ହୁଇଲ ଚେୟାର ଅଭାବ

ରାଉରକେଲା ଅଫିସ, ୨।୨: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ହସ୍‌ପିଟାଲ ହୋଇଥିବାବେଳେ ଏଠାରେ ଦେଖାଦେଇଛି ଅବ୍ୟବସ୍ଥା। ଏହି ଡାକ୍ତରଖାନାରେ ପୋଡ଼ାଜଳା କକ୍ଷ, ଅସ୍ଥି, ମାତୃଶିଶୁ, ଅନ୍ତଃବିଭାଗ, ସର୍ଜରୀ ବିଭାଗ ନିକଟରେ କୌଣସି ରୋଗୀଙ୍କ ପାଇଁ ଷ୍ଟ୍ରେଚର ବା ହୁଇଲ ଚେୟାର ବ୍ୟବସ୍ଥା କରାଯାଇ ନାହିଁ। ଡାକ୍ତରଖାନାର ବର୍ହି ବିଭାଗ ସମ୍ମୁଖରେ ମାତ୍ର ୨ଟା ଷ୍ଟ୍ରେଚର ଓ ୨ଟି ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ସେହିଭଳି ଅନ୍ତଃବିଭାଗ ସମ୍ମୁଖରେ କୌଣସି ହୁଇଲ ଚେୟାର ଓ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇ ନାହିଁ। ମାତୃଶିଶୁ ବିଭାଗରେ ବେଡ଼ ସଂଖ୍ୟା ୫୦ରୁ ଅଧିକ ଥିବାବେଳେ ୩ଟା ହୁଇଲ୍‌ ଚେୟାର ଓ ଗୋଟିଏ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଛି। ଫଳରେ ଜରୁରୀକାଳିନ ପରିସ୍ଥିତିରେ ଯଦି କୌଣସି ଗର୍ଭବତୀ ଡାକ୍ତରଖାନାକୁ ଆସେ ତେବେ ୧୦୮ ଆମ୍ବୁଲାନ୍ସର ଷ୍ଟ୍ରେଚର ସାହା ଭରସା ହେଉଥିବା ମାଲଗୋଦାମ ଅଞ୍ଚଳର ସୁନିତା ଲାକ୍ରା କହିଛନ୍ତି। ଅନ୍ୟପକ୍ଷେ ଆର୍‌ଜିଏଚ୍‌ରେ ଆଉଟ୍‌ଡୋର ସ୍ଥିତ ଷ୍ଟୋରପାଖରେ ଅନେକ ହୁଇଲ୍‌ ଚେୟାର ଓ ଷ୍ଟ୍ରେଚର ଦୀର୍ଘ ଦିନଧରି ପଡ଼ିରହି ଖତ ଖାଉଛି। ସେଗୁଡ଼ିକୁ ମରାମତି କରାଯାଉ ନାହିଁ। ଏହି ଡାକ୍ତରଖାନାର ଶଯ୍ୟା ବଢି ବର୍ତ୍ତମାନ ୪୦୦ ଶଯ୍ୟା ବିଶିଷ୍ଟ ରହିଛି। ବର୍ତ୍ତମାନ ଉକ୍ତ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବଢ଼ିଥିବାବେଳେ ହୁଇଲ ଚେୟାର ବ୍ୟବସ୍ଥା ଓ ଷ୍ଟ୍ରେଚର ବ୍ୟବସ୍ଥାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇ ନାହାନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଡାକ୍ତରଖାନାରେ କେବଳ ୧୧ଟି ହୁଇଲ ଚେୟାର ଥିବାବେଳେ ଷ୍ଟେଚର ଅଛି ମାତ୍ର ୬ଟି। ଏନେଇ ବିରଜାପାଲି ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଶିବ କୁମାର କହନ୍ତି, ଏହି ଡାକ୍ତରଖାନାକୁ ମୋ ବାପାଙ୍କୁ ଶ୍ୱାସ ରୋଗ ହୋଇଥିବାରୁ ଚିକିତ୍ସା ପାଇଁ ଆଣିଥିଲି। କିନ୍ତୁ ମୋ ବାପା ବୃଦ୍ଧ ହୋଇଯାଇଥିବାରୁ ତାଙ୍କୁ ହ୍ଯଯଇଲ ଚେୟାରରେ ନେବା ସମ୍ଭବ ହୋଇ ନ ଥିଲା। ସେହିଭଳି ଶାନ୍ତିଲତା ବାଘାର କିରୋସିନ୍‌ ନିଆଁରେ ପୋଡ଼ି ହୋଇ ଆସିଥିବାବେଳେ ତାଙ୍କୁ ଏକ ଭଙ୍ଗା ଷ୍ଟ୍ରେଚରରେ ଡାକ୍ତରଙ୍କ ପାଖକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା କହିଥିଲେ। ଏନେଇ ରାଉରକେଲା ସରକାରୀ ଡାକ୍ତରଖାନା ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଷ୍ଟ୍ରେଚର ଓ ହୁଇଲ ଚେୟାର ସମସ୍ୟାକୁ ନେଇ ମୋ ପାଖକୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ଆସିନାହିଁ। ଡାକ୍ତରଖାନାରେ ଏହାର ଅଭାବ ଥିବାବେଳେ ଏନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛି। ଡାକ୍ତରଖାନା ଅତିରିକ୍ତ ନିର୍ଦ୍ଦେଶକ ପଣ୍ଡିତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ତୁଳନାରେ ହୁଇଲ ଚେୟାର ଓ ଷ୍ଟେଚର ଆବଶ୍ୟକତା ଜରୁରୀ ରହିଛି। ଜରୁରୀ କାଳିନ ପରିସ୍ଥିତିରେ ଆସୁଥିବା ରୋଗୀ ଓ ପ୍ରମୁଖ ୱାର୍ଡ଼ ଗୁଡ଼ିକରେ ଏହି ସେବା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri