ତହସିଲରେ କର୍ମଚାରୀ ଅଭାବ: ଅସୁବିଧା ଭୋଗୁଛନ୍ତିି ଗ୍ରାମବାସୀ

ଝୁମ୍ପୁରା, ୬ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ସହିତ ତହସିଲ ନିୟନ୍ତ୍ରଣରେ ରହିଥିବା ୭ଟି ରାଜସ୍ବ ସର୍କଲରେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ ଗ୍ରାମାଞ୍ଚଳ ବାସୀନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୦ମସିହା ପାଖରୁ ଝୁମ୍ପୁରା ତହସିଲ କାଯର୍‌ୟକ୍ଷମ ହେବାପରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀ ଅଭାବ ରହି ଆସିଛି। ଝୁମ୍ପୁରା ତହସିଲ ନିୟନ୍ତ୍ରଣରେ ଥିବା ୭ଟି ରାଜସ୍ବ ସର୍କଲ ଝୁମ୍ପୁରା, ବାଲିବନ୍ଧ, ଗୁମୁରା, ଉଖୂଣ୍ଡା, ମଲଦା, ଚଉଠିଆ, ଏବଂ ଏବେ ନୂଆଭାବେ ହୋଇଥିବା ବଡ ଡୁମୁରିଆ ରାଜସ୍ବ ସର୍କଲ କର୍ମଚାରୀ ଅଭାବ ଯୋଗୁ ଗାଁ ଲୋକଙ୍କର ଶହ ଶହ ସଂଖ୍ୟାରେ ଜମି ମାପଚୁପ କେଶ ବର୍ଷ ବର୍ଷ ଧରି ପଡି ରହିଥିବା ଜଣା ପଡିଛି।

ସଂକ୍ରାନ୍ତୀୟ ମାମଲା ଗୁଡିକରେ ଗ୍ରାମାଞ୍ଚଳ ବାସୀନ୍ଦା ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଖର୍ଚ୍ଚାନ୍ତ ହୋଇ ଦୌଡୁଥିଲେ ମଧ୍ୟ କାମ ହୋଇପାରୁନାହିଁ। ଜଙ୍ଗଲଜମି ପଟ୍ଟା ପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆଦି କାମ ପାଇଁ ବର୍ଷ ବର୍ଷ ଚାଲି ଯାଉଛି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ଆଣୁଥିଲେ ହେଁ, ସମସ୍ୟାର ସମାଧାନ ହୋଇ ପାରୁନାହିଁ। ସୂଚନା ଅନୁଯାୟୀ ଝୁମ୍ପୁରା ତହସିଲ କାର୍ଯ୍ୟାଳୟ ସମେତ ରାଜସ୍ବ ସର୍କଲ ଗୁଡିକରେ ସମୁଦାୟ ୩୬ ଜଣ କର୍ମଚାରୀ ରହିବାର ବ୍ୟବସ୍ଥା ଥିଲେ ହେଁ, ଏବେ ମାତ୍ର ୧୭ଜଣ କର୍ମଚାରୀରେ ତହସିଲ କାଯର୍‌ୟାଳୟ ଓ ରାଜସ୍ବ ସର୍କଲ ଗୁଡିକ ଚାଲିଛି। କୌଣସି ଗୋଟିଏ ହେଲେ ରାଜସ୍ବ ସର୍କଲରେ ପିଅନ ନାହାନ୍ତି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ମଲଦା ରାଜସ୍ବ ସର୍କଲ ଏବଂ ଗୁମୁରା ରାଜସ୍ବ ସର୍କଲ ଅବସ୍ଥା ଦୟନୀୟ ହୋଇ ପଡିଛି। କର୍ମଚାରୀ ଅଭାବର ସୁଯୋଗ ନେଇ ଲଘୁ ଖଣିଜ ବାଲି, ପଥର ଚୋରି ମଧ୍ୟ ବଢିବାରେ ଲାଗିଛି। ଯାହାଫଳରେ ରାଜସ୍ବ ପ୍ରଭାବିତ ହେଉଛି। ବର୍ତ୍ତମାନ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀଙ୍କ ସହିତ ଜୁନିୟର କିରାଣି ୩ ଜଣଙ୍କ ଜାଗା ଖାଲି ପଡିଛି। ସେହିପରି ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଦବୀ ୫, ରାଜସ୍ବ ନିରୀକ୍ଷକ ପଦବୀ ୧, ପିଅନ ପଦବୀ ୮ ଏବଂ ଗୋଟିଏ ଅମିନ ପଦବୀ ଖାଲି ପଡିଛି। ଏସମ୍ପର୍କରେ ତହସିଲଦାର ପ୍ରତିଭା ପୃଷ୍ଟିଙ୍କୁ ପଚାରିବାରୁ ଏନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri