କର୍ମଚାରୀ ଅଭାବ: ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ

ପଟ୍ଟାମୁଣ୍ଡାଇ,୧୬ା୯ (କଳ୍ପତରୁ ନାୟକ): ଭାଜପା ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ଯୋଜନା ପ୍ରଣୟନ କରୁଥିବା କୁହାଯାଉଛି। କିନ୍ତୁ ସରକାର ପ୍ରଣୟନ କରୁଥିବା ଯୋଜନାଗୁଡ଼ିକ ବାସ୍ତବରେ କର୍ମଚାରୀ ଅଭାବରୁ ତଳ ସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ କେତେଦୂର ତା’ର ଫାଇଦା ପାଇପାରୁଛନ୍ତି ତା’ର ଅନୁଧ୍ୟାନ କରିବାକୁ କେହିନାହାନ୍ତି। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ରହିଥିବା କର୍ମଚାରୀ ଅଭାବ ଯୋଗୁ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି। ପ୍ରକୃତରେ ଏଠାରେ ପ୍ରଶାସନ ଲୋକମାନଙ୍କର ନିକଟତର ହେଉଛି ନାଁ ଦୂରେଇ ଯାଉଛି। ଏହି ଅସମାହିତ ପ୍ରଶ୍ନକୁ ନେଇ ଜନଆନ୍ଦୋଳନ ପାଇଁ ଲୋକମାନେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ପଟ୍ଟାମୁଣ୍ଡାଇରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି। କର୍ମଚାରୀ ଅଭାବରୁ ଲୋକମାନଙ୍କର କୌଣସି କାର୍ଯ୍ୟ ହୋଇପାରୁନାହିଁ। ଯେଉଁ କେତେଜଣ ହାତ ଗଣତି କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଗୁଡ଼ିକ ଚାଲିଛି ସେମାନେ ମିଟିଂ, ଭିସି ଏବଂ ଫିଲ୍‌ଡ ପରିଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଏଥିଯୋଗୁ ଜନସାଧାରଣ ବହୁ ଦୂର ଦୂରାନ୍ତରୁ ଅଯଥା ଖର୍ଚ୍ଚାନ୍ତ ହୋଇ ଆସି କୌଣସି କାର୍ଯ୍ୟ କରି ନ ପାରି ନିରାଶ ମନରେ ଫେରିବାକୁ ବାଧ୍ୟ ହେଉଛନ୍ତି। ପଟ୍ଟାମୁଣ୍ଡାଇର ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଲାଗି ରହିଛି। କୃଷି କାର୍ଯ୍ୟାଳୟରେ ଜଣେ ଏଏଓଙ୍କ ସମେତ ୫ରୁ ଅଧିକ ଭିଏଡବ୍ଲ୍ୟୁ ପଦବୀ ଖାଲି ପଡ଼ିଛି। ଫଳରେ କୃଷି କାର୍ଯ୍ୟ ବ୍ୟାହତ ହେଉଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ, ଜଳସମ୍ପଦ ବିଭାଗରେ ଏସ୍‌ଡିଓ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି। ପୂର୍ତ୍ତ ବିଭାଗରେ ୨ ଜଣ କନିଷ୍ଠ ଯନ୍ତ୍ରୀ ବଦଳରେ ଜଣେ ଯନ୍ତ୍ରୀ ଆଳି, ପଟ୍ଟାମୁଣ୍ଡାଇ ଦାୟିତ୍ୱରେ ଅଛନ୍ତି। ସେଥିନେଇ ଉନ୍ନତିମୂଳକ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ଅଗ୍ନିଶମ କାର୍ଯ୍ୟାଳୟରେ ନିଯୁକ୍ତି ଅନୁସାରେ କର୍ମଚାରୀ ନାହାନ୍ତି। ସେହିପରି ପଟ୍ଟାମୁଣ୍ଡାଇ ମୁଖ୍ୟ ପୋଷ୍ଟ ଅଫିସରେ କର୍ମଚାରୀ ନ ଥିବାରୁ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେଉଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ କୌଣସି ସ୍ପେଶାଲିଷ୍ଟ ନ ଥିବାବେଳେ ୮ଜଣ ସର୍ଜନକୁ ନେଇ ଚାଲିଛି। ପେଡିଆଟ୍ରିକ, ଅର୍ଥୋପେଡିକ ଓ ମେଡିସିନ ପ୍ରଭୃତି ବିଭାଗର ସ୍ପେଶାଲିଷ୍ଟ ନ ଥିବା ଯୋଗୁ ଲୋକେ ଚିକିତ୍ସା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତର ନ ଥିବା ଯୋଗୁ ପ୍ରସୂତିମାନଙ୍କୁ ନର୍ସମାନଙ୍କ ସହଯୋଗରେ ପିଲା ଜନ୍ମ କରାଯାଉଥିବା ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛି। ଏଏନ୍‌ଏମ୍‌, ଷ୍ଟାଫ ନର୍ସ, ଅଟେଣ୍ଡାଣ୍ଟ ଏବଂ କୁକ୍‌ ପଦବୀ ଖାଲି ପଡ଼ଛି। ଏତଦ୍‌ବ୍ୟତୀତ ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ସ୍ବାସ୍ଥ୍ୟ କେନ୍ଦ୍ରରେ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠାରେ ଫାର୍ମାସିଷ୍ଟ, ଷ୍ଟାଫନର୍ସ କିମ୍ବା ଆଟେଣ୍ଡାଣ୍ଟ ନାହାନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକରେ ୭ ଜଣ ପିଆଇଓ, ୩ ଜଣ ପଞ୍ଚାୟତ ଯୋଗାଣ ସହାୟକ, ଗୋଟିଏ ଆକାଉଣ୍ଟ ଅଫିସର, ଜଣେ ପିଆଇଓ ଓ ବିଏସ୍‌ଏସ୍‌ଓ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ସେହିପରି ପଟ୍ଟାମୁଣ୍ଡାଇ ତହସିଲରେ ୬ ଜଣ କିରାଣି, ଆର୍‌ଆଇ, ଏଆର୍‌ଆଇ ଓ ଅମିନ ପଦବୀ ଖାଲି ପଡ଼ିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା ଯୋଗୁ ଆଇନ ଶୃଙ୍ଖଳା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି। ଏହି ଥାନା ଅଧୀନରେ ଥିବା ଚଉଦକୁଲାଟ ଫାଣ୍ଡିରେ କର୍ମଚାରୀ ଅଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମାଞ୍ଚଳ ଥାନା ଅଧୀନରେ ଅଧିକ ଗ୍ରାମ ରହିଥିବାରୁ କର୍ମଚାରୀ ଅଭାବରେ କାମ କରିବା ବହୁତ କଷ୍ଟକର ହୋଇପଡ଼ୁଛି। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ବହୁ ପଦବୀ ଖାଲି ପଡ଼ିଛି। ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ ଅଧୀନ ବିଭିନ୍ନ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହୋଇନାହିଁ। ଫଳରେ ସରକାରଙ୍କର କର୍ମଚାରୀ ଛଟେଇ ନୀତି ଯୋଗୁ ପ୍ରଶାସନ ଏବେ ଲୋକମାନଙ୍କ ପାଖରୁ ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ପଚାରିବାରେ କେତେଜଣ ହାତଗଣତି କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଗୁଡ଼ିକ ଚାଲିଛି। ସେମାନେ ମିଟିଂ, ଭିସି ଏବଂ ଫିଲ୍‌ଡ ପରିଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri