ସାମ୍ବାଦିକ ସାଜି ବୁମ୍‌ ଧରି ପ୍ରଭାତୀ ପରିଡ଼ାଙ୍କୁ ପ୍ରଶ୍ନ ପଚାରିଲେ କନକବର୍ଦ୍ଧନ ସିଂ ଦେଓ, ଉତ୍ତରରେ କହିଲେ..

ଭୁବନେଶ୍ୱର,୧୮ା୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍‌ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ ପ୍ରଭାତୀଙ୍କୁ ପ୍ରଶ୍ନ ପଚାରିଥିଲେ।

ଭିଡିଓରେ କନକବର୍ଦ୍ଧନ ପୁଣି କହୁଛନ୍ତି ଏହା ହିନ୍ଦୀ ଚ୍ୟାନେଲ ହିନ୍ଦୀରେ କୁହନ୍ତୁ। ଓଡ଼ିଶାର ସବୁ ମା’ଙ୍କ ପାଇଁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି ପ୍ରଶ୍ନ ପଚାରିଥିଲେ କନକବର୍ଦ୍ଧନ? ଏହାର ଉତ୍ତରରେ ପ୍ରଭାତୀ କହିଥିଲେ, ମା’ଙ୍କୁ ପ୍ରକୃତିଠାରୁ ବହୁତ ଲୋକ ଭଲ ପାଆନ୍ତି। ତେଣୁ ମା’ଙ୍କ ନାଁରେ ଏକ ଗଛ ଲଗାଇବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଏହା ପରେ କନକବର୍ଦ୍ଧନ ବହୁତ ବହୁତ ଧନ୍ୟବାଦ ବୋଲି କହିଥିଲେ।

ଅନ୍ୟପକ୍ଷରେ ପାଖରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

Share