କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍‌ ବିଲ୍‌ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତିର ଚୂଡାନ୍ତ ପର୍ଯ୍ୟାୟରେ ରହିଛନ୍ତି। ଏହା ଆସିଲେ କର୍ମଚାରୀଙ୍କ ହାତକୁ ଆସୁଥିବା ଅର୍ଥ କମିବାକୁ ଥିବା ବେଳେ କମ୍ପାନୀଙ୍କ ଭବିଷ୍ୟନିଧି ଲାଏବିଲିଟି ବଢିବ ବୋଲି କୁହାଯାଉଛି। ଆଗାମୀ ଦିନରେ ବେସିକ୍‌ ପେ ଏବଂ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ପ୍ରଦାନ ହିସାବରେ ମଧ୍ୟ ପରିବର୍ତ୍ତନ ଆସିବ। ଆସିବାକୁ ଥିବା ୪ କୋଡ୍‌ ମଧ୍ୟରେ ଇଣ୍ଡଷ୍ଟ୍ର୍ରିଆଲ ରିଲେସନ, ଓ୍ବେଜେସ, ସୋସିଆଲ ସିକ୍ୟୁରିଟି ଏବଂ ଅକ୍ୟୁପେଶନାଲ ହେଲଥ ସେଫ୍ଟି ଆଣ୍ଡ ଓ୍ବାର୍କିଂ କଣ୍ଡିସନ। ୪୪ କେନ୍ଦ୍ରୀୟ ଶ୍ରମ ଆଇନରେ ମିଶ୍ରଣରେ ଏହି କୋଡ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ୪ କୋଡ୍‌ ଲାଗି କେନ୍ଦ୍ର ନିୟମ ଚୂଡାନ୍ତ କରିସାରିଛି। ମାତ୍ର ରାଜ୍ୟଗୁଡିକ ପରିସରରେ ଆସୁଥିବା ନିୟମକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଏବେ ଯାଏ ଅନେକାଂଶ ରାଜ୍ୟ ସ୍ଥିତିରେ ନାହାନ୍ତି।
ଶ୍ରମ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ନିୟମ ପ୍ରଣୟନ କରିପାରିବେ। ନିୟମକୁ ଚୂଡାନ୍ତ କରିବା ଲାଗି ବର୍ତ୍ତମାନ କିଛି ରାଜ୍ୟ ପ୍ରକ୍ରିୟା ଜାରି କରିଛନ୍ତି। ରାଜ୍ୟଗୁଡିକ କେବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ ତାକୁ ନେଇ ସବୁ ବେଳେ କେନ୍ଦ୍ର ଅପେକ୍ଷା କରିପାରିବ ନାହିଁ। ଏଣୁ ଆଗାମୀ କିଛି ମାସରେ ଏହି ନିୟମ ନେଇ ବିଜ୍ଞକ୍ତି ଜାରି କରିବାକୁ କେନ୍ଦ୍ର ତତ୍ପରତା ପ୍ରକାଶ କରିଛି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ରାଜ୍ୟ ଅଦ୍ୟାବଧି ଡ୍ରାଫ୍ଟ ନିୟମ ଜାରି କରିଛନ୍ତି। ଏହା ମଧ୍ୟରେ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହରିୟାଣା, ଓଡ଼ିଶା, ପଞ୍ଜାବ, ଗୁଜରାଟ, କର୍ନାଟକ ଏବଂ ଉତ୍ତରାଖଣ୍ଡ ରହିଛି।
ନୂଆ ନିୟମରେ ଭତ୍ତାକୁ ୫୦%ରେ ସୀମାବଦ୍ଧ କରାଯାଇଛି। ଏହାର ଅର୍ଥ ହେଲା କର୍ମଚାରୀ ପାଉଥିବା ମୋଟ ବେତନର ପ୍ରାୟ ଅଧା ବେସିକ୍‌ ଓ୍ବେଜ ବା ମୂଳ ବେତନ ହୋଇପାରେ। ଭବିଷ୍ୟନିଧି ପାଣ୍ଠିକୁ କେତେ ଯୋଗଦାନ ରହିବ ବେସିକ ଓ୍ବେଜର ପ୍ରତିଶତକୁ ନେଇ ବିଚାର କରାଯିବ। ଏହା ମଧ୍ୟରେ ବେସିକ ପେ ଏବଂ ମହଙ୍ଗା ମଧ୍ୟ ରହିଛି। ବର୍ତ୍ତମାନ ନିଯୁକ୍ତିଦାତା ବେତନକୁ ଅନେକ ପ୍ରକାର ଭତ୍ତାରେ ବାଣ୍ଟି ଦେଉଛନ୍ତି। ଫଳରେ ମୂଳ ବେତନ କମ୍‌ ରହୁଛି। ଏହାଦ୍ୱାରା ଭବିଷ୍ୟନିଧି ଏବଂ ଆୟକର ଯୋଗଦାନ ମଧ୍ୟ ନିମ୍ନରେ ରହୁଛି। ନୂଆ ବିଲ୍‌ରେ ଭବିଷ୍ୟନିଧି ଯୋଗଦାନ ମୋଟ ବେତନର ୫୦% ହିସାବରେ ନିର୍ଦ୍ଧାରଣ କରାଯିବ। ଏହା ଲାଗୁ ହେଲେ କର୍ମଚାରୀଙ୍କ ହାତକୁ ଆସୁଥିବା ବେତନ କମିବ। ନିଯୁକ୍ତିଦାତାଙ୍କ ଭବିଷ୍ୟନିଧି ଲାଏବିଲିଟି ଅନେକ କ୍ଷେତ୍ରରେ ବୃଦ୍ଧି ହେବ। ଆଗାମୀ ଦିନରେ ବେତନ କୋଡ୍‌ ଅନୁସାରେ ନିଯୁକ୍ତିଦାତା ପ୍ରଦାନ କରୁଥିବା ସେମାନଙ୍କ ବେତନ ଢାଞ୍ଚାକୁ ପୁଣିଥରେ ପୁନର୍ଗଠନ କରିବେ। ଏହାଦ୍ୱାରା ଇଜ ଅଫ ଡୁଇଂ ବିଜ୍‌ନେସ୍‌ରେ ଉନ୍ନତି ଆସିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀରେ ୧୦ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ,୧-୧: ୨୦୨୦ ଜାନୁୟାରୀରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ୨୦୨୦ ପ୍ରଥମ ମାସରେ ବିଭିନ୍ନ...

ସୁପ୍ରିମକୋର୍ଟରେ ସେବିର ଅପିଲ; ୬୨ ହଜାର କୋଟି ଜମା ଲାଗି ସାହାରାକୁ ନିର୍ଦ୍ଦେଶ ଦିଆଯାଉ

ମୁମ୍ବାଇ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଏବଂ ସାହାରା ମାମଲାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି। ନିକଟରେ ସେବି ସାହାରା ବିରୋଧରେ...

ପୁଞ୍ଜିବଜାରରେ ଉତ୍ସାହ; ନିବେଶକଙ୍କ ଲାଭ ୨.୮୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୪: ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱିତୀୟ ବୁଷ୍ଟର ପ୍ୟାଜେକ ଘୋଷଣା କରିବା ପରେ ଏହାର ପ୍ରଭାବ ଦେଶର ପୁଞ୍ଜିବଜାର ଉପରେ ପରିଲକ୍ଷିତ...

କୋଲ୍‌ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ

ନୂଆଦିଲ୍ଲୀ: କୋଲ୍‌ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...

ଆଇଟି ଶିଳ୍ପରେ ଚାକିରି ହରାଇବେ ୨ ଲକ୍ଷ

ନୂଆଦିଲ୍ଲୀ,୨୮।୮: କରୋନା ପ୍ରଭାବ ଭାରତୀୟ ବଜାର ଉପରେ ଜାରି ରହିଛି। ଆଇଟି ଶିଳ୍ପରେ ବିଭିନ୍ନ ସମୟରେ ଛଟେଇ ନେଇ ଖବର ଆସିଥାଏ। ହେଲେ କରୋନା ଯୋଗୁ...

ନୀତି ଆୟୋଗର ଏସ୍‌ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା

ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ...

ବର୍ଷକରେ ନିବେଶକଙ୍କ ୨୭ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୩୧।୫: ମେ ୩୦ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି। ଏହି ବର୍ଷଟି ପୁଞ୍ଜିବଜାର ନିବେଶକଙ୍କ ଲାଗି...

ଘର କ୍ରେତା ବକେୟା ଉପରେ ଦେବେ ୧୨% ଜିଏସ୍‌ଟି

ନୂଆଦିଲ୍ଲୀ,୧୬।୫: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିଲ୍‌ଡରଙ୍କ ଦ୍ୱାରା ନିର୍ମିତ  ପ୍ରକଳ୍ପକୁ ଯଦି ନିର୍ମାଣ ଶେଷ ହୋଇଥିବା ସାର୍ଟିଫିକେଟ ମିଳିଯାଏ, ତେବେ ଘର କ୍ରେତା ...

Advertisement


Archives

Model This Week

Why Dharitri